Get Updates
Get notified of breaking news, exclusive insights, and must-see stories!

ଘରେ ନିଆଁ ଲାଗି ଦୁଇ ଶିଶୁଙ୍କ ସମେତ 6 ଜଣଙ୍କର ମୃତ୍ୟୁ

ତେଲେଙ୍ଗାନାର ମାନଚେରିଆ ଜିଲ୍ଲା ଠାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଡିସେମ୍ବର 16 (ଶୁକ୍ରବାର) ରାତିରେ ଏକ ଘରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଘରେ ନିଆଁ ଲାଗିବାକୁ 6 ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ।

ହାଇଦ୍ରାବାଦ: ତେଲେଙ୍ଗାନାର ମାନଚେରିଆ ଜିଲ୍ଲା ଠାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଡିସେମ୍ବର 16 (ଶୁକ୍ରବାର) ରାତିରେ ଏକ ଘରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଘରେ ନିଆଁ ଲାଗିବାକୁ 6 ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ମଧ୍ୟ ଅଛନ୍ତି ।
ପୋଲିସ ଏବଂ ଅଗ୍ନିଶମ ବାହିନୀ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ପୋଲିସ ତଦନ୍ତ କରୁଛି ।

Telangana fire accident

ମିଳିଥିବା ଖବର ମୁତାବକ, ଏହି ଦୁଃଖଦ ଘଟଣା ମଞ୍ଚେରିଆ ଜିଲ୍ଲାର ମାଣ୍ଡାମାରି ମଣ୍ଡଳ ଅଞ୍ଚଳରେ ଘଟିଛି । ଗଣମାଧ୍ୟମକୁ ସୂଚନା ଦେଇ ମାଣ୍ଡାମାରି ସର୍କଲ ପୋଲିସ ଇନ୍ସପେକ୍ଟର ପ୍ରମୋଦ କୁମାର କହିଛନ୍ତି ଯେ ଶିବୟା (50) ତାଙ୍କ ପତ୍ନୀ ପଦ୍ମା (45) ଙ୍କ ସହ ରହୁଥିଲେ । ଦୁଇ ଦିନ ପୂର୍ବେ ପଦ୍ମାର ସାନ ଭଉଣୀ ମୌନିକା (23) ତାଙ୍କର ଦୁଇ ଝିଅ ଏବଂ ଶାନ୍ତି ନାମକ ଜଣେ ମହିଳାଙ୍କ ସହ ଆସି ଏଠାରେ ରହୁଥିଲେ ।

ମାଣ୍ଡାମାରି ସର୍କଲ ପୋଲିସ ଇନ୍ସପେକ୍ଟର ପ୍ରମୋଦ କୁମାର କହିଛନ୍ତି ଯେ ଡିସେମ୍ବର 16 ତାରିଖ ରାତି ପ୍ରାୟ 12-12: 30 ସମୟରେ ପଡୋଶୀମାନେ ଚିତ୍କାର ଶୁଣି ଘରୁ ବାହାରକୁ ଆସିଥିଲେ । ଏହି ସମୟରେ ସେମାନେ ଦେଖିଲେ ଯେ ଶିବୟାଙ୍କ ଘରେ ନିଆଁ ଲାଗିଛି । ସେମାନେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀମାନେ ବହୁ କଷ୍ଟରେ ନିଆଁ ଲିଭାଇଥିଲେ, କିନ୍ତୁ ସେତେବେଳକୁ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଘରୁ ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଚାଲିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+