Get Updates
Get notified of breaking news, exclusive insights, and must-see stories!

ଇସଲାମ-ଖ୍ରୀଷ୍ଟିଆନ ଧର୍ମ ଉପରେ ବୟାନ ଦେଇ ବିବାଦରେ ରାମଦେବ, ମାମଲା ରୁଜୁ

ପୁଣି ବିବାଦରେ ଯୋଗଗୁରୁ ରାମଦେବ । ଇସଲାମ-ଖ୍ରୀଷ୍ଟିଆନ ଧର୍ମ ଉପରେ ବୟାନ ଦେଇ ବିବାଦରେ ଫସିଛନ୍ତି ଯୋଗଗୁରୁ ରାମଦେବ । ରବିବାର ଯୋଗଗୁରୁ ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ।

Ram dev

ନୂଆଦିଲ୍ଲୀ: ପୁଣି ବିବାଦରେ ଯୋଗଗୁରୁ ରାମଦେବ । ଇସଲାମ-ଖ୍ରୀଷ୍ଟିଆନ ଧର୍ମ ଉପରେ ବୟାନ ଦେଇ ବିବାଦରେ ଫସିଛନ୍ତି ଯୋଗଗୁରୁ ରାମଦେବ । ରବିବାର ଯୋଗଗୁରୁ ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି । ଫେବୃଆରୀ 2 ରେ ରାଜସ୍ଥାନର ବାରମେରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଥିଲେ । ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ସମାଜରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବିସ୍ତାର କରିଥିବାରୁ ରାମଦେବଙ୍କ ବିରୋଧରେ ଏହି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।

ରାମଦେବ ହିନ୍ଦୁ ଧର୍ମକୁ ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମ ସହ ତୁଳନା କରୁଥିବାବେଳେ କହିଛନ୍ତି ଯେ ଏହି ମୁସଲମାନ ଲୋକମାନେ ହିନ୍ଦୁ ମହିଳାଙ୍କୁ ଅପହରଣ କରନ୍ତି, ମୁସଲମାନ ଏବଂ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଧର୍ମ ପରିବର୍ତ୍ତନରେ ବ୍ୟସ୍ତ ରୁହନ୍ତି ।

ଅଭିଯୋଗ ଆଧାରରେ ଆଇପିସିର 153 A, 295 A ଏବଂ 298 ଧାରାରେ ମାମଲା ରୁଜୁ ହୋଇଛି । ଗତ ଗୁରୁବାର ବାରମେରରେ ସାଧୁମାନଙ୍କ ଏକ ସମାବେଶରେ ରାମଦେବ ହିନ୍ଦୁ ଧର୍ମକୁ ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମ ସହ ତୁଳନା କରୁଥିବାବେଳେ ମୁସଲମାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦିଅନ୍ତି ବୋଲି କହିଥିଲେ । ଏଥିସହ ହିନ୍ଦୁ ମହିଳାଙ୍କୁ ଅପହରଣ କରନ୍ତି ବୋଲି କହିଥିଲେ ।

ପୂର୍ବରୁ ମଧ୍ୟ ବାବା ରାମଦେବ ମହିଳାମାନଙ୍କ ବିଷୟରେ ଏକ ବିବୃତ୍ତି ଦେଇଥିଲେ । ସେ ବିଷୟରେ ମଧ୍ୟ ଅନେକ ବିବାଦ ଦେଖାଦେଇଥିଲା | ସେହି ସମୟରେ, ମହାରାଷ୍ଟ୍ରର ଥାନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମଦେବ କହିଥିଲେ ଯେ ମହିଳାମାନେ କିଛି ନ ପିନ୍ଧିଲେ ବି ଭଲ ଦେଖାଯିବେ । ତାଙ୍କ ମନ୍ତବ୍ୟକୁ ନିନ୍ଦା କରି ଦିଲ୍ଲୀ ମହିଳା ଆୟୋଗ ରାମଦେବ କ୍ଷମା ମାଗନ୍ତୁ ବୋଲି କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+