ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ
ମୋଗା ସିଟି ପୋଲିସ୍ ଷ୍ଟେସନରେ ଏହି ଅଭିନେତାଙ୍କ ବିରୋଧରେ ଆଇପିସି ବିଭାଗ 188 (ସରକାରୀ କର୍ମଚାରୀଙ୍କ ଦ୍ୱାରା ଘୋଷିତ ଆଦେଶକୁ ଅବମାନନା) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ଚଣ୍ଡିଗଡ଼ : ମୋଗା ସିଟି ପୋଲିସ ଷ୍ଟେସନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ମୋଗା ସିଟି ପୋଲିସ୍ ଷ୍ଟେସନରେ ଏହି ଅଭିନେତାଙ୍କ ବିରୋଧରେ ଆଇପିସି ବିଭାଗ 188 (ସରକାରୀ କର୍ମଚାରୀଙ୍କ ଦ୍ୱାରା ଘୋଷିତ ଆଦେଶକୁ ଅବମାନନା) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ମୋଗାର ଲଣ୍ଡେକେ ଗାଁରେ ସୋନୁ ସୁଦ ତାଙ୍କ ଭଉଣୀଙ୍କ ପାଇଁ ପ୍ରଚାର କରୁଥିବା ପୋଲିସ ସୂଚନା ପାଇବା ପରେ ଅଭିନେତାଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା ।

ଆପଣଙ୍କୁ କହି ରଖୁଛୁ ଏକ ମତଦାନ ବୁଥ୍ ରେ ସୋନୁ ସୁଦ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପଞ୍ଜାବ ପୋଲିସ ତାଙ୍କ କାର ଜବତ କରିଥିଲା । ଶିରୋମଣି ଅକାଳା ଦଳ ସମର୍ଥକଙ୍କ ଅଭିଯୋଗକୁ ଭିତ୍ତି କରି ନିର୍ବାଚନ ଆୟୋଗ ସୋନୁ ସୁଦଙ୍କ ଗାଡି ଜବତ କରିଥିଲା । ଏଥି ସହିତ ସୋନୁ ସୁଦ ବିବାଦ ପରେ ସୁଟିଂ ପାଇଁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି ।
ସୂଚନାଯୋଗ୍ୟ, ଅଭିନେତାଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର କଂଗ୍ରେସ ପ୍ରାର୍ଥୀ ଭାବରେ ମୋଗାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ମତଦାନ ଦିନ ସୋନୁଙ୍କ କାର ଜବତ କରାଯାଇ ଅଭିନେତାଙ୍କୁ ଘରକୁ ପଠାଯାଇଥିଲା । ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଅଭିନେତାଙ୍କୁ ମୋଗାର ମତଦାନ ବୁଥକୁ ଯିବାକୁ ବାରଣ କରିଥିଲେ ।
ଅଭିନେତା ସୋନୁ ସୁଦ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ ସେ କେବଳ ମତଦାନ କେନ୍ଦ୍ରରେ ନିଷ୍ପକ୍ଷ ନିର୍ବାଚନ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଥିଲେ । "ଆମେ ବିପକ୍ଷ, ବିଶେଷ କରି ଆକାଳୀ ଦଳର ଲୋକଙ୍କ ଦ୍ୱାରା ବିଭିନ୍ନ ଧମକପୂର୍ଣ୍ଣ କଲ୍ ବିଷୟରେ ଜାଣିବାକୁ ପାଇଲୁ । କିଛି ବୁଥରେ ଟଙ୍କା ବଣ୍ଟା ଯାଉଥିଲା । ତେଣୁ ନିଷ୍ପକ୍ଷ ନିର୍ବାଚନକୁ ଯାଞ୍ଚ କରିବା ତଥା ସୁନିଶ୍ଚିତ କରିବା ଆମର କର୍ତ୍ତବ୍ୟ । ସେଥିପାଇଁ ଆମେ ବାହାରକୁ ଯାଇଥିଲୁ । ବର୍ତ୍ତମାନ, ଆମେ ଘରେ ଅଛୁ । ନିରପେକ୍ଷ ନିର୍ବାଚନ ହେବା ଉଚିତ ।"












Click it and Unblock the Notifications