ପେଟ୍ରୋଲ-ଡିଜେଲ ମୂଲ୍ୟ ଉପରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ବିବୃତ୍ତି, ସରକାରଙ୍କ ହାତରେ ନାହିଁ ତୈଳ ଦର ନିୟନ୍ତ୍ରଣ
OPEC ଦେଶଗୁଡିକ ଉତ୍ପାଦନ ଯେଉଁ ଆକଳନ କରିଥିଲେ, ତାହା ମଧ୍ୟ ହ୍ରାସ ହେବାର ଆଶଙ୍କା ରହିଛି, ଯାହା ପୁଣି ଚିନ୍ତା ବଢାଉଛି । ତୈଳ ମୂଲ୍ୟ ହ୍ରାସ ସରକାର ନିୟନ୍ତ୍ରଣରେ ନାହିଁ । ଏହାକୁ ବୈଷୟିକ ଭାବେ ମୁକ୍ତ କରାଯାଇଛି ।
ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବିବୃତ୍ତି ରଖିଛନ୍ତି । ପେଟ୍ରୋଲ ଏବଂ ଡିଜେଲର ଦର ସମ୍ପର୍କରେ ନିର୍ମଳା ସୀତାରମଣ କହି ଏହାକୁ ଏକ ଗୁରୁତର ତଥା ଜରୁରୀ ପ୍ରସଙ୍ଗ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହା ଉପରେ ଆଲୋଚନା କରିବା ଉଚିତ ଯାହା ଦ୍ୱାରା ଗ୍ରାହକଙ୍କୁ ଖୁଚୁରା ଇନ୍ଧନ ଉପଯୁକ୍ତ ଦରରେ ଉପଲବ୍ଧ କରାଯାଇ ପାରିବ । ଉଲ୍ଲେଖନୀୟ ଯେ, ଅନେକ ସହରରେ ପେଟ୍ରୋଲ ଦର ଲିଟର ପ୍ରତି 100 ଟଙ୍କା ଅତିକ୍ରମ କରିଛି, ଫଳରେ କେନ୍ଦ୍ର ସରକାରଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଅର୍ଥମନ୍ତ୍ରୀଙ୍କୁ ପେଟ୍ରୋଲିୟମ ଉତ୍ପାଦକୁ ନେଇ ଗତ ଏକ ସପ୍ତାହ ଧରି ଦେଶରେ ଅଶାନ୍ତି ଦେଖାଦେଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା 67 ଡଲାର ଥିବାବେଳେ ଭାରତରେ ପେଟ୍ରୋଲ ଲିଟର ପିଛା ପ୍ରାୟ 100 ଟଙ୍କାରେ ବିକ୍ରି ହେଉଛି, ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ୍ ରହିଛି । ଏହି ସମସ୍ୟା ଉପରେ ସରକାର ବର୍ତ୍ତମାନ କେଉଁ ନୀତି ଆପଣେଇଛନ୍ତି ? ବୋଲି ପ୍ରଶ୍ନ କରିଥିଲେ ।
#WATCH: Finance Minister Nirmala Sitharaman speaks on fuel price hike, "It's a vexatious issue in which no answer except for fall in fuel price will convince anyone. Both Centre & State should talk to bring down retail fuel price at a reasonable level for consumers..." pic.twitter.com/28LGWNye7I
— ANI (@ANI) February 20, 2021
ଏହାର ଜବାବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, 'ଏହା ଅତ୍ୟନ୍ତ ଗମ୍ଭୀର ବିଷୟ, ଏହି ସମସ୍ୟାର ଉତ୍ତର ଏକମାତ୍ର ଉପାୟ ହେଉଛି ଇନ୍ଧନ ମୂଲ୍ୟ ହ୍ରାସ କରିବା । ଆଜି ପ୍ରତ୍ୟେକ ଭାରତୀୟଙ୍କୁ କେବଳ ଗୋଟିଏ ଉତ୍ତର ଦରକାର । ସରକାର ମୂଲ୍ୟ ହ୍ରାସ କରୁଛନ୍ତି କି ନାହିଁ ? ତେବେ ଏପରି ପରିସ୍ଥିତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଏହି ସମସ୍ୟା ଉପରେ ମିଳିତ ଆଲୋଚନା କରିବା ଆବଶ୍ୟକ । ଦର ହ୍ରାସ କରିବା କେବଳ କେନ୍ଦ୍ର ସରକାରଙ୍କ ହାତରେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, OPEC ଦେଶଗୁଡିକ ଉତ୍ପାଦନ ଯେଉଁ ଆକଳନ କରିଥିଲେ, ତାହା ମଧ୍ୟ ହ୍ରାସ ହେବାର ଆଶଙ୍କା ରହିଛି, ଯାହା ପୁଣି ଚିନ୍ତା ବଢାଉଛି । ତୈଳ ମୂଲ୍ୟ ହ୍ରାସ ସରକାର ନିୟନ୍ତ୍ରଣରେ ନାହିଁ । ଏହାକୁ ବୈଷୟିକ ଭାବେ ମୁକ୍ତ କରାଯାଇଛି । ତୈଳ କମ୍ପାନୀଗୁଡିକ ଅଶୋଧିତ ତୈଳ ଆମଦାନୀ କରି ବିଶୋଧନ କରୁଛନ୍ତି ଏବଂ ବିକ୍ରୟ କରୁଛନ୍ତି ବୋଲି କହିଛନ୍ତି ନିର୍ମଳା ସୀତାରମଣ ।












Click it and Unblock the Notifications