ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଆଜି

ପଶ୍ଚିମବଙ୍ଗରେ ଆସନ୍ତାକାଲି ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଶେଷ ପର୍ଯ୍ୟାୟରେ ୭ ଜିଲ୍ଲାରେ ୧୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ସହଜ ଭୋଟିଂ ସୁନିଶ୍ଚିତ କରିବାପାଇଁ କର୍ତ୍ତୃପକ୍ଷ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ୧୪୨ ଆସନରୁ ଅଧିକାଂଶ ସ୍ଥାନରେ ମମତା ବାନାର୍ଜୀଙ୍କ ‌ନେତୃତ୍ବାଧୀନ ଟିଏମ୍‌ସିର ଦଖଲ ରହିଛି। ଏହା ଦକ୍ଷିଣ ବଙ୍ଗରୁ କୋଲକାତା ପର୍ଯ୍ୟନ୍ତ ପରିବ୍ୟାପ୍ତ। ଚୂଡ଼ାନ୍ତ ପର୍ଯ୍ୟାୟରେ ଭବାନୀପୁର ସମେତ ଅନେକ ହାଇ ପ୍ରୋଫାଇଲ ଆସନରେ ଭୋଟ ଗ୍ରହଣ ହେବ। ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

Bengal today

ଶେଷ ପର୍ଯ୍ୟାୟରେ ମୋଟ୍‌ ୩,୨୧,୭୩,୮୩୭ ଲୋକ ଭୋଟ୍‌ ଦେବାପାଇଁ ଯୋଗ୍ୟ ବିବେଚିତ। ସେମାନଙ୍କ ମଧ୍ୟ‌ରେ ୧,୬୪,୩୫,୬୨୭ ପୁରୁଷ ଭୋଟର ଥିବାବେଳେ ୧,୫୭,୩୭, ୪୧୮ ମହିଳା ଏବଂ ୭୯୨ କିନ୍ନର ଭୋଟର ଅଛନ୍ତି। ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟରେ ୯୩.୧୯ ପ୍ରତିଶତ ମତଦାନ ‌ରେକର୍ଡ କରାଯାଇଛି। ଟିଏମ୍‌ସି ଲଗାତାର ଚତୁର୍ଥ ବିଜୟ ପାଇଁ ଲକ୍ଷ୍ୟ ରଖିଥିବାବେଳେ ବିଜେପି ଚଳିତ ଥର ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବାପାଇଁ ସବୁ ଉଦ୍ୟମ ଲଗାଇ ଦେଇଛି।

ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନ୍‌ଆଇଏ ଅଧିକାରୀମାନେ କୋଲକାତାରେ ପହଞ୍ଚି ସାରିଛନ୍ତି। ଉତ୍ତରପ୍ରଦେଶ ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ ତଥା ଆଇପିଏସ୍‌ ଅଫିସର ଅଜୟ ପାଲ୍‌ ଶର୍ମା ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ପାଇଁ ପୁଲିସ ପର୍ଯ୍ୟବେକ୍ଷକ ଭାବେ ମୁତୟନ ହୋଇଛନ୍ତି। ଭୋଟିଂ ବ୍ୟବସ୍ଥା ଦେଖିବାପାଇଁ ଅଜୟ ପାଲ୍‌ ଶର୍ମା ଆଜି ଫାଲ୍‌ଟାରେ ପହଞ୍ଚିଥିବାବେଳେ ତାଙ୍କୁ ଟିଏମ୍‌ସି ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+