ଇସ୍ରାଏଲ-ଲେବାନନ୍ ଅସ୍ତ୍ରବିରତି ଅବଧି ୩ ସପ୍ତାହ ବୃଦ୍ଧି
ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଅବଧିକୁ ସୋମବାର ଆଉ ୩ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଏପ୍ରିଲ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ୧୦ଦିନିଆ ଅସ୍ତ୍ରବିରତି ହୋଇଥିଲା। ଅସ୍ତ୍ରବିରତି ଅବଧି ଶେଷ ହେବା ପୂର୍ବରୁ ଏହାକୁ ଆଉ ୩ ସପ୍ତାହ ବୃଦ୍ଧି କରାଯାଇଛି। ଲେବାନନ୍ ରାଷ୍ଟ୍ରପତି ଜୋସେଫ ଆଉନ୍ ଏହି ଅସ୍ତ୍ରବିରତିକୁ ସମର୍ଥନ ଜଣାଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଲେବାନନ୍ ଆଉ କୌଣସି ବୈଦେଶିକ ପ୍ରେରିତ ଯୁଦ୍ଧର ଶିକାର ହେବାକୁ ଚାହୁଁ ନାହିଁ। ରାଷ୍ଟ୍ରପତି ଆଉନ୍ ବର୍ତ୍ତମାନର ଅସ୍ତ୍ରବିରତିକୁ ଏକ ସ୍ଥାୟୀ ଚୁକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅସ୍ତ୍ରବିରତି ଜାରି ରହିଥିଲେ ମଧ୍ୟ ଇସ୍ରାଏଲ ସେନା ପକ୍ଷରୁ ଦକ୍ଷିଣ ଲେବାନନ୍ ଏବଂ ବେକା ଅଞ୍ଚଳରେ ହେଜବୋଲ୍ଲା ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲର ଦାବି ଅନୁଯାୟୀ, ହେଜବୋଲ୍ଲା ଅସ୍ତ୍ରବିରତି ଚୁକ୍ତିର ସର୍ତ୍ତ ଉଲ୍ଲଘଂନ କରୁଥିବାରୁ ଏହି ପାଲଟା ଜବାବ ଦିଆଯାଇଛି। ଅନ୍ୟପଟେ ହେଜବୋଲ୍ଲା ପକ୍ଷରୁ ମଧ୍ୟ ଇସ୍ରାଏଲ୍ ସୈନ୍ୟଙ୍କୁ ଲକ୍ଷ୍ୟ କରି ଡ୍ରୋନ୍ ଆକ୍ରମଣ କରାଯାଇଥିବା ରିପୋର୍ଟ ମିଳିଛି।













Click it and Unblock the Notifications