ମୋଦୀଙ୍କୁ ପପୁଆ ନ୍ୟୁଗିନି ଓ ଫିଜିରେ ସର୍ବୋଚ୍ଚ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ବୈଶ୍ୱିକ ନେତୃତ୍ବ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର୍ ଅଫ୍ ଫିଜି' ପ୍ରଦାନ କରାଯାଇଛି ।
କୌଣସି ଅଣ-ଫିଜି ନାଗରିକଙ୍କ କ୍ଷେତ୍ରରେ ଏହା ହେଉଛି ଗୋଟାଏ ଦୁର୍ଲଭ ସମ୍ମାନ । ଫିଜିର ପ୍ରଧାନମନ୍ତ୍ରୀ ସିଟିଭିନି ରାବୁକାଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ ଗ୍ରହଣ କରିଛନ୍ତି ।
ଫିଜିର ପ୍ରଧାନମନ୍ତ୍ରୀ ସୀତ୍ୱିନୀ ରାବୁକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
'ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି' ସମ୍ମାନ ଭାରତ ରତ୍ନ ସହିତ ସମାନ ଗୁରୁତ୍ୱ ବହନ କରେ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଫିଜି ପ୍ରତିପକ୍ଷଙ୍କୁ ଭେଟି ସେ ଅତ୍ୟନ୍ତ ଆନନ୍ଦିତ ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଫିଜି ମଧ୍ୟରେ ସମ୍ପର୍କ ସମୟର ପରୀକ୍ଷାରେ ଛିଡା ହୋଇଛି । ଆଗାମୀ ବର୍ଷରେ ଏହାକୁ ଆହୁରି ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାମ କରିବାକୁ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ 2014 ମସିହାରେ ଫିଜି ଗସ୍ତ କରିଥିଲେ ଏବଂ 1981 ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଫିଜି ଗସ୍ତ କରିଥିଲେ ।ନଭେମ୍ବର 2014 ରେ ଫିଜି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫୋରମ୍ ଫର୍ ଇଣ୍ଡିଆ-ପାସିଫିକ୍ ଦ୍ୱୀପପୁଞ୍ଜ ସହଯୋଗ (FIPIC) ଆଜି ଏହାର ତୃତୀୟ ଶିଖର ସମ୍ମିଳନୀ କରିଛି । ଭାରତ ବ୍ୟତୀତ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ପ୍ରଶାନ୍ତ ଦ୍ୱୀପପୁଞ୍ଜର 14 ଦେଶ ଯଥା ଫିଜି, କୁକ୍ ଦ୍ୱୀପପୁଞ୍ଜ, କିରିବାଟି, ମାର୍ଶଲ ଦ୍ୱୀପପୁଞ୍ଜ, ମାଇକ୍ରୋନେସିଆ, ନାଉରୁ, ନିୟୁ, ପାଲା, ପାପୁଆ ନ୍ୟୁ ଗିନି, ସାମୋଆ, ସୋଲୋମନ ଦ୍ୱୀପପୁଞ୍ଜ, ଟୋଙ୍ଗା, ଟୁଭାଲୁ ଏବଂ ଭାନୁଆଟୁ ଅନ୍ତର୍ଭୁକ୍ତ ।
ଭାରତ ସହିତ ପ୍ରଶାନ୍ତ ଦ୍ୱୀପପୁଞ୍ଜର ବାଣିଜ୍ୟ ଅଭାବର ମୁଖ୍ୟ କାରଣ ହେଉଛି ସେମାନଙ୍କର ଅଳ୍ପ ଜନସଂଖ୍ୟା, ସେମାନଙ୍କର ଛୋଟ ଆକାର ଏବଂ ଭାରତଠାରୁ ବହୁତ ଦୂରତା । ତେବେ ଭାରତ ସରକାର ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ପ୍ରଶାନ୍ତ ଦ୍ୱୀପପୁଞ୍ଜ ଫୋରମ୍ ଅଧୀନରେ ବାଣିଜ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ।
ଆପଣଙ୍କୁ କହି ରଖୁଛୁ ଫିଜି ହେଉଛି ଏକମାତ୍ର ଦେଶ ଯାହାର ସରକାରୀ ଭାଷା ହିନ୍ଦୀ ଅଟେ । ଏହାର ସବୁଠାରୁ ବଡ କାରଣ ହେଉଛି ସେଠାରେ ରହୁଥିବା ଭାରତୀୟ ମୂଳ ଲୋକ । ବ୍ରିଟିଶ ଶାସନ କାଳରେ ଫିଜିକୁ ପଠାଯାଇଥିବା ବହୁ ସଂଖ୍ୟକ ଇଣ୍ଟେଣ୍ଟେଡ୍ ସେବକ ଫିଜିରେ ରୁହନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଭାରତ ପାଇଁ ବିଶେଷ ସମ୍ମାନ । ବୈଶ୍ୱିକ ନେତୃତ୍ବ ଲାଗି ଫିଜିର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ 'ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର୍ ଅଫ୍ ଫିଜି' ପ୍ରଦାନ କରିଛନ୍ତି । ଏଯାବତ୍ ମାତ୍ର କେତେଜଣ ଅଣ-ଫିଜୀୟ ଏହି ସମ୍ମାନ ପାଇଛନ୍ତି ।
ଏହି ସମ୍ମାନକୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀ ଓ ଦୁଇ ଦେଶ ମଧ୍ୟରେ ବିଶେଷ ତଥା ସ୍ଥାୟୀ ବନ୍ଧନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା 'ଫିଜି-ଭାରତୀୟ' ପିଢ଼ିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି ଟୁଇଟ୍ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ।
ନ୍ୟୁ ପପୁଆ ଗିନିରେ ଆୟୋଜିତ 'ଫୋରମ୍ ଫର୍ ଇଣ୍ଡିଆ-ପେସିଫିକ୍ ଆଇଲାଣ୍ଡସ୍ କୋଅପରେସନ୍' (ଏଫ୍ଆଇପିଆଇସି) ଶିଖର ସମ୍ମିଳନୀର ଅନ୍ତରାଳରେ ଫିଜିର ପ୍ରଧାନମନ୍ତ୍ରୀ ରାବୁକାଙ୍କୁ ଭେଟିଥିଲେ ।
ଏହା ସହିତ ପପୁଆ ନ୍ୟୁଗିନି ପକ୍ଷରୁ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ 'ଦ ଗ୍ରାଣ୍ଡ କମ୍ପାନିୟନ ଅଫ୍ ଦ ଅର୍ଡର ଅପ୍ ଲୋଗୋହୁ'ରେ ସମ୍ମାନିତ କରାଯାଇଛି ।
ଫିଜି ପୁରସ୍କାର ପୂର୍ବରୁ ପପୁଆ ନ୍ୟୁଗିନିର ଗଭର୍ଣ୍ଣର ବବ ଡାଡାଏ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନ ଦ ଗ୍ରାଣ୍ଡ କମ୍ପାନିୟନ ଅଫ୍ ଦ ଅର୍ଡର ଅପ୍ ଲୋଗୋହୁ'ରେ ସମ୍ମାନିତ କରିଥିଲେ। ଏନେଇ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଥିଲେ।












Click it and Unblock the Notifications