Get Updates
Get notified of breaking news, exclusive insights, and must-see stories!

ଭାରତ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରାଫେଲ ଯୁଦ୍ଧ ବିମାନ

ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନର ସାମିଲ ପରେ ଭାରତର ଶକ୍ତି ବଢିବାରେ ଲାଗିଛି । ଗତବର୍ଷରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଥିଲା ଏହା ପରେ ଆହୁରି 3ଟି ପର୍ଯ୍ୟାୟରେ ରଫେଲ ବିମାନ ଫ୍ରାନସରୁ ଭାରତକୁ ଆସିଛନ୍ତି ।

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନର ସାମିଲ ପରେ ଭାରତର ଶକ୍ତି ବଢିବାରେ ଲାଗିଛି । ଗତବର୍ଷରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଥିଲା ଏହା ପରେ ଆହୁରି 3ଟି ପର୍ଯ୍ୟାୟରେ ରଫେଲ ବିମାନ ଫ୍ରାନସରୁ ଭାରତକୁ ଆସିଛନ୍ତି । ରାଫେଲ ଯୁଦ୍ଧ ବିମାନ 5ମ ବ୍ୟାଚ ବୁଧବାର ଭାରତରେ ପହଞ୍ଚିଛି । ଶକ୍ତିଶାଳୀ ବିମାନର ଏହି ବ୍ୟାଚ ପ୍ରାୟ 8ହଜାର କିମି ଅତିକ୍ରମ କରି ଭାରତରେ ପହଞ୍ଚିଛି । ବାୟୁସେନାର ପ୍ରମୁଖ ଏୟାର ଚିଫ୍ ମାର୍ଶଲ ଆରକେଏସ ଭଦୋରିଆ ଫ୍ରାନ୍ସର ଏକ ସୈନ୍ୟ ବିମାନ ବନ୍ଦରରୁ ଏହି ବିମାନକୁ ସବୁଜ ପତାକା ଦେଖାଇଥିଲେ ଏବଂ ପରେ ବିମାନ ଭାରତ ଅଭିମୁଖେ ଉହାଣ ଆରମ୍ଭ କରିଥିଲେ ।

rafeal

ନୂତନ ବିମାନ ସେନାରେ ସାମିଲ ହେବା ପରେ ରାଫେଲ ଜେଟର 2ୟ ସ୍କ୍ୱାର୍ଡନ ତିଆରି ହେବାର ରାସ୍ତା ପ୍ରଶସ୍ତ ହୋଇଛି । ନୁତନ ସ୍କ୍ୱାଡ୍ରନ ପଶ୍ଚିମ ବଙ୍ଗର ହସିମାରା ବିମାନ ବନ୍ଦରରେ ସ୍ଥାପିତ ହେବ । ଫ୍ରାନସ ଗସ୍ତରେ ଥିବା ଭଦୋରିଆ ରାଫେଲ ଏୟାରକ୍ରାଫ୍ଟ ଟ୍ରେନିଙ୍ଗ ଫେସିଲିଟିରେ ପହଞ୍ଚି ଠିକ ସମୟରେ ରାଫେଲ ହସ୍ତାନ୍ତର କରିଥିବାରୁ ଏରୋସ୍ପେସ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି ।

ବାୟୁସେନା କହିଛି ଫ୍ରାନସ ଏବଂ ଦୁବାଇର ବାୟୁସେନା ଯାତ୍ରା ସମୟରେ ବିମାନକୁ ଇନ୍ଧନ ଯୋଗାଇଥିଲେ । ତେବେ ଏନେଇ ବାୟୁସେନା ଏକ ଟ୍ୱିଟ କରିଛି, "ଫ୍ରାନସର ମେରିନେକ ବିମାନ ବନ୍ଦରରୁ ଉଡାଣ ଭରିବା ପରେ ରାଫେଲ ବିମାନର 5ମ ବ୍ୟାଚ 21 ଅପ୍ରେଲରେ ଭାରତ ପହଞ୍ଚିଛି । ଏହି ଯୁଦ୍ଧ ବିମାନ ପ୍ରାୟ 8 ହଜାର କିମି ଯାତ୍ରା କରଛନ୍ତି । ଫ୍ରାନ୍ସ ଏବଂ ଦୁବାଇ ଯାତ୍ରା ସମୟରେ ଇନ୍ଧନ ଯୋଗାଇଥିଲେ । ଏହି ସହଯୋଗ ପାଇଁ ଉଭୟ ବାୟୁସେନାକୁ ଧନ୍ୟବାଦ ।"

ବାୟୁସେନା ପ୍ରମୁଖ କହିଛନ୍ତି କିଛି ରାଫେଲ ବିମାନ ସମୟ ପୂର୍ବରୁ ପହଞ୍ଚିଛନ୍ତି । ଏହା ଭାରତୀୟ ବାୟୁସେନାର କ୍ଷମତାରେ ଯୋଗଦେଇଛନ୍ତି । ଦିଲ୍ଲୀରେ ସେନା ଅଧିକାରୀ କହିଛନ୍ତି କି ଫ୍ରାନ୍ସକୁ ଏହି ଗସ୍ତ ଦ୍ୱାରା ଫ୍ରାନ୍ସ ଭାରତୀୟ ବାୟୁସେନା ଏବଂ ଫ୍ରେଞ୍ଚ ଏୟାର ଆଣ୍ଡ ସ୍ପେସ ଫୋର୍ସ ମଧ୍ୟରେ ସହଯୋଗ ବଢିବ ।

ସେପଟେ ପ୍ରଥମ ରାଫେଲ ସ୍କ୍ୱାଡ୍ରନ ଅମ୍ବାଲା ଏୟାର ବେସରେ ରହିଛି । ଏହି ସ୍କ୍ୱାଡ୍ରନରେ 18 ବିମାନ ରହିଛି । ଭାରତ ଫ୍ରାନ୍ସ ସହିତ 2016 ସେପ୍ଟେମ୍ବର ରେ ଚୁକ୍ତି କରିଥିଲା । ଯେଉଁଥିରେ ଭାରତକୁ 58 ହଜାର କୋଟି ଟଙ୍କାରେ 36ଟି ରାଫେଲ ଯୁଦ୍ଧ ବିମାନ ପାଇଁ ଫ୍ରାନ୍ସ ଭାରତକୁ ଦେବାପାଇଁ ଚୁକ୍ତ ହୋଇଥିଲା । ଏପର୍ଯ୍ୟନ୍ତ ଭାରତରେ 14ଟି ରାଫେଲ ବିମାନ ସଂଞ୍ଚାଳିତ ହେଉଛି ଏବଂ ନୂଆ ବ୍ୟାଚ ସାମିଲ ହେବାପରେ ଏହାର ସଂଖ୍ୟା 18 ହୋଇଯିବ । ରାଫେଲର ପ୍ରଥମ ବ୍ୟାଚ ଗତ ବର୍ଷ 29 ଜୁଲାଇରେ ଭାରତରେ ପହଞ୍ଚିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+