କୁନୋ ଜାତୀୟ ଉଦ୍ୟାନରେ 4 ନୂଆ ଅତିଥି, ବଢିଲା ଚିତା ସଂଖ୍ୟା

ଭୋପାଳ : ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ଆସିଛି ଖୁସି ଖବର । ନାମିବିଆରୁ ଆସିଥିବା ଚିତା ସୟା ଚାରି ଟି ଚିତା ଶାବକକୁ ଜନ୍ମ ଦେଇଛି । ଏହା ପରେ ଦେଶରେ ବଢିଛି ଚିତା ସଂଖ୍ୟା ।
କୁନୋ ନ୍ୟାସନାଲ ପାର୍କରେ ସିୟା ନାମକ ଏହି ମହିଳା ଚିତା ଗତ କିଛି ମାସ ଧରି ଗର୍ଭବତୀ ଥିଲା । ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ଏହାର ତଦାରଖ କରାଯାଉଥିଲା । ଆଜି ଏହି ଚିତା ସିୟା 4 ଟି ଚିତା ଶାବକଙ୍କୁ ଜନ୍ମ ଦେଇଛି । ଏହି ଚାରିଟି ଛୁଆ ସଂପୂର୍ଣ୍ଣ ସୁରକ୍ଷିତ ଏବଂ ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ତଦାରଖ କରାଯାଉଛି ।
ଦୁଇ ଦିନ ପୂର୍ବେ, କୁନୋ ଜାତୀୟ ଅଭୟାରଣ୍ୟରେ ଚିତା ଶଶାର ମୃତ୍ୟୁ ପରେ ସମଗ୍ର ଦେଶ ତଥା ମଧ୍ୟପ୍ରଦେଶରେ ଶୋକର ଲହରୀ ଖେଳିଯାଇଥିଲା । କିନ୍ତୁ ଆଜି କୁନୋ ଅଭୟାରଣ୍ୟରେ 4 ଚିତା ଶାବକ ଆସିବା ପରେ ଖୁସିର ଲହରୀ ଖେଳିଯାଇଛି ।
ଚାରି ଛୁଆ ଚିତା ଜନ୍ମ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳ ଉଦ୍ୟମ ଯୋଗୁଁ ଚିତା ଭାରତକୁ ଖୁସିରେ ଫେରିଛି ବୋଲି ସିଏମ କହିଛନ୍ତି । ମଧ୍ୟପ୍ରଦେଶ ଚିତା ରାଜ୍ୟ ପାଲଟିଛି । ଆଜି, ଆମେ ସମସ୍ତେ ମଧ୍ୟପ୍ରଦେଶ ବାସିନ୍ଦା କୁନୋ ଜାତୀୟ ଉଦ୍ୟାନରେ ଚିତା ପରିବାରରେ ଚାରିଟି ନୂତନ ଛୁଆଙ୍କ ଆଗମନକୁ ନେଇ ଖୁସି ଏବଂ ଆନନ୍ଦିତ । ଏହା ଆମର ବହୁତ ଖୁସି ଯେ ଚିତା ପରିବାର କୁନୋରେ ବଢୁଛି । ଜଙ୍ଗଲ ବିଭାଗର ସଫଳ ପରିଚାଳନା, କୁନୋ ଜାତୀୟ ଉଦ୍ୟାନ, ସ୍ଥାନୀୟ ପ୍ରଶାସନ ସୁଖଦ ଫଳାଫଳ ଦେଇଛି । ମୁଁ ଜଙ୍ଗଲ ବିଭାଗର ସମଗ୍ର ଦଳକୁ ଅଭିନନ୍ଦନ ଜଣାଉଛି, ଯାହାର ତତ୍ତ୍ୱାବଧାନରେ ଚିତା ପ୍ରକଳ୍ପ ଭାରତରେ ସଫଳତାର ସହିତ ଅଗ୍ରଗତି କରୁଛି ।












Click it and Unblock the Notifications