ଯୋଗୀଙ୍କ ଘୋଷଣା, ବଦଳିବ ୟୁପିର ଏହି ସହରର ନାଁ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଜିଆବାଦରେ ଭଗବାନ ପାଶ୍ୱର୍ନାଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ଦେଇ ଗୁରୁବାର ଜନସଭାକୁ ସମ୍ବୋଧିତ କରିଛନ୍ତି । କହିଛନ୍ତି, ଭଗବାନ ମହାବୀର ବୈଶାଳୀରେ ଜନ୍ମଗ୍ରହଣ କରିଥିଲେ, ସେ ଉତ୍ତର ପ୍ରଦେଶର କୁଶୀନଗରର ପାବାଗଡ଼ରେ ମହାପରିନିର୍ବାଣ ହାସଲ କରିଥିଲେ। ଆଜି, ମୁଁ ଘୋଷଣା କରି ଖୁସି ହେଉଛି ଯେ ଆମ ସରକାର ଫାଜିଲ ସହରକୁ ପାବା ନଗରୀ ଭାବରେ ନାମିତ କରିବାର ପ୍ରକ୍ରିୟା ଆରମ୍ଭ କରିଛି, ଯେଉଁଠାରେ ଭଗବାନ ମହାବୀର ମହାପରିନିର୍ବାଣ ହାସଲ କରିଥିଲେ ।
ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଥିଲେ ଯେ, ଜୈନ ମୁନି ପରମ୍ପରା ତପ , ତ୍ୟାଗ ଓ ନୈତିକ ଜୀବନର ବାର୍ତ୍ତା ପ୍ରଦାନ କରିଥାଏ, ଯାହା ସମାଜକୁ ମାର୍ଗ ଦେବାରେ ଗୁରୁତ୍ତ୍ୱପୂର୍ଣ୍ଣ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, କୁଶୀନଗରର ଫାଜିଲନଗରର ନାଁ ଜୈନ ସମାଜର ଐତିହାସିକ ଆସ୍ଥାର ଅନୁରୂପ 'ପାବା ନଗର' କରାଯିବ। ପାବା ସେହି ପବିତ୍ର ସ୍ଥଳ , ଯେଉଁଠି ଭଗବାନ ମହାବୀରଙ୍କ ମହାପରିନିର୍ବାଣର ବିଶ୍ୱାସ କରାଯାଇ ଥାଏ, ଏଥିପାଇଁ କ୍ଷେତ୍ରର ପରିଚୟକୁ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ଅନୁରୂପ ସମ୍ମାନ ଦେବା ଆବଶ୍ୟକତା ରହିଛି।

କୁଶୀନଗର ଜିଲ୍ଲାରେ ଫାଜିଲନଗରର ଗୁରୁତ୍ତ୍ୱପୂର୍ଣ୍ଣ ଟାଉନ ରହିଛି, ଯାହାକି ତାର ଭୌଗୋଳିକ ସ୍ଥିତି ଓ ବ୍ୟାବସାୟିକ କାର୍ଯ୍ୟକଳାପ ପାଇଁ ଜଣାଯାଏ। ଏହା ପୂର୍ବୀୟ ଉତ୍ତର ପ୍ରଦେଶକୁ ବିହାର ସହ ଯୋଡ଼ୁଥିବା ରାଷ୍ଟ୍ରୀୟ ରାଜମାର୍ଗରେ ଥିବା ଯୋଗୁଁ ବ୍ୟବସାୟ ଓ ଯାତାୟାତର ବଡ଼ କେନ୍ଦ୍ର।












Click it and Unblock the Notifications