ଶେଷ ହେଲା ଜ୍ଞାନବାପୀ -ଶୃଙ୍ଗାର ଗୌରୀ ମାମଲାର ଶୁଣାଣି, ନଭେମ୍ବର 8 ରେ ପରବର୍ତ୍ତୀ ତାରିଖ ଦେଲେ ଫାଷ୍ଟ ଟ୍ରାକ୍ କୋର୍ଟ
ଜ୍ଞାନବାପୀ ମସଜିଦ ଏବଂ ଶୃଙ୍ଗାର ଗୌରୀ ମାମଲାର ଶୁଣାଣି 27 ଅକ୍ଟୋବର ଗୁରୁବାର ଦିନ ବାରାଣାସୀ ଜିଲ୍ଲାର ଫାଷ୍ଟ ଟ୍ରାକ କୋର୍ଟରେ ଶେଷ ହୋଇଛି । ଯାହା ପରେ ଫାଷ୍ଟ ଟ୍ରାକ୍ କୋର୍ଟ ଏହି ମାମଲାରେ ଏକ ନୂଆ ତାରିଖ ଦେଇଛନ୍ତି ।
ବାରଣାସୀ : ଜ୍ଞାନବାପୀ ମସଜିଦ ଏବଂ ଶୃଙ୍ଗାର ଗୌରୀ ମାମଲାର ଶୁଣାଣି 27 ଅକ୍ଟୋବର ଗୁରୁବାର ଦିନ ବାରାଣାସୀ ଜିଲ୍ଲାର ଫାଷ୍ଟ ଟ୍ରାକ କୋର୍ଟରେ ଶେଷ ହୋଇଛି । ଯାହା ପରେ ଫାଷ୍ଟ ଟ୍ରାକ୍ କୋର୍ଟ ଏହି ମାମଲାରେ ଏକ ନୂଆ ତାରିଖ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ତାରିଖ ଭାବରେ କୋର୍ଟ ନଭେମ୍ବର 08 ଦେଇଛନ୍ତି । ଫାଷ୍ଟ ଟ୍ରାକ୍ କୋର୍ଟରେ ହିନ୍ଦୁ ଦଳର 3 ଟି ଦାବି ଉପରେ ଶୁଣାଣି ହୋଇଥିଲା । ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ମହେନ୍ଦ୍ର ପ୍ରସାଦ ପାଣ୍ଡେଙ୍କ କୋର୍ଟରେ ଏହି ଶୁଣାଣି ହୋଇଥିଲା ।

ଭଗବାନ ଆଦି ବିଶ୍ୱେଶ୍ୱରଙ୍କ ବିରାଜମାନ ମାମଲାର ଶୁଣାଣି ଯୋଗ୍ୟ କି ନୁହେଁ ? ଏନେଇ ଆଜି ନିଷ୍ପତ୍ତି ଆସିବାକୁ ଥିଲା । ଏହି ନିଷ୍ପତ୍ତି ସମ୍ପର୍କରେ ଫାଷ୍ଟ ଟ୍ରାକରେ ଆଜି ରାକ୍ଷୀ ସିଂହଙ୍କ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ପରେ କୋର୍ଟ ନଭେମ୍ବର 8 କୁ ପରବର୍ତ୍ତୀ ତାରିଖ ଦେଇଛନ୍ତି । ଆପଣଙ୍କୁ କହି ରଖୁଛୁ, ଏହି ପ୍ରସଙ୍ଗରେ 15 ଅକ୍ଟୋବରରେ ହିନ୍ଦୁ ଏବଂ ମୁସଲମାନ ପକ୍ଷ ମଧ୍ୟରେ ବିତର୍କ ହୋଇଥିଲା । ଏହା ପରେ କୋର୍ଟ 27 ଅକ୍ଟୋବର ଅର୍ଥାତ ଆଜି ଶୁଣାଣିର ପରବର୍ତ୍ତୀ ତାରିଖ ସ୍ଥିର କରିଥିଲେ ।
ଶିବଲିଙ୍ଗଙ୍କୁ ପୂଜା କରିବାର ଅଧିକାର ଦେବାକୁ ଦାବି, ଜ୍ଞାନବାପୀ ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବା ଦାବି ଏବଂ ପରିସରରେ ମୁସଲମାନମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉପରେ ଶୁଣାଣି ହୋଇଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହିନ୍ଦୁ ପକ୍ଷ କହିଛି ଯେ ଏହି ମାମଲା ଶୁଣାଣି ଯୋଗ୍ୟ, କାରଣ ମସଜିଦ ୱାକଫର ସମ୍ପତ୍ତି କି ନୁହେଁ ତାହା ସିଭିଲ କୋର୍ଟ ସ୍ଥିର କରିବାର ଅଧିକାର ରହିଛି । ଅନ୍ୟପକ୍ଷରେ, ମୁସଲିମ ପକ୍ଷ କହିଛନ୍ତି ଯେ ଏହା ଶୁଣାଣି ଯୋଗ୍ୟ ନୁହଁ, କାରଣ ଜ୍ଞାନବାପୀ ୱାକଫର ସମ୍ପତ୍ତି ଏବଂ ଏଠାରେ 'ଉପାସନା ଆକ୍ଟ , 1991' ଲାଗୁ ହେଉଛି । ତେଣୁ ସିଭିଲ କୋର୍ଟର ଏହି ମାମଲାର ଶୁଣାଣି କରିବାର ଅଧିକାର ରହିବା ଉଚିତ୍ ନୁହେଁ ।












Click it and Unblock the Notifications