ଆଜି ଦିଲ୍ଲୀରେ ହେଉଛି କୃଷକଙ୍କ ଟ୍ରାକ୍ଚର ରାଲି

ଆଜି କୃଷକ ମାନେ କରିବେ ଟ୍ରାକ୍ଟର ରାଲି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଦେଶର ହଜାର ହଜାର କୃଷ ଭାଗନେଇ ଏହି ଟ୍ରାକ୍ଚର ରାଲିରେ ଭାଗ ନେବେ ।

ନୂଆଦିଲ୍ଲୀ : ଆଜି କୃଷକ ମାନେ କରିବେ ଟ୍ରାକ୍ଟର ରାଲି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଦେଶର ହଜାର ହଜାର କୃଷ ଭାଗନେଇ ଏହି ଟ୍ରାକ୍ଚର ରାଲିରେ ଭାଗ ନେବେ । କିଷାନ୍ ଗଣତନ୍ତ୍ର ପରେଡ୍ ନାମରେ କୃଷକ ମାନଙ୍କ ପକ୍ଷରୁ ଏହି ରାଲିରେ ପ୍ରାୟ 5 ହଜାର ଟ୍ରାକ୍ଟର ସାମିଲ କରାଯିବ । ଏନେଇ ଦିଲ୍ଲୀ ପୋଲିସ୍ ଅନୁମତି ଦେଇଛି । ଏହି ରାଲି ଦିନ 12ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ପୋଲିସ୍ ଆନ୍ଦୋଳନକାରୀ କୃଷକ ନେତାମାନଙ୍କ ସହ ଆଲୋଚନା କରି ନିର୍ଦ୍ଦିଷ୍ଟ ମାର୍ଗ ବା ରୁଟ୍ ରେ ରାଲି କରିବା ନେଇ ଅନୁମତି ଦିଆଯାଇଛି ।

ଏହି ଟ୍ରାକ୍ଟର ଶୋଭାଯାତ୍ରା ପୁଲିସର ଅନୁମତି ଆଧାରରେ ନିର୍ଦ୍ଧାରିତ ରାସ୍ତା (ରୁଟ୍‌)ରେ ହେବ ବୋଲି ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି । ସେ କହିଛନ୍ତି ଏହି ଶୋଭାଯାତ୍ରା ଦେଶର ସୈନିକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏହା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ଓ ଏଥିରେ କୌଣସି ରାଜନୈତିକ ଲୋକ ସାମିଲ ହୋଇପାରିବେ ନାହିଁ । ଶୋଭାଯାତ୍ରା ଲାଗି ଦିଲ୍ଲୀ ପୁଲିସ ତିନିଟି ରାସ୍ତା ଧାର୍ଯ୍ୟ କରିଛି ।

tractor-rally

ଶୋଭାଯାତ୍ରା ନିର୍ଦ୍ଧାରିତ ରାସ୍ତାରେ ଯାଇ ସେହି ରାସ୍ତାରେ ଫେରିବ । ଏଥିପାଇଁ ଦୁଇଟି ଲେନ୍‌ ପ୍ରସ୍ତୁତ କରାଯାଇଛି । ଟ୍ରାକ୍ଟର ଶୋଭାଯାତ୍ରା ପାଇଁ ପୁଲିସ ଦେଇଥିବା ଅନୁମତିରେ 36ଟି ସର୍ତ୍ତ ଧାର୍ଯ୍ୟ କରାଯାଇଛି । ସର୍ତ୍ତ ଅନୁଯାୟୀ ଶୋଭାଯାତ୍ରାରେ 5ହଜାର ଟ୍ରାକ୍ଟର ଓ 5ହଜାର ଲୋକ ସାମିଲ ହେବେ । ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ପାଇଁ କୃଷକ ସଂଗଠନଗୁଡିକ 2500 ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରିଛି । ଶୋଭାଯାତ୍ରାରେ କୌଣସି ପ୍ରକାର ଡାକବାଜି ଯନ୍ତ୍ର ବ୍ୟବହାର, ଅସ୍ତ୍ରଶସ୍ତ୍ର, ଆପତ୍ତିଜନକ ବ୍ୟାନର କିମ୍ବା ପୋଷ୍ଟର ପ୍ରଦର୍ଶନ କରାଯାଇପାରିବ ନାହିଁ । ପୁଲିସ ଅନୁମତି ସହିତ ଦିଲ୍ଲୀ ଅଗ୍ନିଶମ, ବିଏସଇଏସ୍‌, ଏନଡିପିଏଲ ଓ ଅନ୍ୟ ଏଜେନ୍ସି ଠାରୁ କୃଷକମାନେ ଅନୁମତି ଆଣିବେ । ପ୍ରତ୍ୟେକ ସଂଗଠନ ନିଜର ପରିଚୟ ପତ୍ର ଆବଶ୍ୟକ ସମୟରେ ଦେଖାଇବାକୁ ବାଧ୍ୟ । ରାସ୍ତାରେ କେହି କୌଣସିଠାରେ ଅଟକି ପାରିବେ ନାହିଁ । କୌଣିସ ପ୍ରକାର ସରକାରୀ ସମ୍ପତ୍ତିକୁ ନଷ୍ଟ କରାଯିବ ନାହିଁ । ଟ୍ରାକ୍ଟର ବ୍ୟତୀତ ଅନ୍ୟ କୌଣସି ଗାଡି ଏପରିକି ଦୁଇ ଚକିଆ ଯାନ ବ୍ୟବହାର କରାଯିବ ନାହିଁ ।

ଟିକ୍ରି ସୀମାରେ 63ରୁ 64 କିଲୋମିଟର, ସିଂଘୁ ସୀମାରେ 62ରୁ 63 କିଲୋମିଟର ଓ ଗାଜିପୁରରେ 47 କିଲୋମିଟର ରାସ୍ତା ଦେଇ ଟ୍ରାକ୍ଟର ପରେଡ ହେବ । ପୋଲିସ ସୂଚନା ଅନୁସାରେ ପରେଡ ସମୟରେ ଦିଲ୍ଲୀର ରିଙ୍ଗ ରୋଡର ସମସ୍ତ ଦୋକାନବଜାର ବନ୍ଦ ରହିବ । ଟ୍ରାକ୍ଟର କୃଷକ ସଙ୍ଗଠନ, ତ୍ରିରଙ୍ଗା ଓ ଖାଲସା ପନ୍ତ ପତାକା ଲଗାଇ ପାରିବେ ଚାଷୀ । ଯଦି କୌଣସି ବିଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହୁଏ ତେବେ ଏଥିପାଇଁ କୃଷକ ନେତା ଦାୟୀ ରହିବେ ବୋଲି ପୋଲିସ ଚେତାଇ ଦେଇଛି ।.

ଟ୍ରାକ୍ଟର ରୢାଲି କାରଣରୁ ସାଧାରଣ ଯାତାୟତ ପାଇଁ ଡାଇଭରସନ୍‌ ରୁଟ୍‌ଗୁଡ଼ିକ ହେଉଛି ଏନ୍‌ଏଚ୍‌-୪୪ ଜିଟି ରୋଡ ଟ୍ରାଫିକ୍‌ରୁ ସିଂଘୁ ଶନି ମନ୍ଦିର, ଅଶୋକ ଫାର୍ମ, ସୁନ୍ଦରପୁର, ମୁକରବା ଚୌକ । ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳ ଷ୍ଟେସନରୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ । ସକାଳ 8ଟା ପୂର୍ବରୁ କେବଳ ଦୁଇଟି ଟ୍ରେନ୍‌ ଏଠାରୁ ଛାଡ଼ିବ । ଏହାପରେ ସନ୍ଧ୍ୟା ସୁଦ୍ଧା ଯିବାକୁ ଥିବା 6ଟି ଟ୍ରେନ୍‌ରୁ ଗୋଟିଏ ବାତିଲ ହେବ ଏବଂ ଅନ୍ୟ 5ଟି ରାତି 8ଟା ପରେ ଚଳାଚଳ କରିବ ।

ଅନ୍ୟପଟେ ନୂଆ କୃଷି ଆଇନକୁ 1ବର୍ଷରୁ ଦେଢବର୍ଷ ପାଇଁ ସ୍ଥଗିତ ରଖିବାକୁ ସରକାର ଦେଇଥିବା ପ୍ରସ୍ତାବ ଉପରେ ଆନ୍ଦୋଳନକାରୀ କୃଷକମାନେ ପୁନର୍ବିଚାର କରିବେ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଶା ପ୍ରକାଶ କରିଛନ୍ତି । ସୋମବାର ତୋମାର କହିଛନ୍ତି ଯେ, ସରକାର ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ଲାଗି ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ଉପରେ କୃଷକମାନେ ପୁନର୍ବିଚାର କରିବେ । ଏପରିକି ମନ୍ତ୍ରୀ ତୋମାର କହିଛନ୍ତି ଯେ କୃଷକଙ୍କ ଆନ୍ଦୋଳନ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ।

ଅନ୍ୟପଟେ ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଚାଲିଥିବା ଅଚଳାବସ୍ଥା ଦୂର କରିବାକୁ ସୁପ୍ରିମକୋର୍ଟ ନିଯୁକ୍ତ ବିଶେଷଜ୍ଞ କମିଟି ଜାନୁଆରୀ 27ରେ କୃଷକ ସଂଗଠନ ସହିତ ଦ୍ବିତୀୟ ପର୍ଯ୍ୟାୟ କଥାବାର୍ତ୍ତା ହେବ । କୃଷି ଆଇନ ପ୍ରତ୍ୟାହାର ଦାବିରେ ନଭେମ୍ବର 26ରୁ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶର କୃଷକମାନେ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+