Farmer Protest : ଆନ୍ଦୋଳନକୁ ପୁରିଲା 3 ମାସ, କୃଷି ମନ୍ତ୍ରଣାଳୟ ଘେରାଉ କରିବ କୃଷକ କଂଗ୍ରେସ

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ଆଜି 3 ମାସ ପୁରିଛି । ଆଜି କିଷାନ କଂଗ୍ରେସ କୃଷି ମନ୍ତ୍ରଣାଳୟକୁ ଘେରାଉ କରିବ ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ଆଜି 3 ମାସ ପୁରିଛି । ଆଜି କିଷାନ କଂଗ୍ରେସ କୃଷି ମନ୍ତ୍ରଣାଳୟକୁ ଘେରାଉ କରିବ । କିଷାନ କଂଗ୍ରେସର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲଙ୍କି ଏ ନେଇ ସୂଚନା ଦେଇଛନ୍ତି ଯେ, କୃଷି ମନ୍ତ୍ରାଳୟ ଘେରାଉ କରି ଚାଷୀମାନଙ୍କର ଅଧିକାର ସାବ୍ୟସ୍ତ କରିବେ ଏବଂ ଥାଳି ବଜାଇ ଆମର ବିରୋଧ ପ୍ରଦର୍ଶନ କରିବୁ । ନୂଆ କୃଷି ଆଇନ ସମ୍ପୂର୍ଣ୍ଣ କୃଷକ ବିରୋଧୀ ଏବଂ ସକରାକରଙ୍କୁ ଏହା ପ୍ରତ୍ୟାହାର କରିବାକୁ ହେବ ।

Farmer- Protest

ଏହା ସହିତ ସୋଲଙ୍କି ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ 215 କୃଷକ ପ୍ରାଣ ହରାଇଛନ୍ତି । ଆମେ ମୋଦୀ ସରକାରଙ୍କ ନିକଟରେ ଏକ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି କରିଛୁ । କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସେ ସବୁ କଥାକୁ ଅଣଦେଖା କରୁଛନ୍ତି । କିନ୍ତୁ, କିଷାନ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ କୃଷକଙ୍କ ସମର୍ଥନରେ ଥିଲା, ରହିଛି ଏବଂ ରହିବ ମଧ୍ୟ । ଆମେ ପଛଟୁ ହଟିବୁନ ହାହିଁ ବୋଲି କହିଛନ୍ତି କିଷାନ କଂଗ୍ରେସର ରାଷ୍ଟ୍ରୀୟ ଉପାଧ୍ୟକ୍ଷ । କିଷାନ ସଙ୍ଗଠନର ଏପରି ବୟାନ ରହୁଥିବା ବେଳେ ଅନ୍ୟପକ୍ଷରେ ସରକାର ଯେ କୌଣସି ସମୟରେ କୃଷକମାନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ କୃଷକମାନେ ଜିଦ୍ ରେ ଅଟଳ ଅଛନ୍ତି ବୋଲି ପୁଣିଥରେ ସରକାର ଦୋହରାଇଛନ୍ତି ।

ଚାରି ଲକ୍ଷ ବଦଳରେ 40 ଲକ୍ଷ ଟ୍ରାକ୍ଟର ଦ୍ୱାରା ଘେରାଉ ହେବ ସଂସଦ

ଏହା ପୂର୍ବରୁ ରାଜସ୍ଥାନର ସିକରରେ ୟୁନାଇଟେଡ୍ କିସାନ ମୋର୍ଚ୍ଚାର ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟିତ୍ କୃଷକମାନଙ୍କୁ ଆଉ ଏକ ଟ୍ରାକ୍ଟର ରାଲି କରିବାକୁ ପ୍ରସ୍ତୁତ ହେବାକୁ ଆହ୍ୱାନ କରିଛନ୍ତି । ସେ କହିଥିଲେ ଯେ, ଯଦି କେନ୍ଦ୍ର ସରକାର ତିନୋଟି ନୂତନ କୃଷି ଆଇନକୁ ରଦ୍ଦ ନକରନ୍ତି ତେବେ ଆନ୍ଦୋଳନକାରୀ କୃଷକମାନେ ସଂସଦ ଘେରାଉ କରିବେ । କୃଷକମାନେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ଉଚିତ, ସେମାନଙ୍କୁ ଯେକୌଣସି ସମୟରେ ଏନେଇ ସୂଚନା ଦିଆଯାଇପାରେ । ଏଥର ସଂସଦ ଚାରି ଲକ୍ଷ ବଦଳରେ 40 ଲକ୍ଷ ଟ୍ରାକ୍ଟରକି ନେଇ ଘେରାଉ ହେବ ବୋଲି କହିଛନ୍ତି ରାକେଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+