କୃଷକ ଆନ୍ଦୋଳନ : ଦିଲ୍ଲୀକୁ ସଂଯୋଗ କରୁଥିବା ରାଜପଥ ଅବରୋଧ କରିବ ଚାଷୀ ସଙ୍ଗଠନ
କୃଷକମାନଙ୍କ ପ୍ରତି ସରକାର ସମ୍ବେଦନଶୀଳ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ପ୍ରତିନିଧୀମାନଙ୍କ ସହ ଆଲୋଚନା କରୁଛନ୍ତି | କୃଷକଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଏକ ପ୍ରସ୍ତାବ ମଧ୍ୟ କୃଷକ ସଂଘକୁ ପଠାଯାଇଛି ଏବଂ ସରକାର ଅଧିକ ଆଲୋଚନା ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ଶନିବାର ଦିଲ୍ଲୀକୁ ସଂଯୋଗ କରୁଥିବା ରାଜପଥ ଅବରୋଧ କରିବେ ବୋଲି କହିଛନ୍ତି |
କୃଷକମାନଙ୍କ ଏହି ଆନ୍ଦୋଳନ ପ୍ଲାଟଫର୍ମରେ କେତେକ "ସାମାଜ ବିରୋଧୀ" ତଥା "ବାମପନ୍ଥୀ ଏବଂ ମାଓବାଦୀ" ମାନେ ସାମିଲ ହୋଇଥିବା ନେଇ ସରକାର କୃଷକମାନଙ୍କୁ ସଜାଗ ରହିବାକୁ କହିଛନ୍ତି | ଟିକ୍ରି ସୀମାରେ କିଛି ପ୍ରଦର୍ଶନକାରୀ ବିଭିନ୍ନ ଅଭିଯୋଗରେ ଗିରଫ ହୋଇଥିବା କେତେକଙ୍କୁ ମୁକ୍ତ କରିବାକୁ ଦାବି ଥିବା ପୋଷ୍ଟର ଧରି ଥିବାର ଫଟୋ ଭାଇରାଲ ହେବାରେ ଲାଗିଛି | ଏନେଇ ତୋମାର କହିଛନ୍ତି ଯେ ଏହି "ସାମାଜ ବିରୋଧୀ" ବ୍ୟକ୍ତିମାନେ କୃଷକଙ୍କ ଆନ୍ଦୋଳନର ପରିବେଶକୁ ନଷ୍ଟ କରିବାକୁ ଷଡଯନ୍ତ୍ର କରୁଛନ୍ତି |

ତୋମାର ମଧ୍ୟ କହିଛନ୍ତି କି, କୃଷକମାନଙ୍କ ପ୍ରତି ସରକାର ସମ୍ବେଦନଶୀଳ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ପ୍ରତିନିଧୀମାନଙ୍କ ସହ ଆଲୋଚନା କରୁଛନ୍ତି | କୃଷକଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଏକ ପ୍ରସ୍ତାବ ମଧ୍ୟ କୃଷକ ସଂଘକୁ ପଠାଯାଇଛି ଏବଂ ସରକାର ଅଧିକ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି | ଖାଦ୍ୟ, ରେଳବାଇ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋଏଲ ଅଭିଯୋଗ କରିଥିଲେ ଯେ କେତେକ ବାମପନ୍ଥୀ ତଥା ମାଓବାଦୀ ଏହି ଆନ୍ଦୋଳନକୁ "ନିୟନ୍ତ୍ରଣ" କରିଛନ୍ତି ଏବଂ କୃଷକ ପ୍ରସଙ୍ଗରେ ଆଲୋଚନା କରିବା ପରିବର୍ତ୍ତେ ସେମାନଙ୍କର ଅନ୍ୟ କିଛି ଏଜେଣ୍ଡା ଥିବା ଜଣାପଡୁଛି |
ସରକାର କୃଷକ ଗୋଷ୍ଠୀଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆଇନରେ ସଂଶୋଧନ ପାଇଁ ଏହାର ପ୍ରସ୍ତାବ ଉପରେ ବିଚାର କରିବାକୁ କହିଥିଲେ ଏବଂ ୟୁନିଅନମାନେ ଚାହିଁଲେ ଏନେଇ ଆଲୋଚନା କରାଯିବ | ପ୍ରାୟ ଦୁଇ ସପ୍ତାହ ଧରି ଜାତୀୟ ରାଜଧାନୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା କେନ୍ଦ୍ର ଏବଂ କୃଷକଙ୍କ ପ୍ରତିନିଧୀଙ୍କ ମଧ୍ୟରେ ଅତି କମରେ ପାଞ୍ଚ ରାଉଣ୍ଡ ଆନୁଷ୍ଠାନିକ ଆଲୋଚନା ହୋଇଛି | ପ୍ରକାଶ ଥାଉକି, ତିନିଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ୟୁନିୟନଗୁଡ଼ିକ ସେମାନଙ୍କର ଦାବିରେ ଅଟଳ ଅଛନ୍ତି | ବୁଧବାର ସକାଳେ ଧାର୍ଯ୍ୟ ହୋଇଥିବା ସରକାର ଏବଂ ଫାର୍ମ ୟୁନିଅନର ନେତାଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ଆଲୋଚନା ବାତିଲ ହୋଇଥିଲା |












Click it and Unblock the Notifications