ପୁଣି ବନ୍ଦ ହେବ ଦିଲ୍ଲୀ-ନୋଏଡ଼ା ସୀମା ; ସୂଚନା ଦେଲେ ବିକେୟୁ ନେତା ରାକେଶ

'ହଁ, ଏହା ସତ ଯେ ଆମେ ଦିଲ୍ଲୀ-ନୋଏଡା ସୀମାକୁ ଅବରୋଧ କରିବାକୁ ଯାଉଛୁ ।' ତାରିଖ ବିଷୟରେ ପଚରାଯିବାରୁ ରାକେଶ କହିଛନ୍ତି, 'ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କମିଟି ବୈଠକରେ ଏହା ସ୍ଥିର ହେବ ।

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟୁ ନୂଆ କୃଷି ଆଇନକୁ ବିରୋଧ କରି ଗତ 111 ଦିନ ହେବ କୃଷକ ମାନେ ଆନ୍ଦୋଳନ କରିବା ସହ ଦିଲ୍ଲୀର ବିଭିନ୍ନ ସୀମାରେ ବସି ରହିଛନ୍ତି । ସେମାନଙ୍କର ଦାବି ଏବଂ ଆନ୍ଦୋଳନକୁ ଦୃଢ କରିବା ପାଇଁ କୃଷକ ନେତାମାନେ କିଛି ନା କିଛି ଆୟୋଜନ କରୁଛନ୍ତି । କୃଷକମାନେ ପୁଣିଥରେ ଦିଲ୍ଲୀ-ନୋଏଡା ସୀମାକୁ ଅବରୋଧ କରିବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଛି । ଭାରତୀୟ କିଷାନ ୟୁନିଅନର ନେତା ତଥା ମୁଖପାତ୍ର ରାକେଶ ଟିକାୟତ୍ କହିଛନ୍ତି ଯେ, 'ହଁ, ଏହା ସତ ଯେ ଆମେ ଦିଲ୍ଲୀ-ନୋଏଡା ସୀମାକୁ ଅବରୋଧ କରିବାକୁ ଯାଉଛୁ ।' ତାରିଖ ବିଷୟରେ ପଚରାଯିବାରୁ ରାକେଶ କହିଛନ୍ତି, 'ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କମିଟି ବୈଠକରେ ଏହା ସ୍ଥିର ହେବ । ଏହା ପରେ ନିର୍ଦ୍ଧାରିତ ଦିନରେ ଦିଲ୍ଲୀ-ନୋଏଡା ସୀମା ଅବରୋଧ କରାଯିବ ।'

Rakesh-Tikait-BKU-Leader

ଆପଣଙ୍କୁ କହିରଖୁଛୁ, ଜାନୁଆରୀ 26 ପୂର୍ବରୁ ଦିଲ୍ଲୀ-ନୋଏଡା ସୀମାକୁ ବନ୍ଦ କରାଯାଇଥିଲା । କିନ୍ତୁ ସେହି ଦିନ ଲାଲକିଲ୍ଲା ହିଂସା ପରେ ଭାରତୀୟ କିଷାନ ୟୁନିଅନ (ଭାନୁ) କାର୍ଯ୍ୟକର୍ତ୍ତାମାନେ ସମର୍ଥନ ପ୍ରତ୍ୟାହାର କରି ଦିଲ୍ଲୀ ନୋଏଡା ସୀମାରୁ ଉଠିବାକୁ ଘୋଷଣା କରିଥିଲେ । ସେବେଠାରୁ ଯାତ୍ରୀମାନେ ଦିଲ୍ଲୀ ନୋଏଡା ସୀମାରେ ସାଧାରଣ ଭାବେ ଚଳପ୍ରତଳ କରିପାରୁଥିଲେ । କିନ୍ତୁ ରାକେଶଙ୍କ ବିବୃତ୍ତି ପରେ ଆନ୍ଦୋଳନକାରୀମାନେ ପୁଣି ସୀମା ବନ୍ଦ କରିବା ନେଇ ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷରେ, ଟିକରୀ ସୀମାରେ ଭାରତୀୟ କୃଷକ ସଂଘ ଉମ୍ରାହାଁ କହିଛନ୍ତି ଯେ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦେଶର ଅନ୍ୟାନ୍ୟ ରାଜ୍ୟରେ 21 ରୁ 23 ମାର୍ଚ୍ଚ ମଧ୍ୟରେ ଯୁବ ସମ୍ମିଳନୀ ଆୟୋଜିତ ହେବ । ଏହି ସମ୍ମିଳନୀରେ ଦିଲ୍ଲୀ ସୀମାରେ ଚାଲୁଥିବା କୃଷକଙ୍କ ପ୍ରଦର୍ଶନରେ ଅଂଶଗ୍ରହଣ କରିବାକୁ ଯୁବକମାନେ ଉତ୍ସାହିତ କରାଯିବ । ପଞ୍ଜାବରୁ ଏହି ସମ୍ମିଳନୀ ଆରମ୍ଭ ହେବ ଏବଂ ଏହା ପରେ ବିଭିନ୍ନ ରାଜ୍ୟରେ ଯୁବକମାନଙ୍କୁ ନେଇ ଏହି ବୈଠକ କରାଯିବ ବୋଲି ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+