ଉତ୍ତ୍ୟକ୍ତ କୃଷକଙ୍କ ମଧ୍ୟରେ ଫସିଗଲେ ପୋଲିସ୍ କର୍ମଚାରୀ, ସୁରକ୍ଷିତ ବଞ୍ଚାଇଲେ କୃଷକ

ଏପରି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହା ଭାରି ଆଶ୍ଚର୍ଯ୍ୟଜନକ ସହ ଉତ୍ସାହଜନକ ମଧ୍ୟ । କିଛି କୃଷକ ଅନ୍ୟ ଉତ୍ତ୍ୟକ୍ତ କୃଷକଙ୍କ ମଧ୍ୟରେ ଫସିଯାଇଥିବା ଜଣେ ପୋଲିସ୍ କର୍ମାଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ନୂଆଦିଲ୍ଲୀ : କେନ୍ଦ୍ରର ନୂତନ କୃଷି ନିୟମ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କୃଷକମାନେ ଆଜି ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିଛନ୍ତି । ଏହି ସମୟରେ ଅନେକ ସ୍ଥାନରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଛି । ଚାଷୀ ମାନେ କେତେକ ସ୍ଥାନରେ ବ୍ୟାରିଗେଟ୍ ଭାଙ୍ଗିବା ସହ ଧଶେଇ ପଶିବାକୁ ଚେଷ୍ଚା କରିବା ସମୟରେ ପୋଲିସ୍ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ।

Farmer- Protest

ଏସବୁ ଘଟଣା ମଧ୍ୟରେ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହା ଭାରି ଆଶ୍ଚର୍ଯ୍ୟଜନକ ସହ ଉତ୍ସାହଜନକ ମଧ୍ୟ । କିଛି କୃଷକ ଅନ୍ୟ ଉତ୍ତ୍ୟକ୍ତ କୃଷକଙ୍କ ମଧ୍ୟରେ ଫସିଯାଇଥିବା ଜଣେ ପୋଲିସ୍ କର୍ମାଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

କଣ ରହିଥିଲା ପୁରା ଘଟଣା

ଦିଲ୍ଲୀର ଆଇଟିଓ ଛକରେ ଆନ୍ଦୋଳନକାରୀ କୃଷକ ବ୍ୟାରିଗେଟ୍ ଭାଙ୍ଗି ଦିଲ୍ଲୀ ଭିତରକୁ ଧଶେଇ ପଶିହାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପୋଲିସ୍ ସେମାନଙ୍କୁ ପ୍ରତିରୋଧ କରିଥିଲା । ସ୍ଥିତି ଅଣାୟତ ହେବା ପରେ ପୋଲିସ୍ ପକ୍ଷରୁ ଲାଠିଚାର୍ଜ କରିବା ସହ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ଲୁହବୁବା ଗ୍ୟାସ ପ୍ରୟୋଗ କରିଥିଲା । ଏହି ସମୟରେ ଜଣେ ପୋଲିସ୍ କର୍ମଚାରୀ ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କ ମଧ୍ୟରେ ଫସି ଯାଇଥିଲେ । କିଛି କୃଷକ ସେହି ପୋଲିସ୍ କର୍ମୀଙ୍କୁ ମାରିବାକୁ ଆକ୍ରମଣ କରିଥିଲେ । କିନ୍ତୁ କେତେକ କୃଷକ ତାଙ୍କୁ ଘେରିବା ସହ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରୁ ବଞ୍ଚାଇଥିଲେ । ଏହାପରେ କିଛି କୃଷକ ପୋଲିସ୍ କର୍ମୀଙ୍କ ସହ ଯାଇ ଅନ୍ୟ ପୋଲିସ୍ ମାନଙଅକ ନିକଟରେ ସୁରକ୍ଷିତ ଛାଡ଼ିଆସିଥିଲେ । ଭିଡ଼ିଓରେ ଦେଖାଯାଉଥିବା ତଥ୍ୟ ଅନୁସାରେ, ଯଦି କୃଷକମାନେ ପୋଲିସ୍ କର୍ମୀଙ୍କୁ ସେଠାରେ ଘେରି ନଥାନ୍ତେ, ଉତ୍ତ୍ୟକ୍ତ ଆନ୍ଦୋଳନକାରୀ କୃଷକଙ୍କ ଦ୍ୱାରା କିଛି ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+