କୃଷକ ଆନ୍ଦୋଳନ : କୃଷକ ସଂଗଠନ ଏବଂ ରାଜ୍ୟମାନଙ୍କୁ ନୋଟିସ୍ ଜାରି କରି କମିଟି ଗଠନ କରିବାକୁ ସୁପିର୍ମକୋର୍ଟର ନିର୍ଦ୍ଦେଶ
ଆନ୍ଦୋଳନକାରୀ ଚାଷୀଙ୍କୁ ତୁରନ୍ତ ହଟାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଆବେଦନ ଶୁଣାଣି କରିଛନ୍ତି |ସୁପ୍ରିମକୋର୍ଟ କୃଷକ ସଂଗଠନ, କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ନୋଟିସ ଜାରି କରି ଶୀଘ୍ର ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ନିୟମ ବିରୋଧରେ କୃଷକ ଆନ୍ଦୋଳନ 20 ଦିନରୁ ଅଧିକ ସମୟ ଧରି ଚାଲିଛି | ହଜାର ହଜାର କୃଷକ ସେମାନଙ୍କ ଦାବି ସହିତ ରାଜଧାନୀ ଦିଲ୍ଲୀର ସୀମାରେ ବିରୋଧ କରୁଛନ୍ତି | ଏହି ସମୟରେ ବୁଧବାର ସୁପ୍ରିମକୋର୍ଟ ଆନ୍ଦୋଳନକାରୀ ଚାଷୀଙ୍କୁ ତୁରନ୍ତ ହଟାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଏକ ଆବେଦନ ଶୁଣାଣି କରିଛନ୍ତି | ଏହି ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟ କୃଷକ ସଂଗଠନ, କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ନୋଟିସ ଜାରି କରି ଶୀଘ୍ର ଏହାର ସମାଧାନ ପାଇଁ କମିଟି ଗଠନ କରିବାକୁ କହିଛନ୍ତି | ବର୍ତ୍ତମାନ କୃଷକ ସଂଗଠନକୁ କୋର୍ଟ ନୋଟିସ ଦେଇଛନ୍ତି |

ଉଲ୍ଲେଖନୀୟ ଯେ, ଦିଲ୍ଲୀର ଅନେକ ସୀମାରେ କୃଷକମାନେ ଆନ୍ଦୋଳନ କରୁଛନ୍ତି | ଚାଷୀଙ୍କୁ ସେଠାରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ କୋର୍ଟ ଆଜି କୃଷକ ସଂଗଠନ, କେନ୍ଦ୍ର ଏବଂ ପଞ୍ଜାବ-ହରିୟାଣା ସରକାରଙ୍କୁ ନୋଟିସ ଜାରି କରିଛନ୍ତି | ପ୍ରଧାନ ବିଚାରପତି ଏଏସ୍ ବୋବଡେ, ଜଷ୍ଟିସ୍ ଏଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟମ୍ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି | ଏହି ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯିବା ଉଚିତ ବୋଲି ବେଞ୍ଚ ଶୁଣାଣି କରିଛନ୍ତି | ଏହା ଏକ ଜାତୀୟ ପ୍ରସଙ୍ଗ ଯାହା ସହମତି ଭିତ୍ତିରେ ସମାଧାନ ହେବା ଆବଶ୍ୟକ | ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ଦି ହେବ |
Supreme Court issues notice to Centre and States on a batch of pleas seeking a direction to the authorities to immediately remove the farmers who are protesting at several border points of Delhi against three new farm laws pic.twitter.com/v2IJM2qxDE
— ANI (@ANI) December 16, 2020
ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଶାହିନ୍ ବାଗ ମାମଲାକୁ ବାରମ୍ବାର ଉଲ୍ଲେଖ କରିଥିଲେ | ଓକିଲ କହିଛନ୍ତି ଯେ ଶାହିନ୍ ବାଗ ମାମଲାରେ କୋର୍ଟ କହିଥିଲେ ଯେ, ରାସ୍ତାଗୁଡ଼ିକ ବନ୍ଦ ହେବା ଉଚିତ୍ ନୁହେଁ | ଶାହିନ୍ ବାଗ ମାମଲା ଉଲ୍ଲେଖ କରିଥିବାରୁ ମୁଖ୍ୟ ବିଚାରପତି ଓକିଲଙ୍କୁ ତାଗିଦ୍ କରିଛନ୍ତି | ସାହିନ୍ ବାଗ୍ ମାମଲାରେ କେତେଜଣ ରାସ୍ତା ରୋକ କରିଥିଲେ ? ଆଇନ ଶୃଙ୍ଖଳା ପରିସ୍ଥିତିରେ ଏପରି ଉଦାହରଣ ଦେବା ସଠିକ୍ ନୁହେଁ | ଏହି ମାମଲାରେ କୃଷକ ସଂଗଠନଗୁଡ଼ିକ ଏହି ପ୍ରସଙ୍ଗରେ ଦଳ ଗଠନ କରିଛନ୍ତି କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ? କେଉଁ କୃଷକ ସଙ୍ଗଠନ ରାସ୍ତା ରୋକ କରିଛନ୍ତି ବୋଲି ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି | ପ୍ରଧାନ ବିଚାରପତିଙ୍କ ଏହି ପ୍ରଶ୍ନର ଉତ୍ତରରେ ଓକିଲ କହିଛନ୍ତି ଯେ, କୌଣସି ସୂଚନା ନାହିଁ | ବୁଧବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀ ସୀମାରୁ ଚାଷୀଙ୍କୁ ହଟାଇବା ପାଇଁ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି |












Click it and Unblock the Notifications