Farmer Protest: କୃଷି ଆଇନକୁ ନେଇ ଏମିତି କହିଲେ ଶଶି ଥରୁର

କୃଷକ ଆନ୍ଦୋଳନ ସମ୍ପର୍କରେ ବ୍ରିଟିଶ ସଂସଦରେ ହୋଇଥିବା ଆଲୋଚନା ପରେ ବ୍ରିଟେନ ରାଜଦୂତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ସମନକୁ ନେଇ ବୟାନ ଦେଲେ କଂଗ୍ରେସ ନେତା ଶଶି ଥରୁର ।

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି ନୂଆ ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ବ୍ରିଟିଶ ସଂସଦରେ ହୋଇଥିବା ଆଲୋଚନା ପରେ ବ୍ରିଟେନ ରାଜଦୂତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ସମନକୁ ନେଇ ବୟାନ ଦେଲେ କଂଗ୍ରେସ ନେତା ଶଶି ଥରୁର । ସେ କହିଛନ୍ତି, ଏକ ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କୁ କୌଣସି ବି ପ୍ରସଙ୍ଗରେ କହିବାର ଅଧିକାର ଅଛି ।

ସେ କହିଛନ୍ତି, 'ମୁଁ ଭାରତ ସରକାରଙ୍କୁ ଦୋଷ ଦେବାକୁ ଚାହେଁ ନାହିଁ, କିନ୍ତୁ ମୁଁ ଏତିକି କହିବାକୁ ଚାହେଁ ଯେ, ଗଣତନ୍ତ୍ରରେ ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କର କୌଣସି ପ୍ରସଙ୍ଗ ଉପରେ କହିବାର ସ୍ୱାଧୀନତା ଅଛି ।' ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେପରି ଆମେ ଭାରତରେ ପାଲେଷ୍ଟାଇନ ପ୍ରସଙ୍ଗ ଉପରେ ଆଲୋଚନା କରିପାରୁଛନ୍ତି କିମ୍ବା ଅନ୍ୟ ଦେଶର ଘରୋଇ ପ୍ରସଙ୍ଗକୁ ଆଲୋଚନା କରିପାରୁଛନ୍ତି, ସେହିଭଳି ବ୍ରିଟିଶ ସଂସଦର ମଧ୍ୟ ଏହି ଅଧିକାର ରହିଛି ।

Shashi Tharoor

ଶଶି ଥରୁର ଆହୁରି ମଧ୍ୟ କହିଛନ୍ତି, 'ମୁଁ ଭାରତ ସରକାରଙ୍କୁ ନିଜ ମତ ରଖିବା ନେଇ ଦୋଷାରୋପ କରୁନାହିଁ, କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ସେମାନେ ଲୋକ ପ୍ରତିନିଧୀ ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ସେମାନଙ୍କର ମତ ରଖିବାର ଅଧିକାର ଅଛି ।' 'ମୁଁ ଭାବୁନାହିଁ ଯେ ଏଥିରେ ବହୁତ ଆଶ୍ଚର୍ଯ୍ୟଜନକ ବିଷୟ ଅଛି । ଆମେ ଏହାକୁ ହାଲକା ଭାବେ ଗ୍ରହଣ କରିବା ଉଚିତ୍ ।' ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ଦିନ ବ୍ରିଟେନ ସଂସଦରେ ଦୀର୍ଘ ଦିନ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ ତଥା ଭାରତର କୃଷି ଆଇନକୁ ବିରୋଧ କରି ଭାରତୀୟ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆଲୋଚନା ହୋଇଥିଲା, ଯାହାକୁ ଭାରତ ସରକାର ଭୁଲ୍ ବୋଲି କହିଥିଲେ । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଭାରତ ସରକାର ବ୍ରିଟିଶ ରାଷ୍ଟ୍ରଦୂତଙ୍କୁ ସମନଜାରି କରିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆଲୋଚନାକୁ ତୀବ୍ର ବିରୋଧ କରିଛି । ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ବ୍ରିଟେନ ସଂସଦରେ ହୋଇଥିବା ଏହି ଆଲୋଚନା ଅନ୍ୟ ଗଣତାନ୍ତ୍ରିକ ଦେଶର ରାଜନୀତିରେ ହସ୍ତକ୍ଷେପକୁ ପ୍ରତିପାଦିତ କରିଛି । ବ୍ରିଟିଶ ସାଂସଦମାନେ (ବିଶେଷକରି ଗଣତାନ୍ତ୍ରିକ ସହଭାଗୀ ସଂପର୍କରେ) ଘଟଣାଗୁଡ଼ିକୁ ଭୁଲ ଉପସ୍ଥାପନ କରି ଭୋଟ୍ ବ୍ୟାଙ୍କ ରାଜନୀତିରୁ ଦୂରେଇ ରହିବା ଉଚିତ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+