ଆସନ୍ତା କାଲି ଭାରତ ବନ୍ଦ ; କଂଗ୍ରେସ ସମେତ 18ଟି ରାଜନୈତିକ ଦଳର ରହିବ ସମର୍ଥନ
ଏହି ନୂଆ ଆଇନକୁ ପ୍ରତ୍ୟାହାର ଦାବି ଜିଦରେ ଅଟଳ ଥିବା ଦେଶର ବିଭିନ୍ନ କୃଷକ ସଙ୍ଗଠନ କେନ୍ଦ୍ର ସରକାର କୃଷି ଆଇନ ନଫେରାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଇଛନ୍ତି | ଅପରପକ୍ଷରେ ଆସନ୍ତା 9ତାରିଖ ଦିନ ଆଉ ଥରେ କେନ୍ଦ୍ର ସରକାର କୃଷକ ସଙ୍ଗଠନ ମାନଙ୍କ ସହ ଆଲୋଚନା କରିବେ ବୋଲି ଧାର୍ଯ୍ୟ କରାଯାଇଛି |
ନୂଆଦିଲ୍ଲୀ : ଡିସେମ୍ବର 8ରେ ଭାରତ ବନ୍ଦ | ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଛି ଏହି ବନ୍ଦ ଡାକରା | ଶନିବାର କେନ୍ଦ୍ର ସରକାର ଏବଂ ବିଭିନ୍ନ ଚାଷୀ ସଙ୍ଗଠନ ମଧ୍ୟରେ ହୋଇଥିବା ପଞ୍ଚମ ପର୍ଯ୍ୟାୟରେ କୌଣସି ସମାଧାନର ବାଟ ବାହାରି ନାହିଁ | ଏହି ନୂଆ ଆଇନକୁ ପ୍ରତ୍ୟାହାର ଦାବି ଜିଦରେ ଅଟଳ ଥିବା ଦେଶର ବିଭିନ୍ନ କୃଷକ ସଙ୍ଗଠନ କେନ୍ଦ୍ର ସରକାର କୃଷି ଆଇନ ନଫେରାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଇଛନ୍ତି | ଅପରପକ୍ଷରେ ଆସନ୍ତା 9ତାରିଖ ଦିନ ଆଉ ଥରେ କେନ୍ଦ୍ର ସରକାର କୃଷକ ସଙ୍ଗଠନ ମାନଙ୍କ ସହ ଆଲୋଚନା କରିବେ ବୋଲି ଧାର୍ଯ୍ୟ କରାଯାଇଛି |

ଭାରତ ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନମାନେ ସମର୍ଥନ ଜଣାଇଛନ୍ତି | କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ନେତା ଶରଦ ପୱାର, ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ ଓ ପିଏଡିଜି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଏହି ମିଳିତ ବିବୃତ୍ତି ଜାରି କରିଛନ୍ତି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ କୃଷକ ମାନଙ୍କର ଆନ୍ଦୋଳନକୁ ଆରମ୍ଭରୁ ସମର୍ଥନ କରିଆସୁଛନ୍ତି | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୃଷକ ଆନ୍ଦୋଳନକୁ ସଫଳ କିରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି | ଏଥିସହିତ କେତେକ ବ୍ୟାଙ୍କ କର୍ମଚାରୀ ସଂଘ, ବ୍ୟବସାୟିକ ସଂଘ, ପରିବହନ ସଂଘ ଏହାକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି | ତେଣୁ ଆସନ୍ତାକାଲିର ଏହି ଆନ୍ଦୋଳନ ଦେଶବ୍ୟାପୀ ପ୍ରଭାବ ପକାଇବାର ସମ୍ଭାବନା ରହିଛି | ଦିଲ୍ଲୀକୁ ସମସ୍ତ ଜାତୀୟ ରାଜପଥ, ରେଳ ଯାତାୟତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି |
ଓଡ଼ିଆାରେ ବିଭିନ୍ନ କୃଷକ ସଙ୍ଗଠନ କାଲିର ଏହି ଆନ୍ଦୋଳରେ ସାମିଲ ହେବେ | ଏଥି ସହିତ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ରହିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି |
ଭାରତ ବନ୍ଦକୁ ନଜରରେ ରଖି ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ 44କୁ ଉଭୟ ପଟୁ ବନ୍ଦ କରାଯାଇଛି | ସିଙ୍ଗୁ, ଅଉଚାନ୍ଦି, ପିଆଓ ମନିୟାରି ଏବଂ ମଙ୍ଗେସ୍ ସୀମାକୁ ସିଲ୍ କରାଯାଇଛି |ତେଣୁ ଲାମପୁର, ସାଫିଆବାଦ୍, ସାବୋଲି ସୀମା ଦେଇ ଯାତାୟତ କରିବାକୁ ଦିଲ୍ଲୀ ଟ୍ରାଫିକ୍ ତରଫରୁ କୁହାଯାଇଛି | ମୁକର୍ବା ଏବଂ ଡିଟିକେ ରୋଡରୁ ରାସ୍ତା ଡାଇଭର୍ସ କରାଯିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି |
Singhu, Auchandi, Piao Maniyari, Mangesh borders are closed. NH 44 is closed on both sides. Take alternate routes via Lampur,Safiabad,Saboli borders.
— Delhi Traffic Police (@dtptraffic) December 6, 2020
Traffic has been diverted from Mukarba & GTK road.
Avoid Outer Ring Rd , GTK road, NH 44
ଏଥି ସହିତ ଦିଲ୍ଲୀର ଗୌତମବୁଦ୍ଧ ନଗରରେ ପୋଲିସ୍ ପକ୍ଷରୁ 144 ଧାରା ଜାରି କରାଯାଇଛି | ଏହି ସମୟ ମଧ୍ୟରେ କେହି ରାସ୍ତା ଅବରୋଧ କରିପାରିବେ ନାହିଁ କିମ୍ବା ଧାରଣାରେ ବସି ପାରିବେ ନାହିଁ | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି | ଡିସେମ୍ବର 6ରୁ ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ ବୋଲି ଗୌତମବୁଦ୍ଧ ନଗର ପୋଲିସ୍ ଆୟୁକ୍ତ ଆଶୁତୋଷ ଦ୍ୱିବେଦୀ ସୂଚନା ଦେଇଛନ୍ତି |












Click it and Unblock the Notifications