Farmers Protest: କୃଷକ ଆନ୍ଦୋଳନ ଚାରି ମାସ ଅବସରରେ ମାର୍ଚ୍ଚ 26 ରେ ଭାରତ ବନ୍ଦ
ଆନ୍ଦୋଳନର 4 ମାସ ପୂର୍ତ୍ତି ଅବସରରେ କୃଷକମାନେ 26 ମାର୍ଚ୍ଚରେ ଭାରତ ବନ୍ଦ ଘୋଷଣା କରିଛନ୍ତି । ଏଥିସହିତ ମାର୍ଚ୍ଚ 15 ରେ କୃଷକ ସଙ୍ଗଠନ, ଟ୍ରେଡ ୟୁନିଅନ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ବିରୋଧ କରିବେ ବେଲି ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀର ସିଙ୍ଗୁ, ଟିକିରି ଏବଂ ଗାଜିପୁର ସୀମାରେ ଚାଷୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । କୃଷି ଆଇନ ପ୍ରତ୍ୟାହାର ଏବଂ ଏମଏସପି ଉପରେ ଆଇନ ଦାବିରେ କୃଷକମାନେ ଜିଦ୍ ଧରିଛନ୍ତି । ଏହି ଆନ୍ଦୋଳନର 4 ମାସ ପୂର୍ତ୍ତି ଅବସରରେ କୃଷକମାନେ 26 ମାର୍ଚ୍ଚରେ ଭାରତ ବନ୍ଦ ଘୋଷଣା କରିଛନ୍ତି । ଏଥିସହିତ ମାର୍ଚ୍ଚ 15 ରେ କୃଷକ ସଙ୍ଗଠନ, ଟ୍ରେଡ ୟୁନିଅନ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ବିରୋଧ କରିବେ ବେଲି ଘୋଷଣା କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଖବର ଅନୁଯାୟୀ ମାର୍ଚ୍ଚ 26 ରେ କୃଷକ ସଂଗଠନମାନେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି । ଏହି ତିନୋଟି କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ କହିଛନ୍ତି ଯେ ମାର୍ଚ୍ଚ 15 ରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ବିରୋଧ ପ୍ରଦର୍ଶନରେ କେତେକ ଟ୍ରେଡ ୟୁନିୟନ ମଧ୍ୟ ଯୋଗଦେବେ ।
ଏଥି ସହିତ, ମାର୍ଚ୍ଚ 6 ରେ, 100 ଦିନର ଆନ୍ଦୋଳନ ସମାପ୍ତ ହେବାପରେ କୃଷକ ସଂଗଠନ ସମଗ୍ର ଦେଶର ଚକ୍କା ଜାମ କରିଥିଲା । କୃଷକ ସଂଗଠନ ସକାଳ 11 ଟାରୁ 4 ଟା ପର୍ଯ୍ୟନ୍ତ ଚକ୍କା ଜାମ୍ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ । ସରକାର ଆଣିଥିବା କୃଷି ଆଇନ ବିରୋଧରେ କୃଷକ ନେତାମାନେ ସେମାନଙ୍କ ରଣନୀତି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସରକାର ଏହି ତିନୋଟି ନିୟମ ପ୍ରତ୍ୟାହାର ନକରନ୍ତି ସେ ପର୍ଯ୍ୟନ୍ତ ଚାଷୀମାନେ ପିକେଟିଂ ସ୍ଥାନରୁ ଉଠିବେ ନାହିଁ । ଅନ୍ୟପକ୍ଷରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ କୃଷକ ସଂଗଠନ ସହ ଆଲୋଚନା କରିବା ନେଇ ପୁଣି କହିଛନ୍ତି ।












Click it and Unblock the Notifications