Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ରକୁ 'ଅନ୍ତିମ ପ୍ରଦର୍ଶନ'ର ଧମକ ଦେଲେ ଆନ୍ନା ହାଜାରେ, ସର୍ତ୍ତରେ ରାଜି ନହେଲେ କରିବେ ଅନଶନ

ଯଦି କୃଷକ ମାନଙ୍କ ପ୍ରସଙ୍ଗରେ ସେମାନଙ୍କର ଦାବି ପୂରଣ ନହୁଏ ତେବେ ସେ ଆସନ୍ତା ବର୍ଷ ଅନଶନ କରିବେ ବୋଲି ସମାଜସେବୀ ଆନ୍ନା ହଜାରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି | ଏହା ତାଙ୍କର 'ଶେଷ ପ୍ରଦର୍ଶନ' ହେବ ବୋଲି ସେ ଘୋଷଣା କରିଛନ୍ତି |

ନୂଆଦିଲ୍ଲୀ : ଯଦି କୃଷକ ମାନଙ୍କ ପ୍ରସଙ୍ଗରେ ସେମାନଙ୍କର ଦାବି ପୂରଣ ନହୁଏ ତେବେ ସେ ଆସନ୍ତା ବର୍ଷ ଅନଶନ କରିବେ ବୋଲି ସମାଜସେବୀ ଆନ୍ନା ହଜାରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି | ଏହା ତାଙ୍କର 'ଶେଷ ପ୍ରଦର୍ଶନ' ହେବ ବୋଲି ସେ ଘୋଷଣା କରିଛନ୍ତି | ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଲେଗାନ୍ ସିଦ୍ଧ ଗ୍ରାମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ ରବିବାର କହିଛନ୍ତି ଯେ ଗତ ତିନି ବର୍ଷ ହେଲା ସେ ଚାଷୀମାନଙ୍କ ପାଇଁ ବିରୋଧ ପ୍ରଦର୍ଶନ କରିଆସୁଥିଲେ ସରକାର ଏହି ସମସ୍ୟାର ସମାଧାନ ପାଇଁ କିଛି କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି |

83 ବର୍ଷିୟ ଆନ୍ନା ହଜାରେ କହିଛନ୍ତି, 'ସରକାର କେବଳ ଫମ୍ପା ପ୍ରତିଶ୍ରୁତି ଦେଉଛନ୍ତି, ଯେଉଁଥିପାଇଁ ମୋର (ସରକାର) ଉପରେ ମୋର କୌଣସି ବିଶ୍ୱାସ ନାହିଁ | ସରକାର ମୋ ଦାବି ଉପରେ କ'ଣ ପଦକ୍ଷେପ ନେଉଛନ୍ତି ତାହା ମୁଁ ଅପେକ୍ଷା କରିଛି | ସେମାନେ ଏକ ମାସର ସମୟ ମାଗିଛନ୍ତି ଏବଂ ଜାନୁଆରୀ ଶେଷ ପର୍ଯ୍ୟନ୍ତ ସରକରଙ୍କୁ ସମୟ ଦେଇଛି | ଯଦି ମୋର ଦାବି ପୂରଣ ନହୁଏ, ତେବେ ମୁଁ ଅନଶନରେ ବସିବି ଏବଂ ଏହା ମୋର ଶେଷ ପ୍ରଦର୍ଶନ ହେବ |'

Anna-Hazare
ଏହା ପୂର୍ବରୁ ସେ 14 ଡିସେମ୍ବରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖି କହିଥିଲେ, ଯଦି ଏମଏସ ସ୍ୱାମୀନୀଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ଏବଂ ମୂଲ୍ୟ ଆୟୋଗକୁ ସ୍ୱାଧୀନତା ପ୍ରଦାନ କରିବା ନେଇ ତାଙ୍କ ଦାବିକୁ ଗ୍ରହଣ ନକରନ୍ତି, ତେବେ ସେ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ |

କିଛି ଦିନ ପୂର୍ବରୁ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ବିଧାନସଭା ବାଚସ୍ପତି ହରିବାଉ ବାଗଡେ ଆନ୍ନା ହାଜାରେଙ୍କୁ ଭେଟି ତାଙ୍କୁ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିଷୟରେ ବୁଝାଇଥିଲେ | ଯେତେବେଳେ କୃଷକ ସଂଗଠନ 8 ଡିସେମ୍ବରରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦେଇଥିଲେ ସେବେ ଆନ୍ନା ହାଜାରେ ଗୋଟିଏ ଦିନ ଉପବାସ କରିଥିଲେ | ଦେଶର ବିଭିନ୍ନ ରାଜ୍ୟର କୃଷକମାନେ ଗତ ଏକ ମାସ ଧରି ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି | ସେପ୍ଟେମ୍ବର ମାସରେ ଏହି ନିୟମ ପ୍ରଣୟନ କରାଯାଇଥିଲା | ଏହା ଦ୍ୱାରା କୃଷି କ୍ଷେତ୍ରରେ ଉନ୍ନତି ଆସିବ ଏବଂ ମଧ୍ୟସ୍ଥିଙ୍କ ଭୂମିକା ହ୍ରାସ ପାଇବ ବୋଲି ସରକାର ଦାବି କରିଛନ୍ତି | ଏଥିସହିତ କୃଷକମାନେ ଦେଶର ଯେକୌଣସି ସ୍ଥାନରେ ସେମାନଙ୍କର ଫସଲ ବିକ୍ରି କରିପାରିବେ |

କିନ୍ତୁ ଏହି ଆଇନ ଦ୍ୱାରା କୃଷକମାନଙ୍କୁ ମିଳୁଥିବା ଏମ୍ଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ଧାରେ ଧୀରେ ଦୁର୍ବଳ ହୋଇଯ଼ିବ ଏବଂ ମଣ୍ଡି ବ୍ୟବସ୍ଥା କିଛି ଦିନ ପରେ ସମାପ୍ତ ହୋଇଯିବ ବୋଲି କୃଷକମାନେ ଅଭିଯୋଗ କରୁଛନ୍ତି | ସମ୍ପୂର୍ଣ୍ଣ ଚାଷ ବ୍ୟବସ୍ଥା କମ୍ପାନୀ ମାନଙ୍କ ଅଧୀନକୁ ପଳାଇବ | ଯାହା ଦ୍ୱାରା କୃଷକମାନେ ବହୁ କ୍ଷତିଗ୍ରସ୍ତ ହେବେ |

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+