Farmers Protest: ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିଫଳ, ଜାନୁଆରୀ 15 ରେ ପୁଣି ଆଲୋଚନା

କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ନିୟମ ଉପରେ କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ ଆଜି (8 ଜାନୁଆରୀ) ହୋଇଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଛି ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ନିୟମ ଉପରେ କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ ଆଜି (8 ଜାନୁଆରୀ) ହୋଇଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଛି । ଜାନୁୟାରୀ 15 ରେ କୃଷକ ନେତା ଏବଂ ସରକାରଙ୍କ ମଧ୍ୟରେ ପରବର୍ତ୍ତୀ ବୈଠକ ହେବ । ଆଜି ଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବାଣିଜ୍ୟ ମନ୍ତ୍ରୀ ସୋମ ପ୍ରକାଶ 40 କୃଷକ ସଂଗଠନର ପ୍ରତିନିଧୀ ମାନଙ୍କ ସହ ଆଲୋଚନା କରିଥିଲେ । ଉଭୟ ପକ୍ଷରୁ ସମାଧାନ କରିବାକୁ ଚାହୁଁଥିବା ଏହି ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

8th-round-discussion-farmer-govt

ଏହି ବୈଠକରେ କୃଷକ ନେତାମାନେ ସରକାରଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସମସ୍ତ ତିନୋଟି ଆଇନ ପ୍ରତ୍ୟାହାର କରିବାକୁ ପଡିବ । ଏଥି ସହିତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଆଇନରେ ଯେଉଁଠି ଆପତ୍ତି ରହିଛି, ତାହା ସଂଶୋଧନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ କୃଷକମାନେ ଆନ୍ଦୋଳନ ବନ୍ଦ କରିବେନି କି ଘରକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

କୃଷକ ନେତାମାନଙ୍କୁ ଭେଟିବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, "ଆଇନ ପ୍ରତ୍ୟାହାର କରିବା ବ୍ୟତୀତ ସରକାରଙ୍କୁ ଅନ୍ୟ ବିକଳ୍ପ ଦେବାକୁ କୁହାଯାଇଛି, କିନ୍ତୁ ଚାଷୀଙ୍କଠାରୁ କୌଣସି ବିକଳ୍ପ ମିଳିଲା ନାହିଁ । ସରକାର ବାରମ୍ବାର କହିଛନ୍ତି ଯେ ଯଦି କୃଷକ ସଂଗଠନ ଆଇନ ପ୍ରତ୍ୟାହାର ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଦିଅନ୍ତି, ତେବେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ । ଏହି ଆଇନଗୁଡିକ ପ୍ରତ୍ୟାହାର କରାବା ନେଇ ଆନ୍ଦୋନକାରୀ କୃଷକମାନେ ଜିଦ୍ ଧରିଛନ୍ତି, କିନ୍ତୁ ଏନେକ ଲୋକ ଏହି ଆଇନର ସପକ୍ଷରେ ଅଛନ୍ତି । ବର୍ତ୍ତମାନ ଆମେ ଆନ୍ଦୋଳନକାରୀ ଦଳ ସହ କଥା ହେଉଛୁ, ଯଦି ଆବଶ୍ୟକତା ପଡେ ଆଗାମୀ ସମୟରେ ସରକାର ଆଇନକୁ ସମର୍ଥନ କରୁଥିବା କୃଷକ ସଂଗଠନଗୁଡ଼ିକୁ ଏହି ବୈଠକରେ ସାମିଲ କରିବାକୁ ନିଷ୍ପତ୍ତି ନେବୁ ।"

ଭାରତ କିସାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକୈତ୍ ବୈଠକ ପରେ କହିଛନ୍ତି ଯେ, ତାରିଖ ପରେ ତାରିଖ ଘୁଞ୍ଚାଯାଉଛି । ଏହି ବୈଠକରେ ସମସ୍ତ କୃଷକ ନେତା ଏକ ସ୍ୱରରେ ବିଲ୍ ବାତିଲ କରିବାକୁ ଦାବି କରିଛନ୍ତି । ଆମେ ବିଲ୍ ପ୍ରତ୍ୟାହାର କରାଇବାକୁ ଚାହୁଁଛୁ କିନ୍ତୁ ସରକାର ସଂଶୋଧନ ଚାହୁଁଛନ୍ତି । ସରକାର ଆମ କଥା ଶୁଣିନାହାନ୍ତି, ତେଣୁ ଆମେ ମଧ୍ୟ ସରକାରଙ୍କ କଥା ଶୁଣିବୁନାହିଁ । ଏଥିସହିତ ଅଲ ଇଣ୍ଡିଆ କିଷାନ ସଭାର ନେତା କହିଛନ୍ତି ଯେ, ଏହି ଆଲୋଚନାରେ ସରକାରଙ୍ ଆମକୁ କୋର୍ଟକୁ ଯିବାକୁ କହୁଛନ୍ତି । କିନ୍ତୁ ଆମେ କୋର୍ଟକୁ ଯିବୁ ନାହିଁ, ବରଂ ଆମର ବିରୋଧ ଜାରି ରଖିବୁ ।

Farmer- Protest

ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ଏବଂ ସରକାରଙ୍କ ମଧ୍ୟରେ ଆଠ ପର୍ଯ୍ୟାୟ ଆଲୋଚନା ହୋଇସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କେବଳ କୃଷକଙ୍କ ଦୁଇଟି ଦାବି ରଖିଛନ୍ତି । ଯେଉଁଥିରେ ଷ୍ଟଲ ଜଳିବା ଅପରାଧରୁ ମୁକ୍ତ କରିବା ଏବଂ ବିଦ୍ୟୁତ ସବସିଡି ଜାରି ରଖିବା ସାମିଲ ରହିଛି। ତଥାପି, ସରକାର ତିନୋଟି ନୂତନ ଆଇନକୁ ପ୍ରତ୍ୟାହାର କରିବା ଏବଂ ଏମଏସପି ଉପରେ ଆଇନ ପ୍ରଣୟନ କରିବାକୁ କୃଷକଙ୍କ ଦାବିରେ ସହମତ ନୁହଁନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଚଳିତ ବର୍ଷ ତିନୋଟି ନୂତନ କୃଷି ଆଇନ ଆଣିଛନ୍ତି, ଯେଉଁଥିରେ ସରକାରୀ ମଣ୍ଡି ବାହାରେ କ୍ରୟ, ଚୁକ୍ତିନାମା ଚାଷକୁ ଅନୁମୋଦନ କରିବା ଏବଂ ଅନେକ ଶସ୍ୟ ଏବଂ ଡାଲିର ଷ୍ଟକ୍ ସୀମା ଶେଷ କରିବା ଭଳି ବ୍ୟବସ୍ଥା ରହିଛି । ଏହାକୁ ବିରୋଧ କରି ଜୁନ୍ ମାସରୁ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ଏବଂ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି । ଚାଷୀଙ୍କୁ କହିବା ଅନୁସାରେ, ଏହି ଆଇନଗୁଡ଼ିକ ମଣ୍ଡି ପ୍ରଥା ଏବଂ ସମଗ୍ର ଚାଷକୁ ପ୍ରାଇଭେଟ୍ ସଂସ୍ଥା ହାତକୁ ଟେକିଦିଆଯିବ, ଯାହା ଫଳରେ ଚାଷୀଙ୍କ ପାଇଁ ବହୁ କ୍ଷତି ହେବ । କୃଷକଙ୍କ ଏହି ଆନ୍ଦୋଳନକୁ କେନ୍ଦ୍ର ସରକାର ଧ୍ୟାନ ନଦେବାରୁ ନଭେମ୍ବର 26 ରେ କୃଷକମାନେ ଦିଲ୍ଲୀ ଯିବାକୁ ଘୋଷଣା କରିଥିଲେ । ଏହା ପରେ ଗତ 44 ଦିନ ଧରି କୃଷକମାନେ ଦିଲ୍ଲୀ ଏବଂ ହରିୟାଣାକୁ ସଂଯୋଗ କରୁଥିବା ସିନ୍ଧୁ ସୀମାରେ ଆନ୍ଦୋଳନ କରିଆସୁଛନ୍ତି । ଏଥିସହିତ ଟିକ୍ରି, ଗାଜିପୁର ଏବଂ ଦିଲ୍ଲୀର ଅନ୍ୟ ସୀମାରେ ମଧ୍ୟ କୃଷକ ମାନେ ଧାରଣାରେ ବସିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+