ଡିସେମ୍ବର 8 କୃଷକ ସଙ୍ଗଠନର ଭାରତ ବନ୍ଦ ଡାକରା ; ସାରା ଦେଶରେ ଜଳାଇବେ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା

ଭରତ କିଷାନ ୟୁନିଅନର ମହାସଚିବ ଏଚ୍.ଏସ୍ ଲୋଖଓ୍ୱାଲା ସିନ୍ଧୁ ସୀମାଠାରେ ଗଣମାଧ୍ୟମକୁ କହିଛନ୍ତି, ଗୁରୁବାର ହୋଇଥିବା ଆଲୋଚନାରେ କୃଷି ଆଇକୁ ଫେରାଇନେବା ପାଇଁ ଦାବି କରାଯାଇଥିଲା | ଡିସେମ୍ବର 5ତାରିଖରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର କୁଶପୁତଳିକା ଦାହ କରାଯିବ | ଏହାପରେ ଡିସେମ୍ବର 8 ତାରିଖରେ ସାରା ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି |

ନୂଆଦିଲ୍ଲୀ : କୃଷକ ସଙ୍ଗଠନର ଡିସେମ୍ବର 8 ଭାରତ ବନ୍ଦ ଡାକରା | ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ଏହି ବନ୍ଦ ଡାକରା ଦେଇଛି | ନୂତନ କୃଷି ଆଇନ ସମ୍ପର୍କରେ ଗୁରୁବାର ଦିନ କୃଷକ ସଙ୍ଗଠନରପ୍ରତିନିଧି ଦଳ ଏବଂ କେନ୍ଦ୍ର ସରକରାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ଠୋସ୍ ସମାଧାନ ହୋଇପାରିନାହିଁ | ଏଥି ସହିତ 5ତାରିଖ ଦିନ ଦେଶ ସାରା ବଡ଼ ପ୍ରଦର୍ଶନ କରିବ |

ଭରତ କିଷାନ ୟୁନିଅନର ମହାସଚିବ ଏଚ୍.ଏସ୍ ଲୋଖଓ୍ୱାଲା ସିନ୍ଧୁ ସୀମାଠାରେ ଗଣମାଧ୍ୟମକୁ କହିଛନ୍ତି, ଗୁରୁବାର ହୋଇଥିବା ଆଲୋଚନାରେ କୃଷି ଆଇକୁ ଫେରାଇନେବା ପାଇଁ ଦାବି କରାଯାଇଥିଲା | ଡିସେମ୍ବର 5ତାରିଖରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର କୁଶପୁତଳିକା ଦାହ କରାଯିବ | ଏହାପରେ ଡିସେମ୍ବର 8 ତାରିଖରେ ସାରା ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି |

Farmers-Protest

ସେହିପରି ଅଖୀଳ ଭାରତୀୟ କିଷାନ ସଭାର ମହାସଚିବ ହାନାନ ମୋଲ୍ଲାହ କହିଛନ୍ତି, ଆମକୁ ଏହି ବିରୋଧକୁ ଆହୁରି ଆଗକୁ ନେବାକୁ ହେବ | ମୋଦୀ ସରକାର କୃଷି ଆଇନ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆମେ ପ୍ରଦର୍ଶନ କରିବୁ |

ଏଥି ସହ ଗାଜିଆବାଦ-ଦିଲ୍ଲୀ ସୀମାରେ ଏକ କିସାନ ମୋର୍ଚ୍ଚା ଜାରି ରହିଛି, ସାଠାରେ କୃଷକ ନେତା ରାକେଶ ଟିକୈତ୍ କହିଛନ୍ତି ଯେ ଡିସେମ୍ବର 8 ରେ ଭାରତ ବନ୍ଦ ଘୋଷଣା କରାଯାଇଛି | ଶନିବାର ଦିନ ଭାରତ ସରକାର ଏନେଇ ଏକ ବୈଠକ ଡାକିଛନ୍ତି ଯେଉଁଥିରେ ସେମାନେ ସାମିଲ ହେବେ | କୃଷକଙ୍କ ଏହି ଘୋଷଣା ପରେ ଅନେକ ରାଜନୈତିକ ଦଳ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିବେ ବୋଲି ଆଶା କରାଯାଉଛି |

ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ଅନ୍ୟପକ୍ଷରେ କୃଷକ ଆନ୍ଦୋଳନର ଏହି ମାମଲା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ | ଦିଲ୍ଲୀର ଆଡଭୋକେଟ୍ ଓମ୍ ପ୍ରକାଶ ପରିହାର ଚାଷୀଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି | ଏହି ଆବେଦନରେ ସେ କହିଛନ୍ତି ଯେ ଦେଶରେ କରୋନା ମହାମାରୀ ବ୍ୟାପକ ହୋଇଥିବାରୁ କୃଷକମାନଙ୍କୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ, ଯାହା ଦ୍ୱାରା କରୋନା ବିପଦ କମିପାରିବ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+