Get Updates
Get notified of breaking news, exclusive insights, and must-see stories!

କୃଷି ଆଇନ ଉପରେ ସରକାରଙ୍କୁ ଚ୍ୟାଲେଞ୍ଜ : ପୁଣିଥରେ ଦିଲ୍ଲୀ ସୀମାରେ ଏକାଠି ହେଉଛନ୍ତି କୃଷକ

ଫସଲ ଅମଳ ପରେ କୃଷକମାନେ ପୁଣି ଥରେ ଦିଲ୍ଲୀର ଟିକିରି ଏବଂ ସିଙ୍ଗୁ ସୀମାକୁ ଫେରୁଛନ୍ତି । ସଙ୍ଗଠନ ଏକ ବିବୃତ୍ତିରେ କହିଛି ଯେ ସୋମବାର ଦିନ ଅନେକ କୃଷକ ଟିକିରି ଏବଂ ସିଙ୍ଗୁ ସୀମାରେ ପହଞ୍ଚିଛି ଏବଂ ଏହା ଆଗରୁ ମଧ୍ୟ ଜାରି ରହିବ ।

ନୂଆଦିଲ୍ଲୀ : ଗହମ ଫସଲ ଅମଳ ହୋଇଛି ଏବଂ ବର୍ତ୍ତମାନ କୃଷକମାନେ ପୁଣି ଥରେ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛନ୍ତି । କୃଷକ ମାନଙ୍କର ସବୁଠାରୁ ବଡ଼ ସଙ୍ଗଠନ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଫସଲ ଅମଳ ପରେ କୃଷକମାନେ ପୁଣି ଥରେ ଦିଲ୍ଲୀର ଟିକିରି ଏବଂ ସିଙ୍ଗୁ ସୀମାକୁ ଫେରୁଛନ୍ତି । ସଙ୍ଗଠନ ଏକ ବିବୃତ୍ତିରେ କହିଛି ଯେ ସୋମବାର ଦିନ ଅନେକ କୃଷକ ଟିକିରି ଏବଂ ସିଙ୍ଗୁ ସୀମାରେ ପହଞ୍ଚିଛି ଏବଂ ଏହା ଆଗରୁ ମଧ୍ୟ ଜାରି ରହିବ ।

Farmer- Protest

'ସୋମବାର ଦିନ ବହୁ ସଂଖ୍ୟାରେ ଚାଷୀ ମାନେ ଦିଲ୍ଲୀର ସିଙ୍ଗୁ ଏବଂ ଟିକିରି ସୀମାରେ ପହଞ୍ଚିଥିଲେ । ତାଙ୍କ ଏହି ଯାତ୍ରା ସମୟରେ ତାଙ୍କୁ ଅନେକ ସ୍ଥାନରେ ସ୍ୱାଗତ କରାଯାଇଥିଲା । ଟ୍ରାକ୍ଟର, କାର ଏବଂ ଅନ୍ୟାନ୍ୟ ଯାନରେ ଯାତ୍ରା କରୁଥିବା କୃଷକମାନେ ତମ୍ବୁ ଏବଂ ଟ୍ରଲିରେ ରହିବାକୁ ବ୍ୟବସ୍ଥା କରିଛନ୍ତି ଏବଂ ପରବର୍ତ୍ତୀ ଅମଳ ପର୍ଯ୍ୟନ୍ତ ସେମାନେ ଏଠାରେ ରହିବେ ।

ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଆହୁରି କହିଛି, 'ଆନ୍ଦୋଳନ ପୁଣି ଥରେ ଶକ୍ତିଶାଳୀ ହେବା ସହ ବିରୋଧ ପ୍ରଦର୍ଶନ ସ୍ଥାନ ବଡ ହୋଇଛି । ଗତ ପାଞ୍ଚ ମାସ ଧରି କୃଷକଙ୍କ ତମ୍ବୁ, ଟ୍ରଲି ଏବଂ ଅନ୍ୟାନ୍ୟ ଯାନ ରହିଛି । ଫସଲ କଟା ସରିଯାଇଛି, ଏବେ କୃଷକମାନେ ଆସିବେ ।' କୃଷକ ସଙ୍ଗଠନ ଆହୁରି ମଧ୍ୟ କହିଛି ଯେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିର ଅବ୍ୟବସ୍ଥା ହେତୁ ହଜାର ହଜାର ଲୋକ ମରୁଛନ୍ତି ଏବଂ ଏଭଳି ପରିସ୍ଥିତିରେ ସରକାର ଘରୋଇକରଣକୁ ପ୍ରୋତ୍ସାହିତ କରୁଛନ୍ତି ।

ସଂଗଠନ ଆହୁରି ମଧ୍ୟ କହିଛି ଯେ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବା ଉଚିତ । କୃଷକଙ୍କ ଫସଲର କ୍ରୟ ଏବଂ ପାରିଶ୍ରମିକ ମୂଲ୍ୟର ଗ୍ୟାରେଣ୍ଟି ଦେବା ସହିତ ସରକାର ଏମଏସପି ଉପରେ ଏକ ଆଇନ ପ୍ରଣୟନ କରିବା ଉଚିତ ଏବଂ ତୁରନ୍ତ କୃଷକ ବିରୋଧୀ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଉଚିତ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+