କୃଷକ ବିରୋଧ: ଡିସେମ୍ବର 29ରେ ହେବ କେନ୍ଦ୍ର ସରକାରଙ୍କ ସହ କୃଷକ ନେତାଙ୍କ ଆଲୋଚନା

ଡିସେମ୍ବର 29 ସକାଳ 11 ଟା ସମୟରେ କେନ୍ଦ୍ର ସରକାର ସହିତ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିବାକୁ କୃଷକ ସଙ୍ଗଠନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି |

ନୂଆଦିଲ୍ଲୀ : ଦୀର୍ଘ ଏକ ମାସ ଧରି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ପଞ୍ଜାବ-ହରିୟାଣାର କୃଷକମାନେ ଆନ୍ଦୋଳନ କରିଆସୁଛନ୍ତି | ଏହି ସମୟରେ କେନ୍ଦ୍ର ସରକାର ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୃଷକମାନେ ଏଥିରେ ସହମତ ହୋଇନଥିଲେ | ଡିସେମ୍ବର 29 ସକାଳ 11 ଟା ସମୟରେ କେନ୍ଦ୍ର ସରକାର ସହିତ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିବାକୁ କୃଷକ ସଙ୍ଗଠନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି | ଏଥର ଆଲୋଚନାରେ ଦୁଇଟି ବିଷୟରେ ଆଲୋଚନା ହେବା ନେଇ ଯୋଜନା ରହିଛି ବୋଲି ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯ଼ାଦବ କହିଛନ୍ତି | ଶନିବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ସେ ଏହା କହିଛନ୍ତି |

କଣ ରହିଛି ଦୁଇଟି ବିଷୟ

29ତାରିଖରେ ହେବାକୁ ଥିବା ଆଲୋଚନାରେ ପ୍ରଥମ ବିଷୟଟି ତିନୋଟି କୃଷି ଆଇନ ରଦ୍ଦ କରିବାର ମୋଡସ୍ ଅପରେଣ୍ଡି ଉପରେ ଆଧାରିତ ହୋଇଥିବାବେଳେ ଦ୍ୱିତୀୟଟି ଏମଏସପି (ସର୍ବନିମ୍ନ ସହାୟତକ ମୂଲ୍ୟ) ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ପାଇଁ ନୂତନ ଆଇନ ପ୍ରଣୟନ ଉପରେ ଆଧାରିତ ରହିବ |

ଏଥିସହିତ କ୍ରାନ୍ତିକାରୀ କିଷାନ ୟୁନିଅନର ଅଧ୍ୟକ୍ଷ ଦର୍ଶନପାଲ କହିଛନ୍ତି, 30 ଡିସେମ୍ବରରେ ସିନ୍ଧୁ ସୀମା ଠାରୁ ଟ୍ରାକ୍ଟର ରାଲି ବାହାରିବ |

Farmer- Protest

ସରକାର କ'ଣ କହୁଛନ୍ତି ?

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମୋଦୀ ସରକାରଙ୍କ ତରଫରୁ କୃଷକଙ୍କ ସହ ଆଲୋଚନା କରୁଛନ୍ତି | ସେ ଶୁକ୍ରବାର ଦିନ କହିଛନ୍ତି ଯେ ମୁଁ ପଞ୍ଜାବର କୃଷକମାନଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କ ଆନ୍ଦୋଳନକୁ ବନ୍ଦ କରିବା ସହ ନୂତନ କୃଷି ଆଇନର ସମାଧାନ ପାଇଁ ସରକାରଙ୍କ ସହ ଆଲୋଚନା କରିବାକୁ ଆଗେଇ ଆସନ୍ତୁ | ବର୍ତ୍ତମାନ ସରକାର 40 ଟି କୃଷକ ସଂଗଠନ ସହ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି |

କୃଷକଙ୍କ ଆନ୍ଦୋଳନକୁ ମିଳୁଛି ବିପକ୍ଷର ସମର୍ଥନ

ଯେତେବେଳେ ବିରୋଧୀ ଚାଷୀଙ୍କୁ ନେଇ ମୋଦୀ ସରକାର ସଂସଦରେ ଏହି ନୂତନ ବିଲ୍ ଆଣିଥିଲେ, ସେତେବେଳେ ଉଭୟ ଗୃହରେ ଏହାକୁ ବିରୋଧୀଦଳ ଏହାକୁ ବିରୋଧ କରିଛନ୍ତି | ଏହା ପରେ ପଞ୍ଜାବ-ହରିୟାଣାର କୃଷକମାନେ ଏହି ବିଲ୍ କୁ ବିରୋଧ କରି ଆନ୍ଦୋଳନ କରିଥିଲେ | କୃଷକଙ୍କ ଏହି ଆନ୍ଦୋଳନକୁ ବିରୋଧୀ ଦଳର ସମର୍ଥନ ମିଳୁଛି | କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଲଗାତାର ଟ୍ୱିଟରରେ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି | ନୂତନ ନିୟମ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ସେମାନଙ୍କର ଆନୋଦଳନ ଜାରି ରହିବ ବୋଲି କୃଷକମାନେ ସ୍ପଷ୍ଟ କରିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+