Farmers Protest : ଜୁଲାଇ 22 ରୁ ସଂସଦ ବାହାରେ ପ୍ରତିଦିନ 200 କୃଷକ ଦେବେ ଧାରଣା
କେନ୍ଦ୍ର ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି । ତେଣୁ ଆମେ 22 ଜୁଲାଇରେ ଦିଲ୍ଲୀ ଯିବୁ ଏବଂ ସଂସଦ ବାହାରେ ଧାରଣା ଦେବୁ । ପ୍ରତିଦିନ ସେଠାରେ 200 ଲୋକ ଧାରମାରେ ବସିବେ ବୋସି ରାକେଶ କହିଛନ୍ତି ।
ନୂଆଦିଲ୍ଲୀ : ଖରା ବର୍ଷା ଠାରୁ ଆରମ୍ଭ କରି ଦିଲ୍ଲୀର ପ୍ରବଳ ଶୀତ ସତ୍ତ୍ୱେ ବନ୍ଦ ହୋଇନି କୃଷକ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ 7 ମାସରୁ ଅଧିକ ସମୟ ଧରି ଚାଲିଆସୁଛି ଏହି ଆନ୍ଦୋଳନ । ଦିଲ୍ଲୀର ସୀମାନ୍ତ ଅଞ୍ଚଳର କୃଷକମାନେ ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବି କରିଛନ୍ତି । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ରଦ୍ଦ କରାଯାଉ ଏବଂ ଏମଏସପି ଉପରେ ଏକ ଆଇନ ପ୍ରସ୍ତୁତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଯଦିଓ କୃଷକ ଏବଂ ସରକାରଙ୍କ ଏହି ଯୁଦ୍ଧ କେବେ ଶେଷ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟିତ୍ ତାଙ୍କର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଭାରତୀୟ କିଷାନ ୟୁନିଅନ (ବି.କେ.ୟୁ) ନେତା ରାକେଶ ଟିକାୟିତ୍ କହିଛନ୍ତି ଯେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିବ । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି । ତେଣୁ ଆମେ 22 ଜୁଲାଇରେ ଦିଲ୍ଲୀ ଯିବୁ ଏବଂ ସଂସଦ ବାହାରେ ଧାରଣା ଦେବୁ । ପ୍ରତିଦିନ ସେଠାରେ 200 ଲୋକ ଧାରମାରେ ବସିବେ ବୋସି ରାକେଶ କହିଛନ୍ତି ।
The farmers protest will continue. Centre is not willing for talks. We will go to Delhi on July 22 and sit outside the Parliament. 200 people will go everyday: Bharatiya Kisan Union (BKU) leader Rakesh Tikait pic.twitter.com/ufVQTNeUcS
— ANI (@ANI) July 13, 2021
ଏହା ବ୍ୟତୀତ କୃଷକ ନେତା ରାକେଶ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ପୋଷ୍ଟର ଜାରି କରିଛନ୍ତି ଯେଉଁଥିରେ ସରକାରଙ୍କୁ ଟାର୍ଗେଟ କରି ଲେଖାଯାଇଛି ଯେ ଯଦି ସଂସଦ ଅହଂକାରୀ ଏବଂ ଜିଦଖୋର ତେବେ ଦେଶରେ ବିପ୍ଳବ ନିଶ୍ଚିତ ହୋଇଥାଏ ।
संसद अगर अहंकारी और अड़ियल हो तो देश में जनक्रांति निश्चित होती है।#farmersprotest_atparliament @AHindinews @PTI_News @htTweets @abhisar_sharma @Kisanektamorcha @ABPNews @aajtak @news24tvchannel @ndtv @the_hindu @thewire_in @bstvlive @QuintHindi @OfficialBKU pic.twitter.com/7skPYXleJl
— Rakesh Tikait (@RakeshTikaitBKU) July 13, 2021
କୃଷି ନିୟମକୁ ନେଇ ରାକେଶ ଟିକାୟିତ୍ ମୋଦୀ ସରକାରଙ୍କ ଉପରେ କ୍ରମାଗତ ଆକ୍ରମଣ କରୁଛନ୍ତି । ଏହାପୂର୍ବରୁ ସେ କହିଥିଲେ ଯେ ଯଦି ସରକାର କୌଣସି ଦଳର ହୋଇଥାନ୍ତେ ତେବେ ଏହା ବିଷୟରେ ଆଲୋଚନା ହୋଇଥାନ୍ତା, ମୋଦୀ ସରକାରକୁ ନେତା ନୁହେଁ ବରଂ କମ୍ପାନୀ ଚଳାଉଛନ୍ତି । ତେଣୁ କୌଣସି ଆଲୋଚନା ହୋଇନାହିଁ । ସେମାନେ କେବଳ ଗୋଟିଏ ସର୍ତ୍ତ ରଖିଛନ୍ତି ଯେ ସେମାନେ କୃଷି ନିୟମକୁ ରଦ୍ଦ କରିବେ ନାହିଁ, କିନ୍ତୁ ଆଲୋଚନା ପାଇଁ ପ୍ରସ୍ତୁତ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications