କେନ୍ଦ୍ର ସହ ଆଲୋଚନା ପାଇଁ ବିଜ୍ଞାନ ଭବନ ପହଞ୍ଚିଲେ କୃଷକ ପ୍ରତିନିଧି ଦଳ

ଆଜି ଆଲୋଚନା ପାଇଁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକ ପ୍ରତିନିଧି ମାନଙ୍କୁ ଆମନ୍ତ୍ରଣ କରିଥିଲେ | ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିବେ | ଏଥି ସହିତ ଗୃହମନ୍ତ୍ରୀ ଅମିତ୍ ଶାହା ଏହି ଆଲୋଚନାରେ ଯୋଗଦେବେ । ଏନେଇ 35 ଜଣିଆ କୃଷକ ପ୍ରତିନିଧି ଦଳ ସିଙ୍ଗୁ ସୀମାରୁ ଆସି ବିଜ୍ଞାନ ଭବନ ଠାରେ ପହଞ୍ଚିଛନ୍ତି ।

ନୂଆଦିଲ୍ଲୀ : ନୂଆ କୃଷି ଆଇନ ସମ୍ପର୍କରେ ଆଲୋଚନା କରିବା ପାଇଁ ଦିଲ୍ଲୀସ୍ଥିତି ବିଜ୍ଞାନ ଭବନରେ ପହଞ୍ଚିଛନ୍ତି କୃଷକ ସଙ୍ଗଠନର ପ୍ରତିନିଧି ଦଳ | ବିଜ୍ଞାନ ଭବନ ଠାରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଏବଂ କୃଷକ ସଙ୍ଗଠନର ପ୍ରତିନିଧି ମଧ୍ୟରେ ନୂଆ କୃଷି ଆଇନ ସମ୍ପର୍କରେ ସବିଶେଷ ଆଲୋଚନା ହେବ | ଆଜି ଆଲୋଚନା ପାଇଁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକ ପ୍ରତିନିଧି ମାନଙ୍କୁ ଆମନ୍ତ୍ରଣ କରିଥିଲେ | ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିବେ | ଏଥି ସହିତ ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଏହି ଆଲୋଚନାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ଏନେଇ 35 ଜଣିଆ କୃଷକ ପ୍ରତିନିଧି ଦଳ ସିଙ୍ଗୁ ସୀମାରୁ ଆସି ବିଜ୍ଞାନ ଭବନ ଠାରେ ପହଞ୍ଚିଛନ୍ତି |

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମ ବିରୁଦ୍ଧରେ ହରିୟାଣା ଏବଂ ପଞ୍ଜାବର କୃଷକମାନେ ଗତ କିଛି ଦିନ ହେବ ଦିଲ୍ଲୀ ସୀମାରେ ଆନୋଳନ କରିଆସୁଛନ୍ତି | ସରକାର ସେମାନଙ୍କ ନିକଟକୁ ଆସି ସେମାନଙ୍କ କଥା ଶୁଣନ୍ତୁ ଏବଂ ଏହି କୃଷି ଆଇନ ପ୍ରତ୍ୟାହାର କରନ୍ତୁ ବୋଲି କୃଷକମାନେ ଦାବି କରିଥିଲେ | କୃଷକମାନଙ୍କ ଏହି ଦାବିକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବହୁ ବିରୋଧୀଦଳର ନେତାଙ୍କ ସମର୍ଥନ ଦେଉଛନ୍ତି |

Farmer- Protest
ଅପରପକ୍ଷରେ କୃଷକଙ୍କ ଆୟ ବୃଦ୍ଧି ତଥା ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି ତିନୋଟି ଆଇନ ପ୍ରଣୟନ କରାଯାଇଛି ବୋଲି ସରକାର କହିଆସୁଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+