Get Updates
Get notified of breaking news, exclusive insights, and must-see stories!

କୃଷକ ଆନ୍ଦୋଳନକ ନେଇ ଯୋଗଗୁରୁ ରାମଦେବଙ୍କ ମନ୍ତବ୍ୟ : ଦେଢ ବର୍ଷ ବଦଳରେ ତିନି ବର୍ଷ ଯାଏଁ ସ୍ଥଗିତ କରାଯାଉ କୃଷି ଆଇନ

ଦେଶର ଶାନ୍ତି ପାଇଁ ସରକାର ଏହା ଆଇନକୁ ତିନି ବର୍ଷ ପର୍ଯ୍ୟନ୍ତ ଲାଗୁ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ହରିୟାଣାର ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ସମୟରେ ରାମଦେବ ନିଜର ବୟାନ ରଖିଥିଲେ ।

ନୂଆଦିଳ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଜାରି ରହିଛି । ତିନି ମାସରୁ ଅଧିକ ସମୟ ଧରି ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ମାନେ ଆନ୍ଦୋଳନ କରିବା ସହ ଧାରଣାରେ ବସି ରହିଛନ୍ତି । ଏହା ମଧ୍ୟରେ ଯୋଗଗୁରୁ ରାମଦେବ ଏନେଇ ନିଜର ବୟାନ ରଖିଛନ୍ତି । ଦେଶର ଶାନ୍ତି ପାଇଁ ସରକାର ଏହା ଆଇନକୁ ତିନି ବର୍ଷ ପର୍ଯ୍ୟନ୍ତ ଲାଗୁ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ହରିୟାଣାର ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ସମୟରେ ରାମଦେବ ନିଜର ବୟାନ ରଖିଥିଲେ ।

Ram-Dev

ସେ କହିଛନ୍ତି କି ସରକାର ନୂତନ କୃଷି ଆଇନ୍‌କୁ ୩ ବର୍ଷ ପାଇଁ ସ୍ଥଗିତ ରଖନ୍ତୁ । କୃଷକମାନେ ସରକାରଙ୍କ ସହ ବସି କୃଷି ତଥା ଦେଶର ସ୍ୱାର୍ଥ ସଂପର୍କରେ ଆଲୋଚନା କରନ୍ତୁ । ତା'ହେଲେ ଯାଇ କିଛି ନିଷ୍କର୍ସ ବାହାରିବ ।

ସେ ଆହୁରି ବି କହିଛନ୍ତି କି 'ଉଭୟ କୃଷକ ଓ ସରକାର କେହି ବି ଏହି ସମସ୍ୟାର ସମାଧାନ ଦିଗରେ ଇଚ୍ଛୁକ ନୁହଁନ୍ତି । କିନ୍ତୁ ଏହି ଅନ୍ଦୋଳନ ଖୁବ୍‌ ଶୀଘ୍ର ଶେଷ ହେବା ଉଚିତ୍‌ । ପୂର୍ବରୁ ସରକାର ଏହି କୃଷି ନିୟମକୁ ଦେଢ଼ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବାକୁ କହିଛନ୍ତି । ସରକାରଙ୍କ ଏହି ସର୍ତ୍ତରେ ଯଦି କୃଷକମାନେ ରାଜି ନୁହନ୍ତି ତେବେ ସରକାର ଏହାକୁ ବର୍ଦ୍ଧିତ କରି ୩ ବର୍ଷ କରିଦିଅନ୍ତୁ । ସରକାର ଓ କୃଷକ ଏକାଠି ହୋଇ ଦେଶର ସ୍ବାର୍ଥ କଥା ଚିନ୍ତା କରନ୍ତୁ ।'

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+