Get Updates
Get notified of breaking news, exclusive insights, and must-see stories!

ଦାବିରେ ଅଟଳ ଆନ୍ଦୋଳନରତ ଚାଷୀ, 18ରେ କରିବେ ରେଳ ରୋକ

ଆସନ୍ତା 18 ତାରିଖରେ ସାରା ଦେଶରେ ରେଳ ରୋକ କରିବାକୁ କୃଷକ ସଙ୍ଗଠନ ଘୋଷଣା କରିଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଫେବୃଆରୀ 18 ରେ ସାରା ଦେଶରେ 4 ଘଣ୍ଟା ପାଇଁ ରେଳରୋକ କରିବ ବୋଲି ଘୋଷଣା କରିଛି ।

ନୂଆଦିଲ୍ଲୀ : ତୀବ୍ର ହେବାରେ ଲାଗିଛି କେନ୍ଦ୍ର ସରକାରଙ୍କ ପାରିତ କୃଷି ଆଇନ ବିରୋଧରେ ଆନ୍ଦୋଳନ । ବହୁବାର କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ସତ୍ତ୍ୱେ କୌଣସି ନିସ୍କର୍ଷ ବାହାରି ପାରିନଥିବା ବେଳେ କୃଷକ ମାନେ ନିଜର ଦାବିରେ ଅଟଳ ରହିଛନ୍ତି । ଏଥି ମଧ୍ୟରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କୁ ଆନ୍ଦୋଳନ ଶେଷ କରିବାକୁ କହିଥିଲେ । କିନ୍ତୁ କୃଷକମାନେ ନିଜର ଆନ୍ଦୋଳନ ଆହୁରି ତୀବ୍ର କରିବାକୁ ଘୋଷଣା କରିଛନ୍ତି । ଆସନ୍ତା 18 ତାରିଖରେ ସାରା ଦେଶରେ ରେଳ ରୋକ କରିବାକୁ କୃଷକ ସଙ୍ଗଠନ ଘୋଷଣା କରିଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଫେବୃଆରୀ 18 ରେ ସାରା ଦେଶରେ 4 ଘଣ୍ଟା ପାଇଁ ରେଳରୋକ କରିବ ବୋଲି ଘୋଷଣା କରିଛି ।

Farmer- Protest

କୃଷକ ନେତା ଦର୍ଶନ ପାଲଙ୍କ ଅନୁସାରେ, ବୁଧବାର ଅନୁଷ୍ଠିତ ବୈଠକରେ ରେଳ ରୋକ ବାବଦରେ ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ 12 ତାରିଖରେ ରାଜସ୍ଥାନର ସମସ୍ତ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ହେବ । ଟୋଲ ପ୍ଲାଜାକୁ ଟୋଲ୍ ମୁକ୍ତ କରାଯିବ । ଏହାପରେ ଫେବୃଆରୀ 14 ତାରିଖରେ ପୁଲଓ୍ୱାମାରେ ସହିଦ ଯବାନଙ୍କ ସ୍ମରଣରେ ସାରା ଦେଶରେ କ୍ୟାଣ୍ଡେଲ ଶୋଭାଯାତ୍ରା ହେବ । ଏହା ବ୍ୟତୀତ 18 ତାରିଖରେ ସାରା ଦେଶରେ ରେଳରୋକ୍ କରାଯିବ । ଦିନ 12 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳ ରୋକ କରାଯିବ ।

ସୂଚନାଯୋଗ୍ୟ, ବୁଧବାର ପ୍ରଧାନମନ୍ତ୍ରୀ ସଂସଦରେ ଆନ୍ଦୋଳନ ଶେଷ କରିବାକୁ କୃଷକମାନଙ୍କୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ଭାରତ ଭଳି ଏକ ବଡ ଦେଶରେ କୌଣସି ନିଷ୍ପତ୍ତି ନିଆଗଲେ ତାକୁ ସମସ୍ତେ ସ୍ୱୀକାର କରିବେ ବୋଲି କୌଣସି ମାନେ ନାହିଁ ।

କୃଷକ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ସେ ଆନ୍ଦୋଳନକୁ ପବିତ୍ର ମାନିଥାନ୍ତି । କିନ୍ତୁ ଏବେ ଆନ୍ଦୋଳନକାରୀ ଏହାର ପବିତ୍ରତା ନଷ୍ଟ କରୁଛନ୍ତି । ଦେଶକୁ ସେମାନେ ଭ୍ରମରେ ପକାଉଛନ୍ତି । ଦେଶ ଏପରି ଆନ୍ଦୋଳନକାରୀଙ୍କୁ ଚିହ୍ନିବା ଆବଶ୍ୟକ ବୋଲି ମୋଦୀ କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+