ଆହୁରି ଆଠ ମାସ ଚାଲିବ କୃଷକ ଆନ୍ଦୋଳନ, ମେ 10 ପରେ ତୀବ୍ର ହେବ ଆନ୍ଦୋଳନ
ଯଦି ଆନ୍ଦୋଳନ ନହେବ ତେବେ କୃଷକଙ୍କ ଜମି ଚାଲିଯିବ । ଆସନ୍ତା ମେ 10 ତାରିଖ ସୁଦ୍ଧା କୃଷକମାନେ ଗହମ ଅମଳ କରିଦେବେ । ଏହା ପରେ ଆନ୍ଦୋଳନ ତୀବ୍ର ହେବ ।
ନୂଆଦିଲ୍ଲୀ : ଗତ ଚାରି ମାସ ହେବ ଜାତୀୟ ରାଜଧାନୀର ବିଭିନ୍ନ ସୀମା ସମେତ ଦେଶର ଅନେକ ରାଜ୍ୟରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଆନ୍ଦୋଳନରତ କୃଷକ ମାନେ ତିନୋଟି କୃଷି ଆଇନକୁ ରଦ୍ଦ କରିବା ସହ ଏମଏସପିକୁ ନେଇ ଆଇନ ଲାଗି କରିବା ଦାବିରେ ଅଟଳ ଅଛନ୍ତି । ଅନ୍ୟପକ୍ଷରେ କୃଷି ଆଇନକୁ ରଦ୍ଦ ନକରି ଏଥିରେ ସଂଶୋଧ କରିବା ନେଇ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ କୃଷକ ସଙ୍ଗଠନ ସରକାରଙ୍କ ଏହି ପ୍ରସ୍ତାବରେ ସହମତ ହେଉ ନାହାଁନ୍ତି । ଇତି ମଧ୍ୟରେ କୃଷକ ସଙ୍ଗଠନ ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟରେ ଦ୍ୱାଦଶ ପର୍ଯ୍ୟାୟ ଆଲୋଚନା ସରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଏହି ସମୟରେ ଭାରତୀୟ କୃଷକ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ,'କୃଷକମାନଙ୍କର ଏହି ଆନ୍ଦୋଳନ ଆହୁରି ଆଠ ମାସ ଚାଲିବ । କୃଷକଙ୍କୁ ଆନ୍ଦୋଳନ କରିବାକୁ ପଡ଼ିବ । ଯଦି ଆନ୍ଦୋଳନ ନହେବ ତେବେ କୃଷକଙ୍କ ଜମି ଚାଲିଯିବ । ଆସନ୍ତା ମେ 10 ତାରିଖ ସୁଦ୍ଧା କୃଷକମାନେ ଗହମ ଅମଳ କରିଦେବେ । ଏହା ପରେ ଆନ୍ଦୋଳନ ତୀବ୍ର ହେବ ।'
आंदोलन अभी आठ महीने और चलाना पड़ेगा। किसान को आंदोलन तो करना ही पड़ेगा, अगर आंदोलन नहीं होगा तो किसानों की जमीन जाएगी। किसान 10 मई तक अपनी गेंहू की फसल काट लेंगे, उसके बाद आंदोलन तेज़ी पकड़ेगा: राकेश टिकैत, भारतीय किसान यूनियन के राष्ट्रीय प्रवक्ता #FarmersProtest pic.twitter.com/BgyNz5WPyx
— ANI_HindiNews (@AHindinews) April 1, 2021
ଆସନ୍ତା ଅପ୍ରେଲ 10 ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ କୁଣ୍ଡଲି-ମାନେସର-ପଲୱଲ ଏକ୍ସପ୍ରେସୱେକୁ 24 ଘଣ୍ଟା ଅବରୋଧ କରିବାକୁ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ, ୟୁନାଇଟେଡ୍ କିଷାନ ମୋର୍ଚ୍ଚା ସୂଚନା ଦେଇଛି ଯେ, ଏପ୍ରିଲ 10 ତାରିଖ ସକାଳ 11 ଟାରୁ ଏକ୍ସପ୍ରେସୱେ 24 ଘଣ୍ଟା ପାଇଁ ଅବରୋଧ ହେବ । ଏଥି ସହିତ କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ 6 ମଇରେ ସମ୍ମାନିତ କରାଯିବ ବୋଲି କୁହାଯାଇଛି ।
ଏହାବ୍ୟତୀତ ଆଗାମୀ ଦିନରେ ସଂସଦ ପର୍ଯ୍ୟନ୍ତ କୃଷକମାନେ ପଦଯାତ୍ରା କରିବେ ବେଲି ମଧ୍ୟ ଘୋଷଣା କରାଯାଇଛି । କିଷାନ ମୋର୍ଚ୍ଚା ଅନୁଯାୟୀ, ଏହି ପଦଯାତ୍ରାରେ କୃଷକ ଏବଂ ଶ୍ରମିକଙ୍କ ବ୍ୟତୀତ ମହିଳା, ଦଳିତ-ଆଦିବାସୀ-ବହୁଜନ, ବେରୋଜଗାର ଯୁବକ ଏବଂ ସମାଜର ପ୍ରତ୍ୟେକ ବର୍ଗର ଲୋକ ଏହି ପଦଯାତ୍ରାରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରାଯିବ । ଏହି ପଦଯାତ୍ରାରେ ଯୋଗ ଦେବାକୁ ଲୋକମାନେ ଗାଁରୁ ଦିଲ୍ଲୀ ସୀମା ପର୍ଯ୍ୟନ୍ତ ନିଜ ଗାଡିରେ ଆସିବେ । ଏହା ପରେ ଦିଲ୍ଲୀର ସୀମାଠାରୁ ପଦଯାତ୍ରା କରାଯିବ । ଆଗାମୀ ଦିନରେ ସଂସଦ ମାର୍ଚ୍ଚ ନେଇ ତାରିଖ ଘୋଷଣା କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications