Farmer Protest: 13 ମାର୍ଚ୍ଚରେ ନନ୍ଦିଗ୍ରାମରେ ମହାପଞ୍ଚାୟତ କରିବେ ରାକେଶ, ଲୋକଙ୍କୁ ପଚାରିବେ, ସେମାନେ କଣ ଏମଏସପି ପାଇଛନ୍ତି ?

13 ମାର୍ଚ୍ଚରେ ରାକେଶ ଟିକାଇଟ୍ ପଶ୍ଚିମବଙ୍ଗ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ କୋଲକାତାର ହାଇ ଭୋଲଟେଜ୍ ଆସନ କୁହାଯାଉଥିବା ନନ୍ଦିଗ୍ରାମ ଏବଂ କୋଲକାତାରେ ମହାପଞ୍ଚାୟତ ଆୟୋଜନ କରିବେ ବୋଲି ସେ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ: ନିର୍ବାଚନୀ ରାଜ୍ୟରେ ପ୍ରବେଶ କରିବେ କେନ୍ଦ୍ର ସରକାରଙ୍କ କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକ । ଆସନ୍ତା ମାସ ତଥା ଚଳିତ ମାସରେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ କୃଷକ ନେତାମାନେ କିଷାନ ପଞ୍ଚାୟତ କରିବାର ଯୋଜନା ରଖିଛନ୍ତି । ଏହା ମଧ୍ୟରେ କୃଷକ ନେତା ରାକେଶ ଟିକାୟତଙ୍କର ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । 13 ମାର୍ଚ୍ଚରେ ରାକେଶ ଟିକାଇଟ୍ ପଶ୍ଚିମବଙ୍ଗ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ କୋଲକାତାର ହାଇ ଭୋଲଟେଜ୍ ଆସନ କୁହାଯାଉଥିବା ନନ୍ଦିଗ୍ରାମ ଏବଂ କୋଲକାତାରେ ମହାପଞ୍ଚାୟତ ଆୟୋଜନ କରିବେ ବୋଲି ସେ ଘୋଷଣା କରିଛନ୍ତି ।

ଗଣମାଧ୍ୟମକୁ ଦେଇଥବା ସୂଚନା ଦେଇ ରାକେଶ କହିଛନ୍ତି, ମାର୍ଚ୍ଚ 13 ତାରିଖ ଦିନ ପଶ୍ଚିମବଙ୍ଗରେ ଆମର ଏକ ବୈଠକ ହେବ । ଏଥିସହିତ ନନ୍ଦିଗ୍ରାମ ଏବଂ କୋଲକାତାରେ ମହାପଞ୍ଚାୟତରେ ସାମିଲ ହେବେ । ସେଠାରେ ଥିବା ଚାଷୀଙ୍କ ସହ ଆଲୋଚନା କରିବା ସହ ସେମନଙ୍କୁ ପଚାରିବେ, "ସେମାନେ ଏମଏସପି ପାଇଛନ୍ତି କି ? ସେମାନେ କିଛି ଲାଭ ପାଇଛନ୍ତି କି ?" ସେଠାରେ କେନ୍ଦ୍ର ରକାରଙ୍କ ତିନୋଟି କୃଷି ଆଇନ ସମ୍ପର୍କରେ ଆଲୋଚନା କରିବେ ବୋଲି ସେ କହିଛନ୍ତି । ଟିକାୟତ୍ ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ 13 ରେ ସେ କୋଲକାତା ଯିବେ ଏବଂ ସେଠାରୁ ନିର୍ଣ୍ଣାୟକ ଆନ୍ଦୋଳନର ବିଗୁଲ୍ ବଜାଇବେ ।

Rakesh Tikait

ଦେଶର କୃଷକମାନେ ବିଜେପିର ନୀତିରେ ଅସୁବିଧାରେ ପଡ଼ୁଛନ୍ତି ବୋଲି ରାକେଶ୍ ଅଭିଯୋଗ କରିଛନ୍ତି । ସେ ପଶ୍ଚିମବଙ୍ଗର ଚାଷୀଙ୍କ ସହ ନିର୍ବାଚନ ବିଷୟରେ ଆଲୋଚନା କରିବେ ଏବଂ ବିଜେପିକୁ ପରାସ୍ତ କରିବାକୁ ଆହ୍ୱାନ କରିବେ ବୋଲି ରାକେଶ ସ୍ପଷ୍ଟ କରିଛନ୍ତି । ସେ କୌଣସି ଦଳ ସପକ୍ଷରେ ଭୋଟ୍ ମାଗିବାକୁ କିମ୍ବା ନିର୍ବାଚନୀ ପ୍ରଚାର କରିବାକୁ ଯାଉନାହାଁନ୍ତି ବୋଲି ଆରମ୍ଭରୁ ସ୍ପଷ୍ଟ କରିସାରିଛନ୍ତି ।

ମମତା ବାନାର୍ଜୀଙ୍କୁ ଭେଟିବା ନେଇ ରାକେଶ କହିଛନ୍ତି ଯେ, ତାଙ୍କୁ ଭେଟିବା ପାଇଁ ମୋର କୌଣସି କାର୍ଯ୍ୟକ୍ରମ ନାହିଁ । ଆମେ କେବଳ କୃଷି ନିୟମ ଉପରେ ଆଲୋଚନା କରିବାକୁ ଯାଉଛୁ । ଏହାପୂର୍ବରୁ ଭାରତୀୟ କିଷାନ ୟୁନିଅନ (ରାଜେୱାଲ) ସଭାପତି ବଲବୀର ସିଂ ରାଜେୱାଲ ଗୁରୁବାର ଦିନ କହିଛନ୍ତି ଯେ, ,କୃଷକଙ୍କ ଆନ୍ଦୋଳନକୁ 105 ଦିନ ପୁରିଗଲାଣି । ଏହା ପରେ ଆମେ ଅନେକ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ, ଯେଉଁମାନେ ନିର୍ବାଚନ ହେବାକୁ ଥିବା 5 ଟି ରାଜ୍ୟ ପରିଦର୍ଶନ କରିବେ । ବିଜେପି ବ୍ୟତୀତ ଲୋକମାନେ ଅନ୍ୟକାହାକୁ ବି ଭୋଟ୍ ଦେବାକୁ ଏମାନେ ଲୋକଙ୍କୁ ନିବେଦନ କରିବେ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+