କେନ୍ଦ୍ର ସରକାରଙ୍କୁ ରାକେଶ ଟିକାୟିତଙ୍କ ଚେତାବନୀ - 26 ନଭେମ୍ବର ସୁଦ୍ଧା ବାତିଲ ହେଉ ବିବାଦୀୟ କୃଷି ଆଇନ, ନଚେତ୍ ...
ଭାରତୀୟ କିଷାନ ୟୁନିଅନର ମୁଖ୍ୟ ତଥା କୃଷକ ନେତା ରାକେଶ ଟିକାୟିତ୍ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ନଭେମ୍ବର 26 ସୁଦ୍ଧା ମୋଦୀ ସରକାର ବିବାଦୀୟ କୃଷି ଆଇନକୁ ରଦ୍ଦ ନକରନ୍ତି ତେବେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଆହୁରି ତୀବ୍ର ହେବ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଣିଥିବା ତିନୋଟି ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଗତ ବର୍ଷ ନଭେମ୍ବର 26 ରୁ ଆରମ୍ଭ ହୋଇଥିବା କୃଷକଙ୍କ ବିକ୍ଷୋଭରେ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଯଦିଓ ଅନେକ ରାଉଣ୍ଡ ବୈଠକ ପରେ ମଧ୍ୟ ଏପର୍ଯ୍ୟନ୍ତ କୃଷକ ଏବଂ ସରକାରଙ୍କ ମଧ୍ୟରେ କୌଣସି ଚୁକ୍ତିନାମା ହୋଇପାରି ନାହିଁ । ଏହି ସମୟରେ, କୃଷକ ନେତାମାନେ ଚଳିତ ମାସ 26 ନଭେମ୍ବର ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ଅଲ୍ଟିମେସନ୍ ଦେଇଛନ୍ତି ।

ସୋମବାର ଦିନ ଭାରତୀୟ କିଷାନ ୟୁନିଅନର ମୁଖ୍ୟ ତଥା କୃଷକ ନେତା ରାକେଶ ଟିକାୟିତ୍ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ନଭେମ୍ବର 26 ସୁଦ୍ଧା ମୋଦୀ ସରକାର ବିବାଦୀୟ କୃଷି ଆଇନକୁ ରଦ୍ଦ ନକରନ୍ତି ତେବେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଆହୁରି ତୀବ୍ର ହେବ । କୃଷି ନିୟମ ବିରୁଦ୍ଧରେ ଆନ୍ଦୋଳନର ଏକ ବର୍ଷ ପୂରଣ ହେବା ନେଇ ରାକେଶ ସରକାରଙ୍କୁ ନୂତନ ଚେତାବନୀ ଦେଇଛନ୍ତି । ସେ ଏକ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଏହି ଅଲ୍ଟିମେସନ୍ ଦେଇଛନ୍ତି ।
केंद्र सरकार को 26 नवंबर तक का समय है, उसके बाद 27 नवंबर से किसान गांवों से ट्रैक्टरों से दिल्ली के चारों तरफ आंदोलन स्थलों पर बॉर्डर पर पहुंचेगा और पक्की किलेबंदी के साथ आंदोलन और आन्दोलन स्थल पर तंबूओं को मजबूत करेगा।#FarmersProtest
— Rakesh Tikait (@RakeshTikaitBKU) November 1, 2021
ରାକେଶ ଟିକାୟିତ୍ ତାଙ୍କ ଟୁଇଟରେ ଲେଖିଛନ୍ତି, 'କେନ୍ଦ୍ର ସରକାରଙ୍କ ନିକଟରେ ନଭେମ୍ବର 26 ପର୍ଯ୍ୟନ୍ତ ସମୟ ଅଛି, ଏହା ପରେ ନଭେମ୍ବର 27 ରୁ କୃଷକମାନେ ଟ୍ରାକ୍ଟର ନେଇ ଦିଲ୍ଲୀର ଆନ୍ଦୋଳନ ସ୍ଥଳରେ ସୀମାନ୍ତରେ ପହଞ୍ଚିବେ ଏବଂ ସେଠାରେ ସ୍ଥାୟୀ ତମ୍ବୁ ଲଗାଇ ଆନ୍ଦୋଳନକୁ ମଜବୁତ କରିବେ ।'
ସୂଚନାଯୋଗ୍ୟ, ଦୁଇ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏହା ହେଉଛି ରାକେଶ ଟିକାୟିତଙ୍କ ଦ୍ୱିତୀୟ ଚେତାବନୀ । ଏହାପୂର୍ବରୁ ରବିବାର ଦିନ ସେ କହିଥିଲେ ଯେ ଯଦି କୃଷକମାନଙ୍କୁ ସୀମାରୁ ଜବରଦଖଲ ହଟାଇବାକୁ ଚେଷ୍ଟା କରାଯାଏ, ତେବେ ସେମାନେ ସାରା ଦେଶରେ ସରକାରୀ କାର୍ଯ୍ୟାଳୟକୁ ମଣ୍ଡିରେ ପରିଣତ କରିବେ । ଉଲ୍ଲେଖଯୋଗ୍ୟ, ଗତ ଏକ ବର୍ଷ ଧରି ଦିଲ୍ଲୀ ନିକଟ ଟିକ୍ରି, ସିଙ୍ଗୁ ଏବଂ ଗାଜିପୁର ସୀମାରେ କୃଷକମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications