Get Updates
Get notified of breaking news, exclusive insights, and must-see stories!

କୃଷକ ଆନ୍ଦୋଳନ: ବିଫଳ ହେଲା ସରକାରଙ୍କ ସହ ଆଲୋଚନା, ବିଜେପି ନେତାଙ୍କ ବାସଭବନ ଘେରିବେ ଚାଷୀ

କୃଷକ ଆନ୍ଦୋଳନ: ସରକାରଙ୍କ ସହ ଆଲୋଚନା ପରେ ବି ଥମୁନି ଚାଷୀ ଆନ୍ଦୋଳନ । ଏହା ପରେ ବି ଜାରି ରହିବ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ 5 ବର୍ଷର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ର ନୂତନ ପ୍ରସ୍ତାବକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ପରେ ଫେବୃଆରୀ 21 ରେ 'ଦିଲ୍ଲୀ ଚଲୋ ଅଭିଯାନ' କରି ସେମାନେ ଦିଲ୍ଲୀ ଯିବେ ବୋଲି କୃଷକମାନେ କହିଛନ୍ତି ।

farmer protest

ଏମଏସପି ଉପରେ କେନ୍ଦ୍ର ସରକାରଙ୍କ ନୂତନ ଯୋଜନାକୁ ପ୍ରତ୍ୟାଖ୍ୟାନ କରି କୃଷକ କହିଛନ୍ତି ଯେ ଏହା ଚାଷୀଙ୍କ ସ୍ୱାର୍ଥରେ ନୁହେଁ । ସେମାନେ ଫେବୃଆରୀ 21 ତାରିଖ ସକାଳେ 'ଦିଲ୍ଲୀ ଚଲୋ' ପଦଯାତ୍ରା ଆରମ୍ଭ କରିବେ ଆନ୍ଦୋଳନରତ ଚାଷୀ ।

କୃଷକ ନେତାମାନେ କହିଛନ୍ତି ଯେ ସରକାରଙ୍କ ଏମଏସପି ପ୍ରସ୍ତାବରେ କୌଣସି ସ୍ପଷ୍ଟତା ନାହିଁ ଏବଂ ସେମାନେ କେବଳ ଡାଲି, ମକା ଏବଂ କପା ଫସଲ ନୁହେଁ ସମସ୍ତ 23 ଫସଲ ଉପରେ ଏମଏସପି ଚାହୁଁଛନ୍ତି ।

ସୂଚନା ଅନୁସାରେ, ରବିବାର (ଫେବୃଆରୀ 18) ରେ କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ର ସରକାରୀ ସଂସ୍ଥା ଦ୍ୱାରା ଏମଏସପିରେ ଡାଲି, ମକା ଏବଂ କପା ଫସଲ କ୍ରୟ ସହ ଜଡିତ ପାଞ୍ଚ ବର୍ଷର ଯୋଜନା ଉପସ୍ଥାପନ କରାଯାଇଥିଲା । ଯାହାକୁ କୃଷକ ସଙ୍ଗଠନ ପ୍ରତ୍ୟାଖାନ କରିଛି ।

ଏହା ପରେ ରାଜ୍ୟ ବିଜେପି ନେତାଙ୍କ ବାସଭବନକୁ ଘେରାଉ କରିବାକୁ ଯୋଜନା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । କୃଷକ ନେତା ବଲବୀର ସିଂ ରାଜେଓ୍ବାଲଙ୍କ ଘୋଷଣା ଅନୁସାରେ ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ବାସଭବନ ସମ୍ମୁଖରେ ଚାଷୀମାନେ ଘେରାଉ କରିବେ । ଏହା ସହ ଆଜିଠାରୁ ଆସନ୍ତା 22 ତାରିଖ ଯାଏ ରାଜ୍ୟରେ ଥିବା ସମସ୍ତ ଟୋଲଗେଟକୁ ଟୋଲ ଫ୍ରି କରିଦିଆଯିବ ।

37ଟି ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଘୋଷଣା କେନ୍ଦ୍ର ଉପରେ ଅଧିକ ଚାପ ପକାଇବା ଆଶା କରାଯାଉଛି । ତେଣେ କୃଷକ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆସନ୍ତା 22 ତାରିଖରେ ଦିଲ୍ଲୀରେ ବୈଠକ ବସିବ ବୋଲି ଘୋଷଣା କରାଯାଇଛି ।

ସରକାରଙ୍କ ସହ ବାର୍ତ୍ତାଳାପ ପରେ କ'ଣ ହେଲା ?

  • ସରକାରଙ୍କ ସହ ଆଲୋଚନା ପରେ କୃଷକ ନେତାମାନେ ଘୋଷଣା କରିଥିଲେ ଯେ ସେମାନେ ଏହି ପ୍ରସ୍ତାବ ଅଧ୍ୟୟନ କରୁଥିବାବେଳେ ଦୁଇ ଦିନ ପାଇଁ ଦିଲ୍ଲୀ ପଦଯାତ୍ରା ବନ୍ଦ କରିବେ । ସୋମବାର (ଫେବୃଆରୀ 19) ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣ-ରାଜନୈତିକ) ନେତା ଜଗଜିତ ସିଂ କହିଛନ୍ତି ଯେ କେନ୍ଦ୍ର ସରକାର 1.75 ଲକ୍ଷ କୋଟି ଟଙ୍କା ମୂଲ୍ୟରେ ତେଲ ଆମଦାନୀ କରୁଛନ୍ତି । ସେ କହିଛନ୍ତି ଯେ ଯଦି ଚାଷୀଙ୍କ ଦ୍ୱାରା ଉତ୍ପାଦିତ ତୈଳବୀଜ ପାଇଁ ଏହି ପରିମାଣ ଧାର୍ଯ୍ୟ କରାଯାଏ, ତେବେ ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ ।
  • ସେ ଆହୁରି କହିଛନ୍ତି ଯେ ସରକାରଙ୍କ ଏହି ପ୍ରସ୍ତାବ କେବଳ ସେହି କୃଷକମାନଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ ଫସଲ ଚକ୍ର ମଧ୍ୟରେ ଚାଉଳ ଶସ୍ୟ ପରେ ଡାଲି ଚାଷ କରନ୍ତି ।
  • କୃଷକ ନେତା କହିଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ସହ କୌଣସି ବୈଠକ କରିବାର ଯୋଜନା ନାହିଁ କିନ୍ତୁ ସେମାନେ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+