କୃଷକ ମାନଙ୍କ ଦାବି : ଗିରଫ କୃଷକ ମୁକ୍ତ ନ ହେବା ପର୍ଯ୍ୟନ୍ତ ଆନୁଷ୍ଠାନିକ ଆଲୋଚନା ହେବ ନାହିଁ

ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା (ଏସକେଏମ୍) ମଙ୍ଗଳବାର ଦିନ ଘୋଷଣା କରିଛି ଯେ ପୋଲିସ ଏବଂ ପ୍ରଶାସନ ଦ୍ୱାରା 'ନିର୍ଯ୍ୟାତନା' ବନ୍ଦ ନହେବା ପର୍ଯ୍ୟନ୍ତ ଏବଂ ଗିରଫ ହୋଇଥିବା ଚାଷୀଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ସରକାରଙ୍କ ସହ କୌଣସି ଆନୁଷ୍ଠାନିକ ଆଲୋଚନା ହେବ ନାହିଁ ।

ନୂଆଦିଲ୍ଲୀ : ସରକାର ଏବଂ କୃଷକଙ୍କ ମଧ୍ୟରେ କୃଷି ଆଇନକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଦୁଇ ମାସରୁ ଅଧିକ ସମୟ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସମୟ ମଧ୍ୟରେ କୃଷକ ସଂଗଠନଗୁଡ଼ିକ ସରକାରଙ୍କ ଆଗରେ ଆଉ ଏକ ନୂଆ ଦାବି ରଖିଛନ୍ତି । ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା (ଏସକେଏମ୍) ମଙ୍ଗଳବାର ଦିନ ଘୋଷଣା କରିଛି ଯେ ପୋଲିସ ଏବଂ ପ୍ରଶାସନ ଦ୍ୱାରା 'ନିର୍ଯ୍ୟାତନା' ବନ୍ଦ ନହେବା ପର୍ଯ୍ୟନ୍ତ ଏବଂ ଗିରଫ ହୋଇଥିବା ଚାଷୀଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ସରକାରଙ୍କ ସହ କୌଣସି ଆନୁଷ୍ଠାନିକ ଆଲୋଚନା ହେବ ନାହିଁ ।

Farmer- Protest

ସୋମବାର କିସାନ ମୋର୍ଚ୍ଚା ଘୋଷଣା କରିଛି ଯେ, କୃଷକ ଆନ୍ଦୋଳନ ବିରୋଧରେ ପୋଲିସ ଏବଂ ପ୍ରଶାସନ ଦ୍ୱାରା ହେଉଥିବା ନିର୍ଯ୍ୟାତନାକୁ ତୁରନ୍ତ ବନ୍ଦ କରାଯାଉ । ବିବୃତ୍ତିରେ କୁହାଯାଇଛି, ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ କୌଣସି ପ୍ରସ୍ତାବ ଆସିନାହିଁ । ଏଭଳି ପରିସ୍ଥିତିରେ ଆମେ ସ୍ପଷ୍ଟ କରୁଛୁ ବେଆଇନ ଭାବେ ଗିରଫ କରାଯାଇଥିବା ଚାଷୀଙ୍କୁ ପୋଲିସ ହେପାଜତରୁ ମୁକ୍ତ କରିବା ପରେ ହିଁ କୌଣସି ଆଲୋଚନା କରାଯିବ ।

କିସାନ ମୋର୍ଚ୍ଚା ତାର ବିବୃତ୍ତିରେ କହିଛି ଯେ, ଗିରଫ ହୋଇଥିବା 122 ଆନ୍ଦୋଳନକାରୀଙ୍କ ତାଲିକା ଦିଲ୍ଲୀ ପୋଲିସ ପ୍ରକାଶ କରିଛି । ଗିରଫ ହୋଇଥିବା ସମସ୍ତ ଚାଷୀଙ୍କୁ ମୁକ୍ତ କରାଯିବା ଉଚିତ । ଗତ ଶନିବାର ଦିନ ବଜେଟ୍ ପୂର୍ବରୁ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କୃଷି ଆଇନର କାର୍ଯ୍ୟକାରିତାକୁ 18 ମାସ ସ୍ଥଗିତ ରଖିବାକୁ ସରକାରଙ୍କ ପ୍ରସ୍ତାବ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତିରେ ସମସ୍ତ ତିନୋଟି ଆଇନକୁ ରଦ୍ଦ କରାଯିବା ଉଚିତ ବୋଲି କିଷାନ ମୋର୍ଚ୍ଚା କହିଛି ।

ଲୋକତନ୍ତ୍ର ଉପରେ ଆକ୍ରମଣ

ରାସ୍ତାରେ ଲୁହା ସ୍ପାଇକ ଲଗାଇବା, ପ୍ରତିରୋଧ କରିବା ପାଇଁ ରାସ୍ତା ବନ୍ଦ କରିବା, ଆନ୍ଦୋଳନସ୍ଥଳରେ ଇଣ୍ଟରନେଟ୍ ସେବା ବନ୍ଦ କରିବା, ବିଜେପି ଓ ଆରଏସ୍ଏସ୍ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପ୍ରଦର୍ଶନ କରାଇବା ଆଦି ସରାକାର, ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଏକ ଯୋଜନାବଦ୍ଧ ଆକ୍ରମଣର ଅଂଶ ବୋଲି ଅଭିଯୋଗ କରିଛି କିଷାନ ମୋର୍ଚ୍ଚା । କୃଷକ ଆନ୍ଦୋଳନସ୍ଥଳରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ଏବଂ କିଷାନ ଆନ୍ଦୋଳନ ସହ ଜଡ଼ିତ ଟ୍ୱିଟର ଆକାଉଣ୍ଟକୁ ରଦ୍ଦ କରିବା ଲୋକତନ୍ତ୍ର ଉପରେ ଆକ୍ରମଣ ବୋଲି ମଧ୍ୟ ମୋର୍ଚ୍ଚା ଅଭିଯୋଗ କରିଛି ।

ଅନ୍ୟପକ୍ଷରେ, ଲାଲକିଲ୍ଲା ହିଂସା ଉପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ହିଂସା ଉପରେ ଆଇନ ତାର କାର୍ଯ୍ୟ କରିବ । ଏଥିରେ ପଞ୍ଜାବ ସରକାର କିମ୍ବା କେନ୍ଦ୍ର ସରକାର ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । ସରକାରଙ୍କ ଉପରେ କୃଷକ ସଂଗଠନ ଦ୍ୱାରା କରାଯାଉଥିବା ଅଭିଯୋଗର କୌଣସି ଯଥାର୍ଥତା ନାହିଁ । ଦିଲ୍ଲୀରେ କ'ଣ ଘଟିଛି ତାହା ସମଗ୍ର ଦେଶ ଦେଖିଛି । କାହାକୁ କହିଦେବାରେ, ତା ଉପରେ ଅଭିଯୋଗ ହୋଇଯାଏ ନାହିଁ । ଏଜେନ୍ସିମାନେ ହିଂସା ଘଟଣାର ଅନୁସନ୍ଧାନ କରୁଛନ୍ତି, ଏହା ସେମାନଙ୍କର କାମ । ଆନ୍ଦୋଳନକୁ ତୁରନ୍ତ ବନ୍ଦ କରିବାକୁ କୃଷକମାନଙ୍କୁ ଅପିଲ୍ କରିଛନ୍ତି ତୋମର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+