କୃଷକ ଆନ୍ଦୋଳନ : ବୁରାଡ଼ୀ କେବେ ଯିବୁ ନାହିଁ, ବୁରାଡ଼ୀ ପାର୍କ ନୁହେଁ ଖୋଲା ଜେଲ

କୃଷି ଆଇନ 2020 ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ବୁରାଡ଼ୀ ଯିବାକୁ ମନା କରି ଦେଇଛନ୍ତି | ସେ କହିଛନ୍ତି ଯେ ତାହା ଏକ ଖୋଲା ଜେଲ ପରି | କୃଷକ ସଂଗଠନ ବି.କେ. କ୍ରାନ୍ତିକାରୀର ରାଜ୍ୟ ସଭାପତି ସୁରଜିତ ସିଂ କହିଛନ୍ତି ଯେ, ଆଲୋଚନା ପାଇଁ ଦିଆଯାଇଥିବା ସର୍ତ୍ତ ଚାଷୀଙ୍କ ପାଇଁ ଅପମାନ |

ନୂଆଦିଲ୍ଲୀ : କୃଷି ଆଇନ 2020 ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ବୁରାଡ଼ୀ ଯିବାକୁ ମନା କରି ଦେଇଛନ୍ତି | ସେ କହିଛନ୍ତି ଯେ ତାହା ଏକ ଖୋଲା ଜେଲ ପରି | କୃଷକ ସଂଗଠନ ବି.କେ. କ୍ରାନ୍ତିକାରୀର ରାଜ୍ୟ ସଭାପତି ସୁରଜିତ ସିଂ କହିଛନ୍ତି ଯେ, ଆଲୋଚନା ପାଇଁ ଦିଆଯାଇଥିବା ସର୍ତ୍ତ ଚାଷୀଙ୍କ ପାଇଁ ଅପମାନ | ଆମେ କେବେ ବି ବୁରାଡ଼ୀ ଯିବୁ ନାହିଁ କାରଣ ଏହା ଏକ ପାର୍କ ନୁହେଁ ବରଂ ଏକ ଖୋଲା ଜେଲ | ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ ନୂତନ କୃଷି ଆଇନକୁ ବିରୋଧ କରି ଲଗାତାର 4ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି |

Farmer-Protest-Delhi

ଦିଲ୍ଲୀ ସୀମାରେ କୃଷକଙ୍କ ପ୍ରଦର୍ଶନ ଯୋଗୁଁ ସାଧାରଣ ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବୁରାଡ଼ୀ ପଡ଼ିଆକୁ ସ୍ତାନାନ୍ତ ହେବାକୁ କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲା | ଗୋଟିଏ ପଟେ ହରିୟାଣା ଏବଂ ପଞ୍ଜାବର କୃଷକମାନେ ଦିଲ୍ଲୀର ସିଙ୍ଗୁ ଏବଂ ଟିକ୍ରି ସୀମାରେ ଆନ୍ଦୋଳନ କରୁଥିବା ବେଳେ ଅନ୍ୟପକ୍ଷରେ ୟୁପି ସୀମାରେ କୃଷକମାନେ ଭାରତ କିସାନ ୟୁନିଅନ (ବି.କେ.ୟୁ) ନେତା ରାକେଶ ଟିକାଇଟଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କ୍ୟାମ୍ପ କରିଛନ୍ତି | ଅମିତ ଶାହାଙ୍କ ଆବେଦନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୃଷି ନିୟମର ସୁଫଳ ବିଷୟରେ କହିବା ସତ୍ତ୍ୱେ କୃଷକମାନେ ପଛକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+