Farmer Protest: ଦିଲ୍ଲୀ ଅଭିମୁଖେ ହଜାର ହଜାର କୃଷକ, ସୀମା ସିଲ୍ କରି ଇଣ୍ଟରନେଟ୍ ବନ୍ଦ କରିଛି ପୋଲିସ୍
Farmer Protest: ଦିଲ୍ଲୀ ଅଭିମୁଖେ ହଜାର ହଜାର ଚାଷୀ । ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଂଗଠନର ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ ହେଉଛି । ଗତକାଲି ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଛି । ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ଅଡି ବସିବାରୁ ବୈଠକ ଫେଲ ମାରିଥିବା ସୂଚନା ମିଳିଛି ।

ଏହା ପରେ ଆଜି ଦିନ 10 ଟାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ନେଇ ଘୋଷଣା କରିଛି ହରିୟାଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଂଗଠନ । ଦିଲ୍ଲୀରେ ଏକଜୁଟ ହେବା ସହ ବଡ ଧରଣ ପ୍ରଦର୍ଶନ କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି । ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ଏବେ ସୀମାରେ ପ୍ରାୟ 20 ହଜାର ଚାଷୀ ଓ 25 ଶହ ଟ୍ରାକ୍ଟର ଅପେକ୍ଷା କରିଛନ୍ତି ।
MSP ଏବଂ କୃଷି ଓ କୃଷକଙ୍କ ସୁରକ୍ଷା ନେଇ ଆଇନ୍ ଆଣିବାକୁ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା । କେନ୍ଦ୍ର ସରକାରଙ୍କ ଠାରୁ MSP ଉପରେ ସ୍ୱତନ୍ତ୍ର ଆଇନ୍ ଚାହୁଁଛନ୍ତି କୃଷକ ସଂଗଠନ । ଏହାକୁ ନେଇ ବହୁ ପୂର୍ବରୁ ଆନ୍ଦୋଳନ କରିଆସୁଛି ଚାଷୀ ସଂଗଠନ । ହେଲେ ବାରମ୍ବାର ଦାବି ସତ୍ତ୍ୱେ ସରକାର ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।
ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି ଦାବି ରଖିଛନ୍ତି ।
ପୂର୍ବରୁ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ସମୟରେ ହୋଇଥିବା ସମସ୍ୟାକୁ ଆଖିରେ ରଖି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର । ଆଲୋଚନା ଜରିଆରେ ସରକାର ସମାଧାନ କରାଯିବ ବୋଲି କହୁଥିବା ବେଳେ ଦିଲ୍ଲୀ ପୋଲିସ ସୀମା ସିଲ କରିବା ସହ କଟକଣା ଜାରି କରିଛି ।ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ 12 ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି । ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ବାରଣ କରିବା ସହ ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ବି କଟକଣା ଜାରି ହୋଇଛି । କୃଷକଙ୍କୁ ଦିଲ୍ଲୀ ସୀମାରୁ ଦୂରରେ ରଖିବାକୁ ପୋଲିସ କରିଛି ବ୍ୟାପକ ବ୍ୟବସ୍ଥା । ଦିଲ୍ଲୀ-ଉତ୍ତପ୍ରଦେଶ ସୀମାରେ 144 ଧାରା ଜାରି କରି ସୁରକ୍ଷା କଡ଼ାକଡ଼ି କରାଯାଇଛି ।
ଏପରିକି ସରକାରଙ୍କ ଉପରେ ଚାପ ପକାଇବାକୁ ସେମାନେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରଗୃହମନ୍ତ୍ରୀଙ୍କ ବାସଭବନ ଆଗରେ ଆନ୍ଦୋଳନ କରିବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ସତର୍କ କରିଦେଇଛି ଦିଲ୍ଲୀ ପୋଲିସ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications