Get Updates
Get notified of breaking news, exclusive insights, and must-see stories!

ଅଗଷ୍ଟ 15 ରେ ଟ୍ରାକ୍ଟର ପରେଡ କରିବେ କୃଷକ, ଗାଜିପୁର ସୀମାକୁ ଯାଇ ପତାକା ଉତ୍ତୋଳନ କରିବେ : ରାକେଶ ଟିକାୟିତ୍

ସ୍ୱାଧୀନତା ଦିବସ (ଅଗଷ୍ଟ 15) ରେ କୃଷକମାନେ ଟ୍ରାକ୍ଟର ପରେଡ କରିବେ କୃଷକ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟିତ୍ ।

ଲକ୍ଷ୍ନୌ : ସ୍ୱାଧୀନତା ଦିବସ (ଅଗଷ୍ଟ 15) ରେ କୃଷକମାନେ ଟ୍ରାକ୍ଟର ପରେଡ କରିବେ କୃଷକ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟିତ୍ । ଲକ୍ଷ୍ନୌରେ ଗଣମାଧ୍ୟମକୁ ସମ୍ବୋଧିତ କରି ଏହି ଟିକାୟିତ୍ କହିଛନ୍ତି, କୃଷକମାନେ ଅଗଷ୍ଟ 14 ରେ ଦିଲ୍ଲୀର ଗାଜୀପୁର ସୀମାରେ ଏକାଠି ହେବେ । ସେ କହିଛନ୍ତି, "ଆମେ ଅଗଷ୍ଟ 14 ଏବଂ 15 ରେ ଟ୍ରାକ୍ଟର ଯୋଗେ ଗାଜିପୁର ସୀମାକୁ ଯିବୁ । 15 ଅଗଷ୍ଟରେ ତ୍ରିରଙ୍ଗା ଉତ୍ତୋଳନ କରିବୁ । ଦୁଇଟି ଜିଲ୍ଲାରୁ ଟ୍ରାକ୍ଟର ଯିବ । ଜାନୁଆରୀ 26 ରେ ଆମେ ଜାତୀୟ ପତାକା ହଟାଇ ନାହୁଁ ।" ଟିକାୟିତ୍ କହିଛନ୍ତି ଯେ ଟ୍ରାକ୍ଟର ରାଲି କୌଣସି ଖରାପ କାମ ନୁହେଁ । ସେ କହିଛନ୍ତି ଯେ 'ଜାତୀୟ ପତାକା ସହିତ ଟ୍ରାକ୍ଟର ପରେଡ ଦେଖିବା ଏକ ଗର୍ବର ମୁହୂର୍ତ୍ତ ହେବ ।'

Farmer- Protest

ଦିଲ୍ଲୀ ଭଳି ଲକ୍ଷ୍ନୌର ରାସ୍ତାକୁ ଘେରି ରହିବାକୁ ଧମକ ଦେଇଛନ୍ତି ରାକେଶ । ଏହି ସମୟ ମଧ୍ୟରେ ଆଗାମୀ ବିଧାନସଭା ନିର୍ବାଚନରେ ​​ବିଜେପିକୁ ବିରୋଧ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ 'ମିଶନ ୟୁପି' ଆରମ୍ଭ କରିବ । ସେ କହିଛନ୍ତି ଯେ ଏହି ଅଭିଯାନ ଆରମ୍ଭ କରିବା ପାଇଁ ସେପ୍ଟେମ୍ବର 5 ତାରିଖରେ ମୁଜାଫରନଗରରେ ବିଜେପି ବିରୋଧରେ ଏକ ବଡ଼ ରାଲି କରିବ ଏବଂ ରାଜ୍ୟରେ ମହାପଞ୍ଚାୟତ ଏବଂ ରାଲି କରିବ ।

ଟିକାୟିତ୍ ଆହୁରି କହିଛନ୍ତି ଯେ, 'ସଂଯୁକ୍ତ କିଷାନ ମୋର୍ଚ୍ଚା ଉତ୍ତରାଖଣ୍ଡ, ୟୁପି, ପଞ୍ଜାବ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ଯାଇ ସରକାରଙ୍କ ନୀତି ଏବଂ କାର୍ଯ୍ୟ ବିଷୟରେ କୃଷକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର 5 ରେ ମୁଜାଫରନଗର (ୟୁପି) ରେ ଏକ ମହାପଞ୍ଚାୟତ ହେବ । ସମଗ୍ର ଦେଶକୁ କାବୁ କରାଯିବ ।'

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+