Get Updates
Get notified of breaking news, exclusive insights, and must-see stories!

Farmer Protest : ଚାରି ଏକର ଗହମ ଜମିରେ ଟ୍ରାକ୍ଟର ଚଲାଇଦେଲେ କୃଷକ

ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ରାଜ୍ୟ ଉପାଧ୍ୟକ୍ଷ କୁନୱର ନରେନ୍ଦ୍ର ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରାମବାସୀଙ୍କ ସହମତିରେ ଆମେ ଚାରି ଏକର ଗହମ ଫସଲକୁ ନଷ୍ଟ କରିଛୁ ।

ମଥୁରା : କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ତିନୋଟି ନୂତନ କୃଷି ନିୟମକୁ ବିରୋଧ କରି ଦୀର୍ଘ ଦିନ ଧରି ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହ ସମୟରେ ଚାଷୀ ନିଜ ଚାଷ ଜମିରେ ଫସଲ ନଷ୍ଟ କରିଦେଇଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ମଥୁରା ସହରରେ ହୋଇଥିବା ଦେଖିବାକୁ ମିଳିଛି । ଜଣେ କୃଷକ ନିଜର ଚାରି ଏକର ଫସଲକୁ ନଷ୍ଟ କରିଦେଇଛନ୍ତି ।

Farmer- Protest

ଏହି ଘଟଣାଟି ହେଉଛି ମଥୁରା ଜିଲ୍ଲାର ଉମରାଓ୍ୱା ଗାଁର । ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ରାଜ୍ୟ ଉପାଧ୍ୟକ୍ଷ କୁନୱର ନରେନ୍ଦ୍ର ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରାମବାସୀଙ୍କ ସହମତିରେ ଆମେ ଚାରି ଏକର ଗହମ ଫସଲକୁ ନଷ୍ଟ କରିଛୁ । ଏହି ସମୟ ମଧ୍ୟରେ ସେ ଦାବି କରିଛନ୍ତି ଯେ କୃଷକଙ୍କ ଏହି ପଦକ୍ଷେପ ଦେଶରେ ଖାଦ୍ୟ ଶସ୍ୟର ଅଭାବ ଦେଖାଦେବ ଏବଂ ସରକାର ଆମଦାନୀ କରିବାକୁ ବାଧ୍ୟ ହେବେ ।

ସେ ଆହୁରି ମଧ୍ୟ କହିଛନ୍ତି, ଚାଷୀଙ୍କୁ ଏଭଳି ପଦକ୍ଷେପରୁ ରୋକିବା ପାଇଁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ବିଳମ୍ବ ନକରି ସମସ୍ତ ତିନୋଟି କୃଷି ଆଇନକୁ ରଦ୍ଦ କରିବା ଉଚିତ । ତେଣୁ ଏଥି ସହ ଜଣେ କୃଷକ କହିଛନ୍ତି, ଯଦି ସରକାର ଚାଷୀଙ୍କ କଥା ନ ଶୁଣନ୍ତି ତେବେ କୃଷକମାନେ ମଧ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । ଅନ୍ୟପକ୍ଷରେ ଏପରି ଘଟଣା ତାଙ୍କ ନଜରକୁ ଆସିନଥିବା କହିଛନ୍ତି ସବଡିଭିଜନ ମାଜିଷ୍ଟ୍ରେଟ ହନୁମାନ ମୌର୍ଯ୍ୟ ।

ଉପ-ବିଭାଗୀୟ ମାଜିଷ୍ଟ୍ରେଟ ହନୁମାନ ମୌର୍ଯ୍ୟ କହିଛନ୍ତି, ଯେ ଆମେ ଚାଷୀଙ୍କୁ ଏପରି ଆଭିମୁଖ୍ୟ ଗ୍ରହଣ ନକରିବାକୁ ପରାମର୍ଶ ଦେଉଛୁ । ମଥୁରା ପୂର୍ବରୁ ଅନେକ ସ୍ଥାନରେ କୃଷକମାନେ ସେମାନଙ୍କର ଫସଲ ନଷ୍ଟ କରିଦେଇଛନ୍ତି ।

ବାସ୍ତବରେ, କୃଷକମାନେ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରନ୍ତୁ ଏବଂ ଏମଏସପି ଉପରେ ଆଇନ ପ୍ରଣୟନ କରନ୍ତୁ । ଏନେଇ ଦୀର୍ଘ ଦିନ ହେବ ଦିଲ୍ଲୀର ବିଭିନ୍ନ ସୀମା ସମେତ ଅନେକ ସ୍ଥାନରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+