Farmer Protest: ଆଜି ଠୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ, 10 ରେ ରେଳରୋକ
Farmer Protest: ନିଜ ଦାବି ପୂରଣ ଜିଦରେ ଅଟଳ ଚାଷୀ । ଦେଶର ବିଭିନ୍ନ ଅଞ୍ଚଳରୁ ଏକତ୍ରିତ ହେଉଥିବା ଚାଷୀ ଆଜି ଠାରୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି । କିଛି ଦିନ ବ୍ୟବଧାନ ପରେ ଦିଲ୍ଲୀ ମୁହାଁ ହୋଇ ସରକାର ଉପରେ ସେମାନଙ୍କ ଦାବି ପୂରଣ ନେଇ ଚାପ ପକାଇବେ ।

ଏପରିକି ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରଖାଯିବ ବୋଲି କହିଛନ୍ତି କୃଷକ ନେତା ଜଗଜିତ ସିଂ ଦାଲେୱାଲ । ଏହାଛଡ଼ା 10 ତାରିଖରେ ଦେଶବ୍ୟାପୀ ରେଳରୋକ କରାଯିବ । ଚାଷୀଙ୍କ ଦାବି ପ୍ରସଙ୍ଗରେ ସାରା ଦେଶରେ ଦିନ 12 ଟାରୁ ଅପରାହ୍ନ 4 ଟା ଯାଏ ରେଳରୋକ କରାଯିବ ।
ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗି ଆଇନଗତ ଗ୍ୟାରେଣ୍ଟି, ସ୍ୱାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ବିଦ୍ୟୁତ ଦେୟ ନ ବଢାଇବା, 60 ବର୍ଷରୁ ଅଧିକ ଚାଷୀ ଓ କୃଷି ଶ୍ରମିକଙ୍କୁ ମାସିକ 10 ହଜାର ଟଙ୍କାର ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, 2020-21 ରେ ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ ।












Click it and Unblock the Notifications