କୃଷକଙ୍କ ଦାବି ମାନିଲେ ସରକାର : କରନାଲରେ ଧାରଣାରୁ ଉଠିଲେ କୃଷକ, 1 ମାସ ମଧ୍ୟରେ ଲାଠିଚାର୍ଜ ମାମଲାର ହେବ ତଦନ୍ତ
ହରିୟାଣାର କରନାଲ ଜିଲ୍ଲାରେ ଚାଷୀଙ୍କ ଧର୍ମଘଟ ଶେଷ ହୋଇଛି । ପୋଲିସ-ପ୍ରଶାସନ ସହ କୃଷକଙ୍କ ଆଲୋଚନାରେ ଦୁଇଟି ଦାବି ଉପରେ ସହମତି ପ୍ରକାଶ ପାଇଛି ।
କରନାଲ : ହରିୟାଣାର କରନାଲ ଜିଲ୍ଲାରେ ଚାଷୀଙ୍କ ଧର୍ମଘଟ ଶେଷ ହୋଇଛି । ପୋଲିସ-ପ୍ରଶାସନ ସହ କୃଷକଙ୍କ ଆଲୋଚନାରେ ଦୁଇଟି ଦାବି ଉପରେ ସହମତି ପ୍ରକାଶ ପାଇଛି । ଯେଉଁଥିରେ ପ୍ରଥମେ ପୋଲିସ ଦ୍ୱାରା କରାଯାଇଥିବା ଲାଠି ଚାର୍ଜ ମାମଲାର ତଦନ୍ତ କରାଯିବ । ଏଥିସହିତ ଦ୍ୱିତୀୟ ମୃତକଙ୍କ ସମ୍ପର୍କୀୟଙ୍କୁ ଡିସି ହାରରେ ଚାକିରି ଦିଆଯିବ । ଅନ୍ୟପକ୍ଷରେ ଅଭିଯୁକ୍ତ ଏସଡିଏମଙ୍କୁ ଛୁଟିରେ ପଠାଯାଇଛି ।

ହରିୟାଣା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ସିଂ କୃଷକ ନେତାଙ୍କ ସହ ହୋଇଥିବା ଚୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ଦେବେନ୍ଦ୍ର ସିଂ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସରକାରୀ କର୍ମଚାରୀ ଏବଂ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଅଗଷ୍ଟ 28 ରେ ବସ୍ତାରା ଟୋଲ ଠାରେ ଘଟଣାର ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବ । ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କୃଷକ ଆନ୍ଦୋଳନକାରୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଏକ ମାସ ମଧ୍ୟରେ ତଦନ୍ତ ଶେଷ ହେବ । ଏହି ସମୟରେ ପୂର୍ବତନ ଏସଡିଏମ ଆୟୁଷ ସିହ୍ନା, ଯିଏ ଆଇଏଏସ ଅଧିକାରୀ ... ସେ ଛୁଟିରେ ରହିବେ।"
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ସିଂ ଆହୁରି ମଧ୍ୟ କହିଛନ୍ତି ଯେ "ମୃତ କୃଷକ ସତୀଶ କାଜଲଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ଡିସି ହାରରେ ଅନୁମୋଦିତ ପଦବୀରେ ଚାକିରି ଏବଂ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।"
ସରକାରଙ୍କ ଏହି ନିଷ୍ପତ୍ତି ଉପରେ କିଛି କୃଷକ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହ ଆମର ଦାବିଗୁଡିକ ଗ୍ରହଣ କରାଯାଇଛି ବୋଲି କୃଷକ ନେତାମାନେ କହିଛନ୍ତି । ଏହା ସହ କରନାଲରେ ଧର୍ମଘଟକୁ ବନ୍ଦ କରାଯାଇଛି ।












Click it and Unblock the Notifications