କିଷାନ ଆନ୍ଦୋଳନକୁ 100 ଦିନ, 5 ଘଣ୍ଟା ପର୍ଯ୍ୟନ୍ତ କେଏମପି ଏକ୍ସପ୍ରେସୱେରେ କରିବେ ଅବରୋଧ

ଶହେ ଦିନରେ ପହଞ୍ଚିଛି କୃଷକ ଆନ୍ଦୋଳନ । ଆଜି ଠାରୁ ଠିକ୍ 100 ଦିନ ପୂର୍ବରୁ ଦେଶର ଭିନ୍ନ ଭିନ୍ନ ରାଜ୍ୟର କୃଷକ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ ଆନ୍ଦୋଳନ ଆରମ୍ଭ କରିଥିଲେ ।

ନୂଆଦିଲ୍ଲୀ : ଶହେ ଦିନରେ ପହଞ୍ଚିଛି କୃଷକ ଆନ୍ଦୋଳନ । ଆଜି ଠାରୁ ଠିକ୍ 100 ଦିନ ପୂର୍ବରୁ ଦେଶର ଭିନ୍ନ ଭିନ୍ନ ରାଜ୍ୟର କୃଷକ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି 100 ଦିନ ପୂର୍ତ୍ତି ଅବସରରେ କୃଷ ମୋର୍ଚ୍ଚା କେଏମସି ଏକ୍ସପ୍ରେସ୍ ଓ୍ୱେରେ 5 ଘଣ୍ଟିଆ ରାସ୍ତା ଅବରୋଧ କରିବା ନେଇ ପ୍ରସ୍ତୁତି କରିଛି । ଏହା ସହିତ କୃଷକ ମାନେ ଏହି ଦିନକୁ କଳା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି । ୟୁନାଇଟେଡ୍ କିଷାନ ମୋର୍ଚ୍ଚା ପକ୍ଷରୁ ଏ ସମସ୍ତ ପ୍ରସ୍ତୁତି କରାଯାଇଛି । ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଛି ଯେ, ଦାଦରୀ, ଗ୍ରେଟର ନୋଏଡ଼ା, ଡାସନା, ଦୁହାଇ, ବାଗପତରେ ମଧ୍ୟ ରାସ୍ତା ଅବରୋଧ କରାଯିବ । ସମସ୍ତ କୃଶକ କଳା ବ୍ୟାଚ୍ ବାନ୍ଧି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବେ ବୋଲି ଘୋଷଣା କରାଯାଇଛି ।

Farmer- Protest

ଆଜି ଚାଷୀଙ୍କ ରାସ୍ତା ଅବରୋଧ ଏବଂ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରତିବାଦ କାର୍ଯ୍ୟକ୍ରମ ବେଳେ ସାଧାରଣ ଜନତାଙ୍କ ପାଇଁ ସମସ୍ୟା ସୃଷ୍ଟି ନକରିବାକୁ ଚାଷୀ ନେତାମାନଙ୍କୁ କୁହାଯାଇଛି । ଏବେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି ଏବଂ ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ ପାଇଁ ଚାଷୀ ସଂଗଠନମାନେ ଯୋଜନା କରୁଛନ୍ତି । ଆଗାମୀ 8 ତାରିଖ ଦିନ ମହିଳଆ ଦିବସରେ ଦେଶବ୍ୟାପୀ ଧାରଣାସ୍ଥଳଗୁଡ଼ିକରେ ମହିଳାମାନେ ଆନ୍ଦୋଳନକୁ ପରିଚାଳନା କରିବେ । ଏହି ଦିବସକୁ ମହିଳା କୃଷକ ଦିବସ ଭାବେ ପାଳନ କରାଯିବ ବୋଲି କୃଷକ ସଙ୍ଗଠନ ପକ୍ଷରୁ ଘୋଷଣା କରାଯାଇଛି ।

ରିପୋର୍ଟ ଅନୁଯାୟୀ, କେଏମପି-କେଜିପି ଏକ୍ସପ୍ରେସୱେରେ ସକାଳ 11 ଟାରୁ 4 ଟା ପର୍ଯ୍ୟନ୍ତ ଅବରୋଧ କରାଯିବ । ଏପରି ପରିସ୍ଥିତିରେ, ଏଠାକୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ସେନା, ପୋଲିସ, ଆମ୍ବୁଲାନ୍ସ, ସ୍କୁଲ ବସ୍, ଡାକ ତାର ଏବଂ ଅଗ୍ନିଶମ ବାହିନୀ ଭଳି ଅତ୍ୟାବଶ୍ୟକ ଯାନବାହନ ବନ୍ଦ ହେବ ନାହିଁ ବୋଲି କୃଷକମାନେ ଘୋଷଣା କରିଛନ୍ତି । କିନ୍ତୁ ତଥାପି କୃଷକଙ୍କ ଘୋଷଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ମଥୁରା ଜାତୀୟ ରାଜପଥ ସମେତ 8 ଟି ସ୍ଥାନରେ ରୁଟ୍ ବଦଳାଇବାକୁ ପୋଲିସ ଘୋଷଣା କରିଛି ।

ଯେଉଁ 8 ଟି ସ୍ଥାନ ରୁଟ୍ ଡାଇଭର୍ସନ ହୋଇଛି ସେଗୁଡ଼ିକ ହେଲା, ବାବ୍ରି ମୋର୍, ଦିଲ୍ଲୀ ଗେଟ୍, ଜାତୀୟ ରାଜପଥରେ ଦୁଧୌଲା ମୋର୍, ଆଗ୍ରା ଛକ, ରାହରାନା ମୋର୍ ଏବଂ କେଏମପି-କେଜିପି ଏକ୍ସଚେଞ୍ଜ ପଏଣ୍ଟ । କେଏମପି ଆସୁଥିବା ଯାନଗୁଡିକ ନୁଂହ ସୀମାରେ ଅଟକି ରହିବ । ସେହିପରି କେଜିପି ରୁ ଆସୁଥିବା ଗାଡ଼ି ଫରିଦାବାଦ ସୀମାରେ ଅଟକାଯିବ । ଏହା ବ୍ୟତୀତ ଜାତୀୟ ରାଜପଥରେ କରମାନ ଏବଂ ଗାଡପୁରୀ ସୀମାରେ ଗାଡ଼ି ଅଟକାଇବା ନେଇ ଘୋଷଣା କରିଛନ୍ତି ।

କେଏମପି-କେଜିପି ଏକ୍ସପ୍ରେସୱେରେ ଅବରୋଧ ଘୋଷଣା ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ରଖିବା ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ପୋଲିସ କହିଛି ଯେ ପୋଲିସ ବ୍ୟତୀତ ଆରଏଏଫ ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟ ପିକେଟିଂ ସ୍ଥାନରେ ମୁତୟନ ହେବେ । ଏଥି ସହିତ ଦଙ୍ଗା ବିରୋଧୀ ସାମଗ୍ରୀ ସହିତ ଜିଲ୍ଲା ପୋଲିସ ମଧ୍ୟ ଉପସ୍ଥିତ ରହିବେ । ପୋଲିସ ଏହି ସମସ୍ତ ପିକେଟିଂ ସାଇଟର ଭିଡିଓଗ୍ରାଫି ମଧ୍ୟ କରିବ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ କରୁଥିବା ବେଳେ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ 12 ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । କିନ୍ତୁ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ତିନୋଟି ଆଇନକୁ ରଦ୍ଦ କରିବା ସହ ଏମଏସପି ଉପରେ ଆଇନ ଲାଗୁ କରିବା ନେଇ କୃଷକ ମାନେ ଜିଦ ଧରିଛନ୍ତି । ସରକାର ଆଇନ ରଦ୍ଦ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଦାରି ରହିବ ବୋଲି କୃଷକ ସଙ୍ଗଠନ ଘୋଷଣା କରିଛି । ଅନ୍ୟ ପକ୍ଷରେ ସରକାର ଆଇନ ରଦ୍ଦ କରିବା ନେଇ ପ୍ରଶ୍ନ ଉଠୁନି ବୋଲି କହିଛନ୍ତି । କୃଷକ ସଙ୍ଗଠନ ଚାହିଁଲେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+