Get Updates
Get notified of breaking news, exclusive insights, and must-see stories!

Farmers Protest: ସରକାରଙ୍କ ସହ ଏବେ ହେବନି କୌଣସି ଆଲୋଚନା, ଆହୁରି ଲମ୍ବା ହେବ ପ୍ରସ୍ତୁତି : ରାକେଶ ଟିକାୟତ୍

ଯେ ପର୍ଯ୍ୟନ୍ତ ସରକାର କୃଷକ ମାନଙ୍କର ଦାବି ଶୁଣିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ସରକାରଙ୍କ ସହ କୌଣସି ଆଲୋଚନା କରିବାର ନାହିଁ । ଆନ୍ଦୋଳନ ନେଇ ଚାଷୀଙ୍କର ପ୍ରସ୍ତୁତି ଆହୁରି ଲମ୍ବା ହେବ ।

ନୂଆଦିଲ୍ଲୀ : ଆଉ ଦୁଇ ଦିନ ପରେ କୃଷର ଆନ୍ଦୋଳନକୁ ପୁରିବ ଶହେ ଦିନ । ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଜାରି ରହିଛି କୃଶକଙ୍କ ଆନ୍ଦୋଳନ । ଦୀର୍ଘଦିନ ଧରି ଆନ୍ଦୋଳନରେ ବସିବା ସହ ତିନୋଟି କୃଷି ଆଇନକୁ ରଦ୍ଦ କରିବା ଏବଂ ଏମ୍ଏସପି ଉପରେ କାନୁନ୍ କରିବା ଜିଦିରେ ଅଟଳ ଅଛନ୍ତି କୃଷକ ସଙ୍ଗଠନ । ଏହା ମଧ୍ୟରେ କୃଷକ ସଙ୍ଗଠନର କେନ୍ଦ୍ର ସରକାରଙ୍କ ସହ 12 ପର୍ଯ୍ୟାୟ ଆଲୋଚନା ହୋଇ ସାରିଛି । କିନ୍ତୁ ନିସ୍କର୍ଷ କିଛି ବାହାରି ପାରିନାହିଁ । ଏହା ପରେ କୃଷକ ଆନ୍ଦୋଳନକୁ ଆହୁରି ମଜବୁତ୍ କରିବା ସହ ନୂଆ କୃଷି ଆଇନର କଳା ଦିଗ ପ୍ରତି ଦେଶବାସୀଙ୍କୁ ଅବଗତ କରାଇବା ଲାଗି କୃଷକ ସଙ୍ଗଠନ ଦେଶର ବିଭିନ୍ନ ସ୍ଥାନରେ କୃଷକ ମହାପଞ୍ଚାୟତ ଆୟୋଜନ କରୁଛନ୍ତି ।

Rakesh-Tikait-BKU-Leader

ଗୁରୁବାର ଦିନ ଭାରତୀୟ କିଷାନ୍ ୟୁନିଅନର ମୁଖପାତ୍ର ତଥା କୃଷକ ନେତା ରାକେଶ ଟିକାୟତ୍ ପୁଣି ଥରେ ଏହି ଆନ୍ଦୋଳନକୁ ନେଇ ସ୍ପଷ୍ଟ ମନ୍ତବ୍ୟ ରଖିଛନ୍ତି । ସେ ସ୍ପଷ୍ଚ ଭାବେ କହିଛନ୍ତି, ଯେ ପର୍ଯ୍ୟନ୍ତ ସରକାର କୃଷକ ମାନଙ୍କର ଦାବି ଶୁଣିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ସରକାରଙ୍କ ସହ କୌଣସି ଆଲୋଚନା କରିବାର ନାହିଁ । ଆନ୍ଦୋଳନ ନେଇ ଚାଷୀଙ୍କର ପ୍ରସ୍ତୁତି ଆହୁରି ଲମ୍ବା ହେବ ।

ଏହି ସମୟରେ କୃଷକ ନେତା ରାକେଶ ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବରେ ଆୟୋଜିତ କିଷାନ୍ ମହାପଞ୍ଚାୟତରେ କୃଷକମାନଙ୍କୁ ସମ୍ବୋଧିତ କରୁଛନ୍ତି । ବୁଧବାର ରାଜସ୍ଥାନର ନାଗୌର ମହାପଞ୍ଚାୟତ ସମୟରେ ସେ କୃଷକ ସଂଗଠନର ରଣନୀତି ସେଠାରେ ଉପସ୍ଥିତ ଲୋକଙ୍କୁ କହିଛନ୍ତି । ସେ କହିଛନ୍ତି, ପ୍ରତ୍ୟେକ ଗ୍ରାମରୁ ଗୋଟିଏ ଟ୍ରାକ୍ଟର ସହ 15 ଜଣ ଲୋକ ଆସିବେ । ଏହା ପରେ ସେମାନେ ଫେରିବା ସହ ଆଉ 15 ଜଣ ବ୍ୟକ୍ତି ପୁଣି ଯିବେ । ଏପରି ହେଲେ ଆମର ଆନ୍ଦୋଳନ ଲମ୍ବା ସମୟ ଧରି ଚାଲିପାରିବ ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆିନକୁ ବିରୋଧରେ ଲଢେଇ କରୁଥିବା କୃଷକ ସଂଗଠନର ଉଦ୍ଦେଶ୍ୟ ପ୍ରଥମରୁ ଅଟଳ ରହିଛି । ଏହି କଳା କାନୁନ୍ ବିରୋଧରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିବାକୁ ଆମର ମନୋବଳ ରହିଛି ବୋଲି କୃଷକ ସଙ୍ଗଠନ ପୂର୍ବରୁ ସ୍ପଷ୍ଟ କରିସାରିଛି । ଯେପର୍ଯ୍ୟନ୍ତ ସରକାର କୃଷି ଆଇନ ପ୍ରତ୍ୟାହାର ନକରିଛନ୍ତି, ସେପର୍ଯ୍ୟନ୍ତ ସାରା ଦେଶରେ ଚାଲିଥିବା ଆନ୍ଦୋଳନ ଶେଷ ହେବ ନାହିଁ ବୋଲି ସେମାନେ ସ୍ପଷ୍ଟ କରିଦେଇଛନ୍ତି । ଗୋଟିଏ ପଟେ କୃଷକମାନେ ଦିଲ୍ଲୀରେ ଏକାଠି ହୋଇ ଆନ୍ଦୋଳନରେ ବସିଥିବା ବେଳେ ଅନ୍ୟପଟେ କୃଷକ ନେତାମାନେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ କୃଷକ ମହାପଞ୍ଚାୟତ ଭଳି ସମାବେଶ କରି କୃଷକମାନଙ୍କଗୁ ଏକଜୁଟ୍ କରିବାରେ ଲାଗି ପଡ଼ିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+