For Quick Alerts
Turn On Notification  
For Daily Alerts
Oneindia App Download

Farmers Protest: ସରକାରଙ୍କ ସହ ଏବେ ହେବନି କୌଣସି ଆଲୋଚନା, ଆହୁରି ଲମ୍ବା ହେବ ପ୍ରସ୍ତୁତି : ରାକେଶ ଟିକାୟତ୍

ଯେ ପର୍ଯ୍ୟନ୍ତ ସରକାର କୃଷକ ମାନଙ୍କର ଦାବି ଶୁଣିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ସରକାରଙ୍କ ସହ କୌଣସି ଆଲୋଚନା କରିବାର ନାହିଁ । ଆନ୍ଦୋଳନ ନେଇ ଚାଷୀଙ୍କର ପ୍ରସ୍ତୁତି ଆହୁରି ଲମ୍ବା ହେବ ।

|

ନୂଆଦିଲ୍ଲୀ : ଆଉ ଦୁଇ ଦିନ ପରେ କୃଷର ଆନ୍ଦୋଳନକୁ ପୁରିବ ଶହେ ଦିନ । ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଜାରି ରହିଛି କୃଶକଙ୍କ ଆନ୍ଦୋଳନ । ଦୀର୍ଘଦିନ ଧରି ଆନ୍ଦୋଳନରେ ବସିବା ସହ ତିନୋଟି କୃଷି ଆଇନକୁ ରଦ୍ଦ କରିବା ଏବଂ ଏମ୍ଏସପି ଉପରେ କାନୁନ୍ କରିବା ଜିଦିରେ ଅଟଳ ଅଛନ୍ତି କୃଷକ ସଙ୍ଗଠନ । ଏହା ମଧ୍ୟରେ କୃଷକ ସଙ୍ଗଠନର କେନ୍ଦ୍ର ସରକାରଙ୍କ ସହ 12 ପର୍ଯ୍ୟାୟ ଆଲୋଚନା ହୋଇ ସାରିଛି । କିନ୍ତୁ ନିସ୍କର୍ଷ କିଛି ବାହାରି ପାରିନାହିଁ । ଏହା ପରେ କୃଷକ ଆନ୍ଦୋଳନକୁ ଆହୁରି ମଜବୁତ୍ କରିବା ସହ ନୂଆ କୃଷି ଆଇନର କଳା ଦିଗ ପ୍ରତି ଦେଶବାସୀଙ୍କୁ ଅବଗତ କରାଇବା ଲାଗି କୃଷକ ସଙ୍ଗଠନ ଦେଶର ବିଭିନ୍ନ ସ୍ଥାନରେ କୃଷକ ମହାପଞ୍ଚାୟତ ଆୟୋଜନ କରୁଛନ୍ତି ।

Rakesh-Tikait-BKU-Leader

ଗୁରୁବାର ଦିନ ଭାରତୀୟ କିଷାନ୍ ୟୁନିଅନର ମୁଖପାତ୍ର ତଥା କୃଷକ ନେତା ରାକେଶ ଟିକାୟତ୍ ପୁଣି ଥରେ ଏହି ଆନ୍ଦୋଳନକୁ ନେଇ ସ୍ପଷ୍ଟ ମନ୍ତବ୍ୟ ରଖିଛନ୍ତି । ସେ ସ୍ପଷ୍ଚ ଭାବେ କହିଛନ୍ତି, ଯେ ପର୍ଯ୍ୟନ୍ତ ସରକାର କୃଷକ ମାନଙ୍କର ଦାବି ଶୁଣିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ସରକାରଙ୍କ ସହ କୌଣସି ଆଲୋଚନା କରିବାର ନାହିଁ । ଆନ୍ଦୋଳନ ନେଇ ଚାଷୀଙ୍କର ପ୍ରସ୍ତୁତି ଆହୁରି ଲମ୍ବା ହେବ ।

ଏହି ସମୟରେ କୃଷକ ନେତା ରାକେଶ ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବରେ ଆୟୋଜିତ କିଷାନ୍ ମହାପଞ୍ଚାୟତରେ କୃଷକମାନଙ୍କୁ ସମ୍ବୋଧିତ କରୁଛନ୍ତି । ବୁଧବାର ରାଜସ୍ଥାନର ନାଗୌର ମହାପଞ୍ଚାୟତ ସମୟରେ ସେ କୃଷକ ସଂଗଠନର ରଣନୀତି ସେଠାରେ ଉପସ୍ଥିତ ଲୋକଙ୍କୁ କହିଛନ୍ତି । ସେ କହିଛନ୍ତି, ପ୍ରତ୍ୟେକ ଗ୍ରାମରୁ ଗୋଟିଏ ଟ୍ରାକ୍ଟର ସହ 15 ଜଣ ଲୋକ ଆସିବେ । ଏହା ପରେ ସେମାନେ ଫେରିବା ସହ ଆଉ 15 ଜଣ ବ୍ୟକ୍ତି ପୁଣି ଯିବେ । ଏପରି ହେଲେ ଆମର ଆନ୍ଦୋଳନ ଲମ୍ବା ସମୟ ଧରି ଚାଲିପାରିବ ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆିନକୁ ବିରୋଧରେ ଲଢେଇ କରୁଥିବା କୃଷକ ସଂଗଠନର ଉଦ୍ଦେଶ୍ୟ ପ୍ରଥମରୁ ଅଟଳ ରହିଛି । ଏହି କଳା କାନୁନ୍ ବିରୋଧରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିବାକୁ ଆମର ମନୋବଳ ରହିଛି ବୋଲି କୃଷକ ସଙ୍ଗଠନ ପୂର୍ବରୁ ସ୍ପଷ୍ଟ କରିସାରିଛି । ଯେପର୍ଯ୍ୟନ୍ତ ସରକାର କୃଷି ଆଇନ ପ୍ରତ୍ୟାହାର ନକରିଛନ୍ତି, ସେପର୍ଯ୍ୟନ୍ତ ସାରା ଦେଶରେ ଚାଲିଥିବା ଆନ୍ଦୋଳନ ଶେଷ ହେବ ନାହିଁ ବୋଲି ସେମାନେ ସ୍ପଷ୍ଟ କରିଦେଇଛନ୍ତି । ଗୋଟିଏ ପଟେ କୃଷକମାନେ ଦିଲ୍ଲୀରେ ଏକାଠି ହୋଇ ଆନ୍ଦୋଳନରେ ବସିଥିବା ବେଳେ ଅନ୍ୟପଟେ କୃଷକ ନେତାମାନେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ କୃଷକ ମହାପଞ୍ଚାୟତ ଭଳି ସମାବେଶ କରି କୃଷକମାନଙ୍କଗୁ ଏକଜୁଟ୍ କରିବାରେ ଲାଗି ପଡ଼ିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Farmer leader Rakesh Tikait said on farmer protest duration. There is no plan to discuss with govt. We have to prepare more.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X