କୃଷକ ବିରୋଧ : ଦିଲ୍ଲୀରେ ତୀବ୍ର ହେଲା କୃଷକଙ୍କ ପ୍ରଦର୍ଶନ, କୃଷକ ନେତାଙ୍କ ଅନଶନ
ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚାର 40 ଜଣ କୃଷକ ନେତା ସକାଳ 8ଟାରୁ 5ଟା ପର୍ଯ୍ୟନ୍ତ ଦିଲ୍ଲୀର ସୀମାରେ ଅନଶନରେ ବସିଛନ୍ତି | ଏ ନେଇ ପଞ୍ଜାବର ଭାରତୀୟ କୃଷକ ୟୁନିଅନର ସାଧାରଣ ସଚିବ ହରିନ୍ଦର ସିଂ ଲାଖୋୱାଲ କହିଛନ୍ତି ଯେ ଆମେ ସରକାରଙ୍କୁ ଜାଗ୍ରତ କରିବାକୁ ଚାହୁଁଛୁ |
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ବିରୋଧ କରି ଆଜି କୃଷକ ଆନ୍ଦୋଳନ ତୀବ୍ରତର ହୋଇଛି | କୃଷକ ନେତାମାନେ ଆଜି ଅନଶନ ଆରମ୍ଭ କରିଛନ୍ତି | ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚାର 40 ଜଣ କୃଷକ ନେତା ସକାଳ 8ଟାରୁ 5ଟା ପର୍ଯ୍ୟନ୍ତ ଦିଲ୍ଲୀର ସୀମାରେ ଅନଶନରେ ବସିଛନ୍ତି | ଏ ନେଇ ପଞ୍ଜାବର ଭାରତୀୟ କୃଷକ ୟୁନିଅନର ସାଧାରଣ ସଚିବ ହରିନ୍ଦର ସିଂ ଲାଖୋୱାଲ କହିଛନ୍ତି ଯେ ଆମେ ସରକାରଙ୍କୁ ଜାଗ୍ରତ କରିବାକୁ ଚାହୁଁଛୁ | ଏଥିମଧ୍ୟରୁ 25 ଜଣ ସିଙ୍ଗୁ ସୀମାରେ, 10 ଜଣ ଟିକ୍ରି ସୀମାରେ ଏବଂ ପାଞ୍ଚ ଜଣ ଉତ୍ତରପ୍ରଦେଶ ସୀମାରେ ଅନଶନରେ ବସିବେ | ଏଥି ସହ ଦିଲ୍ଲୀର ଗାଜିପୁର ସୀମାରେ ବିରୋଧ କରୁଥିବା କୃଷକମାନେ କହିଛନ୍ତି ଯେ ସେମାନେ ଦିନସାରା ଉପବାସ କରିବାକୁ ପ୍ରସ୍ତୁତ ଅଛନ୍ତି | ଲକ୍ଷ୍ମୀପୁର ଖେଡୀ ସୀମାରେ ଜଣେ କୃଷକ ANI କୁ କହିଛନ୍ତି, 'ଯେତେବେଳେ ଆମେ ଆମର ଆଖୁ ଟ୍ରଲିକୁ ମିଲକୁ ନେଇଥାଉ, ସେତେବେଳେ ଆମେ 24 ଘଣ୍ଟା ପର୍ଯ୍ୟନ୍ତ ଖାଦ୍ୟ ଖାଇ ପାରି ନଥାଉ | ଆମେ ଉପବାସ କରିବାକୁ ପ୍ରସ୍ତୁତ।' ସରକାର ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରି ପ୍ରାୟ 20 ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି |

ଦେଶର ଅନ୍ୟ ସ୍ତାନରେ ମଧ୍ୟ କୃଷକମାନେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୃଷକ ସଂଗଠନ ମଧ୍ୟ ଚେତାବନୀ ଦେଇଛନ୍ତି | ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି | କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀରକେଉଁ ସୀମା ଖୋଲା ଏବଂ କେଉଁଟି ବନ୍ଦ ଅଛି ତାହା ଏଥିରେ ଉଲ୍ଲେଖ କରାଯାଇଛି | ଦିଲ୍ଲୀ ଟ୍ରାଫିକ୍ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଗାଜିଆବାଦରୁ ଦିଲ୍ଲୀକୁ ଆସୁଥିବା ରାସ୍ତା ଗାଜିପୁର ସୀମାଠାରେ ବନ୍ଦ ରହିଛି | ଲୋକମାନଙ୍କୁ ଆନନ୍ଦ ବିହାର, ଡିଏନଡି, ଚିଲ୍ଲା, ଅପସରା ଏବଂ ଭୋପ୍ରା ସୀମା ଦେଇ ଯାତାୟତ କରିବାକୁ କୁହାଯାଇଛି |
ଏଥିସହିତ ସିଙ୍ଗୁ, ଆଚାଣ୍ଡି, ପିୟୁ ମାନିଆରି, ସଭୋଲି ଏବଂ ମଙ୍ଗେଶ ସୀମା ମଧ୍ୟ ବନ୍ଦ ରହିଛି | ତେଣୁ ଲୋକମାନେ ଲାମ୍ପୁର୍, ସଫିଆବାଦ ଏବଂ ସିଙ୍ଗୁ ସ୍କୁଲ ଟୋଲ ସୀମା ଦେଇ ଯାଇପାରିବେ | ମୁକରବା ଏବଂ ଜି.ଟି.କେ ରୋଡରୁ ଟ୍ରାଫିକ୍ ପରିବର୍ତ୍ତନ କରାଯାଇଛି | ତେଣୁ ଆଉଟର୍ ରିଙ୍ଗ ରୋଡ୍, GTK ରୋଡ୍ ଏବଂ NH-44 କୁ ଯାତାୟତ ବନ୍ଦ ରହିବ |












Click it and Unblock the Notifications