Get Updates
Get notified of breaking news, exclusive insights, and must-see stories!

ଆଜି ସାରା ଦେଶରେ 'କିଷାନ ବିଜୟ ଦିବସ' ପାଳନ କରିବ କଂଗ୍ରେସ, ଆନ୍ଦୋଳନରେ ପ୍ରାଣ ହରାଇଥିବା 700 କୃଷକଙ୍କ ପରିବାରକୁ ଭେଟିବେ ନେତା

ତିନୋଟି ବିବାଦୀୟ କୃଷି ଆଇନ ରଦ୍ଦକୁ ପାଳନ କରିବା ପାଇଁ କଂଗ୍ରେସ ଦଳ ଶନିବାର ଦିନ ସାରା ଦେଶରେ ରାଲିର ଆୟୋଜନ କରିବ । କଂଗ୍ରେସ ଦଳ ଘୋଷଣା କରିଛି ଯେ ଶନିବାର ଦିନ 'କିଷାନ ବିଜୟ ଦିବସ' ପାଳନ କରିବ ଏବଂ ବିଜୟ ସମାବେଶ ଆୟୋଜନ କରିବ ।

ନୂଆଦିଲ୍ଲୀ : ତିନୋଟି ବିବାଦୀୟ କୃଷି ଆଇନ ରଦ୍ଦକୁ ପାଳନ କରିବା ପାଇଁ କଂଗ୍ରେସ ଦଳ ଶନିବାର ଦିନ ସାରା ଦେଶରେ ରାଲିର ଆୟୋଜନ କରିବ । କଂଗ୍ରେସ ଦଳ ଘୋଷଣା କରିଛି ଯେ ଶନିବାର ଦିନ 'କିଷାନ ବିଜୟ ଦିବସ' ପାଳନ କରିବ ଏବଂ ବିଜୟ ସମାବେଶ ଆୟୋଜନ କରିବ । କଂଗ୍ରେସ ନେତାମାନେ କୃଷକଙ୍କ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା 700 ରୁ ଅଧିକ ଚାଷୀଙ୍କ ପରିବାରକୁ ଭେଟିବେ ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାଲାଗି କ୍ୟାଣ୍ଡେଲ ମାର୍ଚ୍ଚ ଏବଂ ରାଲି କରିବେ । ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ରାଜ୍ୟ, ଜିଲ୍ଲା ତଥା ବ୍ଲକ ସ୍ତରରେ ଏଭଳି ସମାବେଶ ତଥା କ୍ୟାଣ୍ଡେଲ ପଦଯାତ୍ରା ଆୟୋଜନ କରିବାକୁ କହିଛନ୍ତି ।

farmer Protest

କେସି ଭେନୁଗୋପାଲ ଦଳର ରାଜ୍ୟ ମୁଖ୍ୟମାନଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି, "ଚାଲନ୍ତୁ ଏହାକୁ କୃଷକଙ୍କ ଐତିହାସିକ ବିଜୟ ରୂପେ ପାଳନ କରିବା ପାଇଁ ଦେଶରେ ଯୋଗଦେବା ପାଇଁ ଏକ ବୃହତ କାର୍ଯ୍ୟକ୍ରମ ଆୟୋଜନ କରିବା । ଆମ ଅଞ୍ଚଳରେ ଶହୀଦ କୃଷକଙ୍କ ପରିବାରକୁ ଭେଟି କୃଷକଙ୍କ ସଂଗ୍ରାମର ବିଜୟକୁ ପାଳନ କରିୂବା ।"

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର (ନଭେମ୍ବର 19) ରେ ଦେଶକୁ ଦେଇଥିବା ସମ୍ବୋଧନରେ କୃଷି ଆଇନ ରଦ୍ଦ କରିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କୃଷକ ଆନ୍ଦୋଳନରେ ବିରୋଧ କରୁଥିବା ଚାଷୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହ ଆଇନର ଲାଭ ବିଷୟରେ ସରକାର ସେମାନଙ୍କୁ ବିଶ୍ୱାସ କରାଇବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ଅପରପକ୍ଷରେ କଂଗ୍ରେସ ଦଳ କୃଷକଙ୍କ କଲ୍ୟାଣ ପାଇଁ ନୁହେଁ ବରଂ ଆଗାମୀ ନିର୍ବାଚନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହି କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି ।

ଆପଣଙ୍କୁ କହି ରଖୁଛୁ, ସଂସଦ ଗତ ବର୍ଷ ସେପ୍ଟେମ୍ବର 2020 ରେ କୃଷି ଆଇନ ପ୍ରଣୟନ କରିଥିଲା । ସେଗୁଡିକ କୃଷକମାନଙ୍କ ପାଇଁ ଲାଭଦାୟକ ବୋଲି କେନ୍ଦ୍ର କହିଛି । ଏହି ଆଇନ ପ୍ରଣୟନ ହେବା ପରେ କୃଷକମାନେ ତୁରନ୍ତ ବିରୋଧ ଆରମ୍ଭ କରିଥିଲେ । ବିକ୍ଷୋଭକାରୀ କୃଷକମାନେ ଦାବି କରିଛନ୍ତି ଯେ ଏହି ନିୟମଗୁଡିକ ବଡ କର୍ପୋରେଟ୍ ହାଉସ୍ ପାଇଁ ଲାଭଦାୟକ ।

ପ୍ରାରମ୍ଭରେ ଏହି ବିରୋଧ କେବଳ ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ସୀମିତ ଥିଲା, ପରେ ଏହି ବିରୋଧ ଦେଶର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିଗଲା । ଗତ ବର୍ଷ ନଭେମ୍ବରରେ କୃଷକମାନେ 'ଚଲୋ ଦିଲ୍ଲୀ' ଡାକରା ଦେଇ ଦିଲ୍ଲୀ ସୀମାରେ ଏକାଠି ହୋଇଥିଲେ । ସେବେଠାରୁ ସେମାନେ ସେଠାରେ ଧାରଣାରେ ବସିଥିଲେ ଏବଂ ଅନେକ ରାଉଣ୍ଡ ଆଲୋଚନା ପରେ ସରକାର ଏହି ଅସନ୍ତୋଷର ସମାଧାନ ଖୋଜିବାରେ ବିଫଳ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+