ନକଲି ରେମଡେସିଭିର ଇଞ୍ଜେକ୍ସନ ଜବତ, 2 ଗିରଫ

କଲି ଔଷଧ ବିକ୍ରି କରୁଥିବା ଏକ ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସ । ଭାଏଲ୍ ପ୍ରତି 35 ହଜାର ଟଙ୍କାରେ ନକଲି ରେମଡେସିଭିର ବିକ୍ରି ବେଳେ ଦିଲ୍ଲୀ ପୋଲିସ 2 ଜଣଙ୍କୁ ଗିରଫ କରିଛି ।

ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ସଂକ୍ରମଣ ମାମଲା ଦିନକୁ ଦିନକୁ ବୃଦ୍ଧି ପାଉଥିବା ସହ ଦେଶ ଅକ୍ସିଜେନ୍ ଓ ଔଷଧ ଅଭାବ ଭଳି ଅସୁବିଧାର ସମ୍ମୁଖୀନ ହେଉଛି । କୋଭିଡରୁ ଜୀବନ ବଞ୍ଚାଇବା ଲାଗି ଯେଉଁ କେତୋଟି ଔଷଧ ପ୍ରୟୋଗକୁ ଜରୁରୀ ଅନୁମତି ମିଳିଛି, ସେତକ ବି ମିଳିବା କଷ୍ଚକର ହୋଇପଡ଼ିଛି । ଏହି ଅଭାବର ଫାଇଦା ଉଠାଇଛନ୍ତି କେତେକ ଠକ । ମୃତ୍ୟୁ ସହ ମେଡିକାଲ୍ ବେଡରେ ଲଢ଼େଇ ଚାଲିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ନକଲି ଔଷଧ ବିକ୍ରି କରି ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି ।

fake-remdisivir

ରେମଡେସିଭିର ଭଳି ଇଞ୍ଜେକ୍ସନ୍ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଛି । ଦିଲ୍ଲୀ ସମେତ ସାରା ଦେଶରେ ରେମଡେସିଭିରର ଢେର୍ ଚାହିଦା ରହିଛି । ହେଲେ କିଛି ଠକ୍ ରୋଗୀଙ୍କ ବିଶ୍ୱାସ ସହ ଖେଳୁଛନ୍ତି । ନକଲି ରେମଡେସିଭିର ଇଞ୍ଜେକ୍ସନ୍ ପ୍ରସ୍ତୁତ କରି ଲୋକଙ୍କୁ ଠକିବାରେ ଲାଗିଛନ୍ତି ।

ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଜାତୀୟ ରାଜଧାନୀ ଦିଲ୍ଲୀରେ । ନକଲି ଔଷଧ ବିକ୍ରି କରୁଥିବା ଏକ ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସ । ଭାଏଲ୍ ପ୍ରତି 35 ହଜାର ଟଙ୍କାରେ ନକଲି ରେମଡେସିଭିର ବିକ୍ରି ବେଳେ ଦିଲ୍ଲୀ ପୋଲିସ 2 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 17 ଟି ନକଲି ରେମଡେସିଭିର ଜବତ କରାଯାଇଛି । ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସମ୍ପୃକ୍ତ, କେଉଁଠି ପ୍ରସ୍ତୁତ କରୁଥିଲେ ନକଲି ରେମଡେସିଭିର ଏସବୁ ଦିଗକୁ ନେଇ ଦିଲ୍ଲୀ ପୋଲିସ ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+