Fake News : ଭାରତ ସରକାର ଆଦାନୀଙ୍କୁ ରେଳ ବିକ୍ରି କରିନାହାଁନ୍ତି
ଆଦାନୀ ରେଳବାଇ ଲେଖାଥିବା ଏକ ରେଳ ପ୍ଲାଟଫର୍ମ ଟିକେଟର ଫଟୋ ଭାଇରାଲ ହୋଇଛି | ଏଥିରେ ଲେଖାଯାଇଛି ରେଳବାଇ ଆମର ବ୍ୟକ୍ତିଗତ ସମ୍ପତ୍ତି | ପୁନେ ରେଳ ଷ୍ଟେସନର ଏହି ପ୍ଲାଟଫର୍ମ ଟିକେଟରେ ତାରିଖ, ସମୟ, ଟିକେଟ୍ ନମ୍ବର ଏବଂ ମୂଲ୍ୟ 50 ଟଙ୍କା ଭଳି ଅନ୍ୟାନ୍ୟ ସୂଚନା ରହିଛି
ନୂଆଦିଲ୍ଲୀ : ଆଦାନୀ ରେଳବାଇ ଲେଖାଥିବା ଏକ ରେଳ ପ୍ଲାଟଫର୍ମ ଟିକେଟର ଫଟୋ ଭାଇରାଲ ହୋଇଛି | ଏଥିରେ ଲେଖାଯାଇଛି ରେଳବାଇ ଆମର ବ୍ୟକ୍ତିଗତ ସମ୍ପତ୍ତି | ପୁନେ ରେଳ ଷ୍ଟେସନର ଏହି ପ୍ଲାଟଫର୍ମ ଟିକେଟରେ ତାରିଖ, ସମୟ, ଟିକେଟ୍ ନମ୍ବର ଏବଂ ମୂଲ୍ୟ 50 ଟଙ୍କା ଭଳି ଅନ୍ୟାନ୍ୟ ସୂଚନା ମଧ୍ୟ ଉଲ୍ଲେଖ ରହିଛି |
ଏହି ଫଟୋକୁ ସୋଶାଲ ମିଡ଼ିଆରେ ସେୟାର କରିବା ସହ ଆଦାନୀ ଗୋଷ୍ଠୀକୁ ରେଳବାଇ ବିକ୍ରି କରିଥିବା ନେଇ ସରକାରଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି | ଚଳିତ ବର୍ଷ ଅଗଷ୍ଟ ମାସରେ ସୋଶାଲ ମିଡ଼ିଆରେ ସେୟାର ହୋଇଥିବା ଏହି ଟିକେଟ ଫଟୋରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ 5 ରୁ 50 ଟଙ୍କାକୁ ବୃଦ୍ଧି ହୋଇଥିବା ନେଇ ସରକାରକୁ ସମାଲୋଚନା କରାଯାଇଥିଲା |

ଏହାକୁ ରେଳବାଇ ପକ୍ଷରୁ ଅଗଷ୍ଟ ମାସରେ ସ୍ପଷ୍ଟୋକ୍ତି ଦିଆଯାଇଥିଲା | ଏକ ଟ୍ୱିଟରରେ ରେଳବାଇ ପକ୍ଷରୁ ଲେଖାଯାଇଛି, ଭିଡ଼କୁ କମ୍ କରିବା ସହ କରୋନାଭାଇରସ୍ କାରଣରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମୂଲ୍ୟ ବୃଦ୍ଧି କରାଯାଇଥିଲା | ମହାମାରୀ ଶେଷ ହେବା ପରେ ମୂଲ୍ୟ ପରିବର୍ତ୍ତନ କରାଯିବ |
पुणे जंक्शन द्वारा प्लेटफार्म टिकट का मूल्य ₹50 रखने का उद्देश्य अनावश्यक रूप से स्टेशन पर आने वालों पर रोक लगाना है जिस से सोशल डिसटेनसिंग का पालन किया जा सके।
रेलवे प्लेटफार्म टिकट की दरों को कोरोना महामारी के शुरुआती दिनों से ही इसी प्रकार नियंत्रित करता आया है। https://t.co/X2HuPC5HUg
— Spokesperson Railways (@SpokespersonIR) August 17, 2020
ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ଭାରତୀୟ ରେଳବାଇର ଘରୋଇକରଣକୁ ନେଇ ଶିଳ୍ପପତି ଗୌତମ ଆଦାନୀଙ୍କୁ ସମାଲୋଚିତ ହେବାକୁ ପଡ଼ିଛି | ସେପ୍ଟେମ୍ବରରେ ଆଦାନୀ ଲେଖାଥିବା ଏକ ଟ୍ରେନର ଭିଡିଓ ଭାଇରାଲ ହୋଇଥିଲା | କିନ୍ତୁ ଏହି ଭିଡ଼ିଓଟିର ସତ୍ୟାସତ୍ୟ ଯାଞ୍ଚ ପରେ ଅହା ଫେକ୍ ବା ଭିତ୍ତିହାନ ବୋଲି ଜଣାପଡ଼ିଥିଲା | କିଛି ଦିନ ପୂର୍ବରୁ ଏକ ଟ୍ରେନରେ ଫର୍ଚୁନ୍ ପ୍ରଡକ୍ଟ ଏବଂ ଆଦାନୀ ୱିଲମାର ପାଇଁ ବିଜ୍ଞାପନ ଦେଖାଯାଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା | ପୁନର୍ବାର ଦାବି କରାଯାଇଛି ଯେ ଭାରତ ସରକାର ରେଳବାଇକୁ ଆଦାନୀକୁ ବିକ୍ରି କରିଛନ୍ତି | କିନ୍ତୁ ଏହା ଭିତ୍ତିହୀନ |












Click it and Unblock the Notifications