Fact Check : କୃଷକ ଆନ୍ଦୋଳନରେ ପିତାଙ୍କୁ ଭେଟିବାକୁ ଯାଇନଥିଲେ ସୈନିକ
ଏହି ଭାଇରାଲ୍ ଫଟୋରେ ଏକ ସିପିଂ କମ୍ପାନୀ ଫେଡେକ୍ସର ବୋର୍ଡ ଲାଗିଥିବା ଦେଖାଯାଉଛି । ଅନ୍ୟ ଏକ ବୋର୍ଡରେ ପାର୍କିଂ ବସ୍ ଷ୍ଟାଣ୍ଡ ଲେଖା ରହିଛି । ଏହି ବୋର୍ଡର ସ୍ଥିତି ଦେଖିଲେ ଜଣାପଡ଼ୁଛି ଏହା ଦିଲ୍ଲୀ ନୁହେଁ ବରଂ ଲୁଧିଆନା ।
ନୂଆଦିଲ୍ଲୀ : ଜଣେ ଶିଖ୍ ସୈନିକଙ୍କ ଫଟୋ ସୋଶାଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କୃଷକ ଆନ୍ଦୋଳନରେ ସାମିଲ ଥିବା ପିତାଙ୍କୁ ଭେଟିବାକୁ ସୈନିକ ଜଣକ ଯାଇଥିବା ସମୟର ବୋଲି କୁହାଯାଉଛି । 75 ଦିନ ଧରି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ସହ ସାମିଲ ଥିବା ତାଙ୍କ ପିତାଙ୍କୁ ସୈନିକ ଭେଟିବାକୁ ଯାଇଥିବା ନେଇ ସୋଶାଲ୍ ମିଡ଼ିଆରେ ଦାବି ହେଉଥିଲା ।

କିନ୍ତୁ, ଏହି ଭାଇରାଲ୍ ଫଟୋରେ ଏକ ସିପିଂ କମ୍ପାନୀ ଫେଡେକ୍ସର ବୋର୍ଡ ଲାଗିଥିବା ଦେଖାଯାଉଛି । ଅନ୍ୟ ଏକ ବୋର୍ଡରେ ପାର୍କିଂ ବସ୍ ଷ୍ଟାଣ୍ଡ ଲେଖା ରହିଛି । ଏହି ବୋର୍ଡର ସ୍ଥିତି ଦେଖିଲେ ଜଣାପଡ଼ୁଛି ଏହା ଦିଲ୍ଲୀ ନୁହେଁ ବରଂ ଲୁଧିଆନା ।
ଭାଇରାଲ ପୋଷ୍ଟରେ କୁହାଯାଇଛି ଯେ, ପୁଅ ଛୁଟି ପାଇବା ପରେ ସୈନିକ ଜଣକ ଦିଲ୍ଲୀ ସୀମାକୁ ଯାଇ 75 ଦିନ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ପିତାଙ୍କୁ ଭେଟିବାକୁ ଯାଇଛନ୍ତି । କିନ୍ତୁ ଭାଇରାଲ ହୋଇଥିବା ଏହି ଫଟୋଟି ଲୁଧିଆନାର ବୋଲି ଜଣା ପଡ଼ିବା ପରେ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଫଟୋଟି ଭିତ୍ତିହୀନ ବୋଲି କୁହାଯାଉଛି ।












Click it and Unblock the Notifications