ସତ୍ୟତା ଯାଞ୍ଚ : କେରଳ ରିଲାଏନ୍ସ ଜିଓ ଇଣ୍ଟରନେଟକୁ ବନ୍ଦ କରିନାହିଁ
କେରଳ ସରକାର ଜିଓ ଉପରେ ପ୍ରତିବନ୍ଧକ ଲଗାଇ ନାହାଁନ୍ତି କିମ୍ବା ନିଜର ଇଣ୍ଟରନେଟ୍ ସେବା ଆରମ୍ଭ କରିନାହାଁନ୍ତି । ଯଦି କେରଳ ଜିଓକୁ ନିଷିଦ୍ଧ କରିଥାନ୍ତା, ତେବେ ଏହା ନିଶ୍ଚିତ ହେଡଲାଇନ୍ ହୋଇଥାନ୍ତା ।
ନୂଆଦିଲ୍ଲୀ : ଏହି ସପ୍ତାହ ଆରମ୍ଭରେ ସୋଶାଲ ମିଡିଆରେ ପଞ୍ଜାବର ଏକ ରିଲାଏନ୍ସ ଜିଓ ମୋବାଇଲ ଟାୱାର କୃଷକମାନେ ଜଳାଯାଇଥିବା ନେଇ ଏକ ମିଥ୍ୟା ଖବର ଭାଇରାଲ ହୋଇଥଲା । କିନ୍ତୁ ଏହି ଫଟୋଟି ଡେରାଡୁନର ଏକ ପୁରୁଣା ଫଟୋ ବୋଲି ସତ୍ୟତା ଯାଞ୍ଚ ପରେ ଜଣା ପଡ଼ିଥିଲା, ଯାହାକୁ ସୋଶାଲ ମିଡ଼ିଆରେ କୃଷକ ଆନ୍ଦୋଳନ ସମୟର ବୋଲି ଦର୍ଶାଯାଇଥିଲା ।

ଏହା ମଧ୍ୟରେ ଏବେ ଦାବି ହେଉଛି ଯେ କେରଳ ରାଜ୍ୟରେ ଜିଓ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ଜଣେ ଉପଭୋକ୍ତା କହିଛନ୍ତି ଯେ କେରଳର କମ୍ୟୁନିଷ୍ଟ ସରକାର ପିଏମ ମୋଦୀ ଏବଂ ମୁକେଶ ଅମ୍ବାନୀଙ୍କୁ ଏକ ଉଚିତ ଉତ୍ତର ଦେଇଛନ୍ତି । ଜିଓ ଇଣ୍ଟରନେଟ୍ ସେବା କେରଳରେ ବନ୍ଦ ରହିବ ଏବଂ ଜିଓ ଦେଉଥିବା ମୂଲ୍ୟର ଅଧା ମୂଲ୍ୟରେ କେରଳ ସରକାରଙ୍କ ଫାଇବର ନେଟ୍ ଦ୍ୱାରା ଇଣ୍ଟରନେଟ୍ସେବା ଯୋଗାଇ ଦିଆଯିବ ।
ଏହି ଖବରଟି ଭିତ୍ତିହୀନ ଏବଂ କେରଳ ସରକାର ଜିଓ ଉପରେ ପ୍ରତିବନ୍ଧକ ଲଗାଇ ନାହାଁନ୍ତି କିମ୍ବା ନିଜର ଇଣ୍ଟରନେଟ୍ ସେବା ଆରମ୍ଭ କରିନାହାଁନ୍ତି । ଯଦି କେରଳ ଜିଓକୁ ନିଷିଦ୍ଧ କରିଥାନ୍ତା, ତେବେ ଏହା ନିଶ୍ଚିତ ହେଡଲାଇନ୍ ହୋଇଥାନ୍ତା । ଏହା ସହିତ ଜଡ଼ିତ ଖବରର ସତ୍ୟତା ଯାଞ୍ଚ କରିବା ପାଇଁ ଓ୍ୱାନ ଇଣ୍ଡିଆ ଅନୁସନଅଧାନ କରିଥିଲା ଏବଂ ଏପରି କିଛି ହୋଇନଥବା ନେଇ ଫଳାଫଳ ପାଇଥିଲା ।

ବାସ୍ତବରେ, କେରଳ ଫାଇବର ଅପ୍ଟିକ୍ ନେଟୱାର୍କ ଦ୍ୱାରା ସରକାରୀ ଅନୁଷ୍ଠାନ ଏବଂ ଦାରିଦ୍ର ସୀମାରେଖା ତଳେ ରହୁଥିବା 20 ଲକ୍ଷ ପରିବାରକୁ ମାଗଣା ଇଣ୍ଟରନେଟ୍ ସେବା ଯୋଗାଇବାକୁ କେରଳ ସରକାର ଯୋଜନା କରିଛନ୍ତି । ଏହି ସେବା ଯୋଗାଇବା ପାଇଁ ସରକାର ରିଲାଏନ୍ସ ଜିଓ, ବିଏସଏନଏଲ ଏବଂ ଏୟାରଟେଲ ସହ ସହଭାଗିତା କରିବାକୁ ଯୋଜନା କରିଛନ୍ତି । ନିୟମ ଅନୁଯାୟୀ ରାଜ୍ୟ ସରକାର କୌଣସି ଟେଲିକମ୍ ନେଟୱାର୍କ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ଏବଂ କୌଣସି ରାଜ୍ୟରେ କାର୍ଯ୍ୟ କରିବାକୁ ପ୍ରତ୍ୟେକ ସେବା ପ୍ରଦାନକାରୀଙ୍କ ସମାନ ଅଧିକାର ରହିଛି । ତେଣୁ କେରଳ ରାଜ୍ୟରେ ରିଲାଏନ୍ସ ଜିଓ ଇଣ୍ଟରନେଟକୁ ବାରଣ କରିଛି ବୋଲି ଭାଇରାଲ ଖବର ଭିତ୍ତିହୀନ ।












Click it and Unblock the Notifications