Fact check: ଆଜି ରାତି 8 ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରିବେ କି ? ଜାଣନ୍ତୁ ଖବର ପଛର ସତ୍ୟତା କ'ଣ
ଏହା ବ୍ୟତୀତ ଅନେକ ଚାଟ୍ ଗ୍ରୁପରେ ମଧ୍ୟ ସମାନ ଖବର ପ୍ରସାରିତ ହେଉଛି । ଯେଉଁଥିରେ ଦାବି କରାଯାଉଛି ଯେ, ଗୋଟିଏ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୁଣି ଥରେ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ।
ନୂଆଦିଲ୍ଲୀ : ଗତ ବର୍ଷ 24 ମାର୍ଚ୍ଚ 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି କରୋନା ମହାମାରୀର ପ୍ରସାରକୁ ରୋକିବା ପାଇଁ ଦେଶରେ 21 ଦିନିଆ ଲକ୍ ଜାଉନ୍ ଘୋଷଣା କରିଥିଲେ । ଏହି ଘୋଷଣାର ଗୋଟିଏ ବର୍ଷ ପରେ ଲୋକମାନେ ପୁଣି ଥରେ ସୋଶାଲ୍ ମିଡିଆ ଏବଂ ଇଣ୍ଟରନେଟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରିବା ନେଇ ସର୍ଚ୍ଚ କରୁଛନ୍ତି । ଆଜି ଇଣ୍ଟରନେଟରେ 'ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶକୁ ସମ୍ବୋଧିତ କରିବେ କି?' ପ୍ରସଙ୍ଗରେ ସର୍ବାଧିକ ସର୍ଚ୍ଚ କରିଛନ୍ତି ।
ଏହା ବ୍ୟତୀତ ଅନେକ ଚାଟ୍ ଗ୍ରୁପରେ ମଧ୍ୟ ସମାନ ଖବର ପ୍ରସାରିତ ହେଉଛି । ଯେଉଁଥିରେ ଦାବି କରାଯାଉଛି ଯେ, ଗୋଟିଏ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୁଣି ଥରେ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ୱାନ ଇଣ୍ଡିଆର ଫ୍ୟାକ୍ଟ ଚେକ୍ ଟିମ୍ ଏହି ଭାଇରାଲ ମେସେଜର ଯାଞ୍ଚ କରିଛି । ଏହି ଭାଇରାଲ ମେସେଜ୍ ନକଲି ବୋଲି ଅନୁସନ୍ଧାନରୁ ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶକୁ ସମ୍ବୋଧିତ କରିବାର କୌଣସି କାର୍ଯ୍ୟକ୍ରମ ନାହିଁ ।

ଆଜି ରାତିରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବା ନେଇ କୌଣସି ସୂଚନା ନାହିଁ । ଆପଣଙ୍କୁ କହିରଖୁଛୁ, ଯଦି ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରନ୍ତି, ତା'ହେଲେ ଏହାର ସୂଚନା ଗୋଟିଏ ଦିନ ପୂର୍ବରୁ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଏବଂ PMO ର ଅଫିସିଆଲ ଆକାଉଣ୍ଟ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)ରୁ ସେୟାର କରାଯାଇଥାଏ । ଏପର୍ଯ୍ୟନ୍ତ ଉଭୟ ଆକାଉଣ୍ଟରୁ ସେପରି କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏହା ସ୍ପଷ୍ଟ ହୋଇଛି ଯେ ମୋଦୀ ଦେଶକୁ ସମ୍ବୋଧିତ କରିବା ନେଇ ଭାଇରାଲ୍ ମେସେଜ୍ ସମ୍ପୂର୍ଣ୍ଣ ଭିତ୍ତିହୀନ, ଏହାର କୌଣସି ସତ୍ୟତା ନାହିଁ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ତିନୋଟି ଭିନ୍ନ ରାଜ୍ୟରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ସାଧାରଣ ସଭା ପଶ୍ଚିମବଙ୍ଗର କାନ୍ଥି ଠାରେ ଅନୁଷ୍ଠିତ ହେବା ସହ ଦ୍ୱିତୀୟ ରାଲି ଆସାମର ବିହପୁର ଏବଂ ସିପାଜରରେ ରହିଛି । ଏହା ବ୍ୟତୀତ ଏହି ସମୟରେ ତାମିଲନାଡ଼ୁ, କେରଳ ଓ ପୁଡୁଚେରୀରେ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ












Click it and Unblock the Notifications