Get Updates
Get notified of breaking news, exclusive insights, and must-see stories!

Fact Check : ନୀତା ଅମ୍ବାନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ହାତ ଯୋଡ଼ି ମୁଣ୍ଡ ନୁଆଇଁ ନମସ୍କାର କରିଛନ୍ତି କି ?

ପ୍ରସାର ଭାରତୀର ପୂର୍ବତନ ସିଇଓ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜବାହର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନୀତା ଅମ୍ବାନୀଙ୍କ ଏହି ଫଟୋ ସେୟାର କରିଛନ୍ତି । ଯଦିଓ ଏହି ଫଟୋ ନକଲି ଏବଂ ଏଡ଼ିଟେଡ୍ ।

ନୂଆଦିଲ୍ଲୀ : ଆଜିକାଲି ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଆଗରେ ମୁଣ୍ଡ ନୁଆଁଇ ହାତ ଯୋଡ଼ି ନମସ୍କାର କରୁଥିବାର ନଜର ଆସିଛନ୍ତି । ପ୍ରସାର ଭାରତୀର ପୂର୍ବତନ ସିଇଓ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜବାହର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନୀତା ଅମ୍ବାନୀଙ୍କ ଏହି ଫଟୋ ସେୟାର କରିଛନ୍ତି । ଯଦିଓ ଏହି ଫଟୋ ନକଲି ଏବଂ ଏଡ଼ିଟେଡ୍ । ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସରକରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଫଟୋ ସେୟାର କରିବା ପରେ ସୋଶାଲ ମିଡିଆରେ ବିବାଦ ଦେଖାଦେଇଛି । ପ୍ରକୃତରେ ଏହି ଫଟୋରେ ଦେଖାଯାଇଥିବା ମହିଳା ନୀତା ଅମ୍ବାନୀ ନୁହଁନ୍ତି ବରଂ ସାମାଜିକ କର୍ମୀ ଦୀପିକା ମଣ୍ଡଳ ବୋଲି ଜଣାପଡ଼ିଛି ।

modi-nita ambani

ପ୍ରସାର ଭାରତୀ ପୂର୍ବତନ ସିଇଓ ଜବାହର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନୀତା ଅମ୍ବାନୀଙ୍କ ଏହି ନକଲି ଫଟୋ ସେୟାର କରି ଲେଖିଛନ୍ତି ଯେ, "ଯଦି ସାଥୀ ସାଂସଦ ତଥା ରାଜନୀତିରେ ଥିବା ଅନ୍ୟମାନେ ମଧ୍ୟ ଏପରି ସୌଜନ୍ୟ ଏବଂ ସହଭାଗିତା ପାଇଥାନ୍ତେ । ଏକ ପରିପକ୍ୱ ଗଣତନ୍ତ୍ରରେ, ଆମେ ଦ୍ୱିପାକ୍ଷିକ ସମ୍ପର୍କ, ଅନୁଗ୍ରହ ଆଦି ଜାଣିବାକୁ ପାଇଥାନ୍ତେ । କେବେ ନା କେବେ ଇତିହାସ ଆମକୁ କହିବ ।"

modi original

କ'ଣ ରହିଛି ସତ୍ୟତା ?

ଜବାହର ସରକାରଙ୍କ ଟ୍ୱିଟରେ ଅନେକ ଲୋକ କହିଛନ୍ତି ଯେ ଏହି ଫଟୋଟି ନକଲି । ଜଣେ ଟ୍ୱିଟର ବ୍ୟବହାରକାରୀ ପିଏମ ମୋଦୀ ଏବଂ ସାମାଜିକ କର୍ମୀ ଦୀପିକା ମଣ୍ଡଳଙ୍କ ପ୍ରକୃତ ଚିତ୍ର ସେୟାର କରିଛନ୍ତି । ମୂଳ ଚିତ୍ର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପିକା ମଣ୍ଡଳଙ୍କୁ ଭେଟିଛନ୍ତି । ଦୀପିକା ମଣ୍ଡଳ ଦିବ୍ୟ ଜ୍ୟୋତି ସାଂସ୍କୃତିକ ସଂଗଠନ ଏବଂ ୱେଲଫେୟାର ସୋସାଇଟି ନାମକ ଏକ ଏନଜିଓ ପରିଚାଳନା କରନ୍ତି । ପୂର୍ବରୁ ମଧ୍ୟ ଏହି ଫଟୋରେ ଥିବା ମହିଲା ଶିଳ୍ପପତି ଗୌତମ ଆଦାନୀଙ୍କ ପତ୍ନୀ ପ୍ରୀତି ଆଦାନୀ ବୋଲି ଦାବି କରି ସେୟାର କରାଯାଇଛି । ଏଥର ଫଟୋକୁ ଏଡିଟ୍ କରି ନୀତା ଅମ୍ବାନୀଙ୍କ ଚେହେରା ରଖାଯାଇଛି ।

ପ୍ରସାର ଭାରତୀ ବର୍ତ୍ତମାନର ସିଇଓ ଶଶି ଶେଖରଙ୍କ ସମାଲୋଚନା

ଜବାହର ସରକାରଙ୍କ ଏହି ଟ୍ୱିଟକୁ ଅନେକ ସମାଲୋଚନା କରାଯାଉଛି । ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ଶଶି ଶେଖର ମଧ୍ୟ ଜବାହର ସରକାରଙ୍କ ଟ୍ୱିଟକୁ ସମାଲୋଚନା କରିଛନ୍ତି । ଶଶି ଶେଖର ଟ୍ୱିଟ୍ କରି କହିଛନ୍ତି ଯେ, "ଏପରି ବିକୃତ ଫଟୋ ପ୍ରଚାର କରାଯିବା ନିନ୍ଦନୀୟ ଏବଂ ଲଜ୍ଜାଜନକ । ଜଣେ ବ୍ୟକ୍ତିଙ୍କୁ ପସନ୍ଦ ନକରିବା ଗୋଟିଏ କଥା । କିନ୍ତୁ ଏହା ନିନ୍ଦନୀୟ ଯେ ଜଣେ ପୂର୍ବତନ ସିଇଓ ତଥା ଜନ ପ୍ରସାରଣର ପୂର୍ବତନ ସଂସ୍କୃତି ସଚିବ ନକଲି ଫଟୋ ପ୍ରଚାର କରୁଛନ୍ତି । ଏହି କାର୍ଯ୍ୟଗୁଡ଼ିକ ପାଇଁ ଆମେ ପ୍ରକୃତରେ ଲଜ୍ଜିତ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+